ETV Bharat / business

ଅର୍ଥମନ୍ତ୍ରୀଙ୍କ ଚେତାବନୀ, ସୁଧୁରିଯାଅ ଶିଳ୍ପପତି - habit

ଶିଳ୍ପପତିଙ୍କୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଚେତାବନୀ । ବ୍ୟାଙ୍କରୁ ଋଣ ନେଇ ପରିଶୋଧ ନ କରିବା ଅଭ୍ୟାସ ଛାଡିଦିଅ ।

ଫଟୋ ସୌଜନ୍ୟ-ଇନାଡୁ ଇଣ୍ଡିଆ
author img

By

Published : Mar 1, 2019, 11:31 PM IST

ନୂଆଦିଲ୍ଲୀ: ଦେଶକୁ ବୁଡେଇବା ମୁଡରେ ବିତ୍ତଶାଳୀ ଉଦ୍ୟୋଗପତି । ଏହି କୋଟିପତିମାନେ ନିଜ ଗାରିମା ଦେଖାଇ ବ୍ୟାଙ୍କରୁ ଋଣ ନେଉଛନ୍ତି । ପୁଣି ପରେ ଟଙ୍କା ପରିଶୋଧ କରିନପାରି ଦେଶ ଛାଡୁଛନ୍ତି । ଆଉ ଏସବୁ ଭିତରେ ଦେବାଳିଆ ହେଉଛନ୍ତି ଦେଶର ବଡ ବଡ ବ୍ୟାଙ୍କ । ତେବେ ଆଗକୁ ଏପରି ଯେମିତି ନ ହେବ ସେଥିପାଇଁ ଶିଳ୍ପପତିଙ୍କୁ ଚେତାଇଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।

'ଦେଶର ଉଦ୍ୟୋଗପତି , ଋଣ ଆଣି ପରିଶୋଧ ନ କରିବା ଗୁଣ ଛାଡିଦେବା ଦରକାର । କାରଣ ଏବେ 'ନ୍ୟୁ ନର୍ମାଲ'କାର୍ଯ୍ୟକାରୀ ହେବ । ଏହା ଦ୍ବାରା ସମସ୍ତଙ୍କୁ ସାଧାରଣ ଜନତା ପରିସର ମଧ୍ୟରେ ରହିବେ । ଅର୍ଥାତ ଆଗରୁ ଯେଉଁମାନେ ନର୍ମାଲ ଭାବେ ରହି ବ୍ୟାଙ୍କରୁ ଋଣ ନେଇ ପରିଶୋଧ ବେଳେ ପଛଘୁଞ୍ଚା ଦେଉଥିଲେ । ସେମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସମସ୍ତ ବ୍ୟକ୍ତିଙ୍କୁ ନ୍ୟୁନର୍ମାଲ ମଧ୍ୟରେ ରଖିବା ଆବଶ୍ୟକ ରହିଛି' ବୋଲି ଜେଟଲୀ କହିଛନ୍ତି ।

ପ୍ରକାଶ ଥାଉକି, ଦେଶରେ ଏପରି ବହୁ ସରକାରୀ ଓ କର୍ପୋରେଟ ବ୍ୟାଙ୍କ ରହିଛି , ଯେଉଁମାନେ ଏବେ ଏନପିଏ(ଅନାଦେୟ ଋଣ) ଭାରରେ ବୁଡି ରହିଛନ୍ତି । ଆଉ ଏହାର ମୂଳ କାରଣ ହେଉଛନ୍ତି ବିଜୟ ମାଲ୍ୟା ଓ ନୀରବ ମୋଦିଙ୍କ ଭଳି ବଡ ବଡ ଉଦ୍ୟୋପତି । ଯେଉଁମାନେ ହଜାର ହଜାର କୋଟିର ଟଙ୍କା ନେଇ ପରେ ଦେଶ ଛାଡି ପଳାଇଛନ୍ତି ।

ଏପଟେ ଋଣ ଟଙ୍କା ନ ପାଇ ବ୍ୟାଙ୍କଗୁଡିକ ଦେବାଳିଆ ସ୍ଥିତିରେ ଗତି କରୁଛନ୍ତି । ଏଥିସହ ଆରବିଆଇର ପିସିଏ(ପ୍ରମ୍ପଣ୍ଟ କରେକ୍ଟିଭ ଆକ୍ସନ) ଲାଗୁ କରିବା ଯୋଗୁଁ ସେମାନଙ୍କ ଉପରେ ଋଣ କଟକଣା ମଧ୍ୟ ଜାରି ହୋଇଛି । ଯେଉଁଥିପାଇଁ ଦେଶର ରାଜସ୍ବ ମଧ୍ୟ ପ୍ରଭାବିତ ହେଉଛି ।

undefined

Intro:Script In FTP

Body:।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.