ETV Bharat / business

କୋରୋନା ପ୍ରହାର, 15 ବର୍ଷରେ ସର୍ବନିମ୍ନ ନିଯୁକ୍ତି ଭାବନା - ମ୍ୟାନପାୱାର ଗ୍ରୁପ ନିଯୁକ୍ତି ଆଉଟଲୁକ ସର୍ଭେ

କୋରୋନା ସଙ୍କଟ ମଧ୍ୟରେ କାରବାର ଗତିବିଧି ପ୍ରଭାବିତ ସହ ଆୟ ହ୍ରାସ ହୋଇଛି । ଯେଉଁଥିପାଇଁ ବହୁ କମ୍ପାନୀରେ କର୍ମଚାରୀଙ୍କ ଇନକ୍ରିମେଣ୍ଟରେ ମଧ୍ୟ ବିରାମ ଲାଗିଛି । ଏଭଳି ସ୍ଥିତିରେ ନୂଆ ନିଯୁକ୍ତି ଓ ଦରମା ବୃଦ୍ଧି ନେଇ ନିଯୁକ୍ତିଦାତା କୁଣ୍ଠିତ ଅଛନ୍ତି । ଅଧିକ ପଢନ୍ତୁ..

କୋରୋନା ପ୍ରହାର, 15 ବର୍ଷରେ ସର୍ବନିମ୍ନ ନିଯୁକ୍ତି ଭାବନା

author img

By

Published : Sep 9, 2020, 1:40 PM IST

ନୂଆଦିଲ୍ଲୀ: ଭାରତରେ ଗତ 15 ବର୍ଷରେ ସର୍ବନିମ୍ନ ନିଯୁକ୍ତି ମନୋଭାବ ଦେଖିବାକୁ ମିଳିଛି । କେବଳ 3 ପ୍ରତିଶତ କମ୍ପାନୀ ଆସନ୍ତା 3 ମାସରେ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି । 800 ନିଯୁକ୍ତିଦାତାଙ୍କୁ ନେଇ ହୋଇଥିବା ଏକ ସର୍ଭେର ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।

ମ୍ୟାନପାୱାର ଗ୍ରୁପ ନିଯୁକ୍ତି ଆଉଟଲୁକ ସର୍ଭେ ମୁତାବକ, 7 ପ୍ରତିଶତ ନିଯୁକ୍ତିଦାତା କର୍ମଚାରୀଙ୍କ ଦରମା ବଢାଇବାକୁ ଯୋଜନା କରୁଛନ୍ତି । ଯେତେବେଳେ କି 3 ପ୍ରତିଶତ କମ୍ପାନୀ ଦରମା ହ୍ରାସ ନେଇ ଚିନ୍ତା କରୁଛନ୍ତି । ସେହିପରି 54 ପ୍ରତିଶତ କୌଣସି ହ୍ରାସ ବୃଦ୍ଧି ନ ହେବା ନେଇ କହିଛନ୍ତି ।

ସର୍ଭରେ ଦର୍ଶାଯାଇଛି କି , 15 ବର୍ଷ ପୂର୍ବରୁ ଭାରତୀୟ କମ୍ପାନୀଙ୍କ ନିଯୁକ୍ତି ଭାବନା ନେଇ ସର୍ଭେ ଚାଲିଛି । ହେଲେ ଚଳିତ ଥର ନିଯୁକ୍ତି ମନୋଭାବ 15 ବର୍ଷର ସର୍ବନିମ୍ନ ସ୍ତରରେ ରହିଛି ।

କୋରୋନା ସଙ୍କଟ ମଧ୍ୟରେ କାରବାର ଗତିବିଧି ପ୍ରଭାବିତ ସହ ଆୟ ହ୍ରାସ ହୋଇଛି । ଯେଉଁଥିପାଇଁ ବହୁ କମ୍ପାନୀରେ କର୍ମଚାରୀଙ୍କ ଇନକ୍ରିମେଣ୍ଟରେ ମଧ୍ୟ ବିରାମ ଲାଗିଛି । ଏଭଳି ସ୍ଥିତିରେ ନୂଆ ନିଯୁକ୍ତି ଓ ଦରମା ବୃଦ୍ଧି ନେଇ ନିଯୁକ୍ତିଦାତା କୁଣ୍ଠିତ ଅଛନ୍ତି .।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.