ETV Bharat / business

ମେ ମାସରୁ କର୍ମଚାରୀଙ୍କ ଦରମା କାଟିବ ଇଣ୍ଡିଗୋ

author img

By

Published : May 8, 2020, 5:16 PM IST

ବରିଷ୍ଠ କର୍ମଚାରୀଙ୍କ ଦରମା କାଟିବ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ । ଏଥିସହ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କୁ ବିନା ଦରମାରେ ଛୁଟିରେ ପଠାଇବା ନେଇ ନିର୍ଣ୍ଣୟ ନେଇଛି । ଅଧିକ ପଢନ୍ତୁ..

IndiGo reinstates pay cut for senior employees from May
ମେ ମାସରୁ କର୍ମଚାରୀଙ୍କ ଦରମା କାଟିବ ଇଣ୍ଡିଗୋ

ନୂଆଦିଲ୍ଲୀ: ଶସ୍ତା ଉଡାଣ ସେବା ପ୍ରଦାନକାରୀ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ମଧ୍ୟ ତାର କର୍ମଚାରୀଙ୍କ ଦରମା କାଟିବ । ମେ ମାସରୁ କମ୍ପାନୀ ତାର ବରିଷ୍ଠ କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ନିର୍ଣ୍ଣୟ ନେଇଛି । ଏହା ବ୍ୟତୀତ ମେ , ଜୁନ ଓ ଜୁଲାଇରେ କର୍ମଚାରୀମାନଙ୍କୁ ଶ୍ରେଣୀଭୁକ୍ତ ଉପାୟରେ କିଛି ଦିନ ଲେଖାଏଁ ବିନା ଦରମାରେ ଛୁଟିରେ ପଠାଇବ । ନଗଦ ସଙ୍କଟରୁ ବଞ୍ଚିବା ପାଇଁ କମ୍ପାନୀ ଏଭଳି ନିର୍ଣ୍ଣୟ ନେଇଛି ।

କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରଣଜୟ ଦତ୍ତା ଏ ସମ୍ବନ୍ଧରେ କର୍ମଚାରୀଙ୍କୁ ଇମେଲରେ ଜଣାଇଛନ୍ତି । ସେ କହିଛନ୍ତି ଯେ, ‘‘ଆମେ ମାର୍ଚ୍ଚ ଓ ଏପ୍ରିଲରେ କର୍ମଚାରୀଙ୍କୁ ପୂରା ଦରମା ଦେଇଛୁ । ହେଲେ ବର୍ତ୍ତମାନ ସମୟରେ ଦରମା କାଟ ଘୋଷଣା ଛଡା ଆମ ପାଖରେ ଆଉ କୌଣସି ଉପାୟ ନାହିଁ । ଏଥିସହ କର୍ମଚାରୀଙ୍କୁ ଛୁଟିରେ ପଠାଇ ସେମାନଙ୍କ ଦରମା କାଟିବା ନେଇ ମଧ୍ୟ କଠୋର ପଦକ୍ଷେପ ନିଆଯାଇଛି ।

ତେବେ ଦତ୍ତାଙ୍କର ମଧ୍ୟ ଦରମାରେ ସର୍ବାଧିକ 25 ପ୍ରତିଶତ କାଟ ହେବ । କିନ୍ତୁ ଏ ଶ୍ରେଣୀ କର୍ମଚାରୀଙ୍କ ଉପରେ ଯେପରି କୌଣସି ପ୍ରଭାବ ପଡିବ ନାହିଁ ସେଥିପ୍ରତି କମ୍ପାନୀ ଦୃଷ୍ଟି ରଖିଛି । କୋଭିଡ-19 ସଂକ୍ରମଣରୁ ରୋକିବା ପାଇଁ ସମଗ୍ର ଦେଶରେ ମାର୍ଚ୍ଚ 25ରୁ ଲକଡାଉନ ଜାରି ରହିଛି । ଏଥିଯୋଗୁଁ ଲୋକଙ୍କ ଯାତାୟତ ଉପରେ ପ୍ରତିବନ୍ଧକ ଲାଗିଛି । ସମସ୍ତେ ଘରେ ରହିଛନ୍ତି । ବିମାନ ସେବା ବାତିଲ ରହିଛି । ଫଳରେ ବିମାନ ଉଦ୍ୟୋଗକୁ ଭାରୀ ମାତ୍ରାରେ କ୍ଷତି ସହିବାକୁ ପଡୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.