ETV Bharat / business

ଆରାମଦାୟକ ହେବ ବିମାନ ଯାତ୍ରା, ଘରେ ଲଗେଜ ପହଞ୍ଚାଇବ ଇଣ୍ଡିଗୋ

author img

By

Published : Apr 2, 2021, 9:47 PM IST

ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଭଲ ଖବର । ଲଗେଜ ନେବା ଆଣିବା ଝିନଝଟରୁ ମିଳିବ ମୁକ୍ତି । ଆପଣଙ୍କ ବ୍ୟାଗ ନେଇ ଘରେ ପହଞ୍ଚାଇବ ଇଣ୍ଡିଗୋ । ଅଧିକ ପଢନ୍ତୁ..

ଆରାମଦାୟକ ହେବ ବିମାନ ଯାତ୍ରା, ଘରେ ଲଗେଜ ପହଞ୍ଚାଇବ ଇଣ୍ଡିଗୋ
ଆରାମଦାୟକ ହେବ ବିମାନ ଯାତ୍ରା, ଘରେ ଲଗେଜ ପହଞ୍ଚାଇବ ଇଣ୍ଡିଗୋ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଭଲ ଖବର । ଲଗେଜ ନେବା ଆଣିବା ଝିନଝଟରୁ ମିଳିବ ମୁକ୍ତି । ଆପଣଙ୍କ ବ୍ୟାଗ ନେଇ ଘରେ ପହଞ୍ଚାଇବ ଏୟାରଲାଇନ ପ୍ରମୁଖ ଇଣ୍ଡିଗୋ । ଏ ନେଇ ଶୁକ୍ରବାର ଘୋଷଣା କରିଛି ବିମାନ କମ୍ପାନୀ ।

ଇଣ୍ଡିଗୋ କହିଛି କି, ଏହା ଡୋର ଟୁ ଡୋର ବ୍ୟାଗେଜ ଡେଲିଭରି ( ଘରେ ଘରେ ପହଞ୍ଚାଇବା ଲଗେଜ) ସେବା ପ୍ରଦାନ କରିବ । ଏଥିପାଇଁ କମ୍ପାନୀ ଅନ ଡିମାଣ୍ଡ ପ୍ଲାର୍ଟଫର୍ମ କାର୍ଟରପୋର୍ଟର ସହ ପାର୍ଟନରସିପ କରିଛି । ଫଳରେ ବହୁ ଯାତ୍ରୀ ହେବେ ଉପକୃତ ।

ଡୋର-ଟୁ-ଡୋର ବ୍ୟାଗେଜ ଟ୍ରାନ୍ସଫର ସର୍ବିସ ଅଧିନରେ ଇଣ୍ଡିଗୋ ଯାତ୍ରୀଙ୍କ ଜିନିଷ ଘରୁ ନେବ ଆଉ ତାକୁ ଅନ୍ତିମ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ । ଏୟାରଲାଇନ ନୂଆଦିଲ୍ଲୀ ଓ ହାଇଦ୍ରାବାଦରୁ ଏପ୍ରିଲ ପହିଲାରେ ଏହି ସେବା ଆରମ୍ଭ କରିଛି । ପରବର୍ତ୍ତୀ ସମୟରେ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ବନ୍ଦରରେ ମଧ୍ୟ ସେବା ଆରମ୍ଭ କରାଯିବ । ଏୟାରଲାଇନ କହିଛି କି ଏହି ସେବା ଯାତ୍ରୀଙ୍କୁ ଚିନ୍ତାମୁକ୍ତ ଯାତ୍ରାର ଆନନ୍ଦ ଦେବ । କାରଣ କାର୍ଟରପୋର୍ଟର ଟର୍ମିନାଲ ଅନୁସାରେ ଅତିରିକ୍ତ ସହାୟତା ସହ ସେମାନଙ୍କ ଜିନିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ କଣ୍ଟାକ୍ଟଲେସ ସ୍ଥାନାନ୍ତର ସୁବିଧା ପ୍ରଦାନ କରିବ ।

ଏୟାରଲାଇନ ଅନୁସାରେ ଏହି ସେବା 630 ଟଙ୍କାରୁ ଆରମ୍ଭ ହୋଇଥାଏ । ଇଣ୍ଡିଗୋର ମୁଖ୍ୟ ରଣନୀତି ଓ ରାଜସ୍ବ ଅଧିକାରୀ ସଞ୍ଜୟ କୁମାର ଏକ ବିବୃତ୍ତିରେ କହିଛନ୍ତି ଯେ, ‘‘ ଏହି ସେବା ସେ ସମସ୍ତ ଗ୍ରାହକଙ୍କୁ ରିଲିଫ ଦେବ , ଯେଉଁମାନେ ବିମାନ ବନ୍ଦର ଯାଏଁ ଅତିରିକ୍ତ ସାମଗ୍ରୀ ସହ ଯାତ୍ରା ଚାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.