ETV Bharat / business

ଭାଙ୍ଗିଲା 2 ଦଶନ୍ଧିର ରେକର୍ଡ, ସଙ୍କୁଚିତ ଇନ୍ଧନ ଚାହିଦା - ଇନ୍ଧନ ଦର

ଲକଡାଉନ କଟକଣା, ଦାମ ବୃଦ୍ଧି ମଧ୍ୟରେ 21 ବର୍ଷରେ ପ୍ରଥମ କରି ଇନ୍ଧନ ଚାହିଦା ରେକର୍ଡ ପରିମାଣର ହ୍ରାସ ହୋଇଛି । ଅଧିକ ପଢନ୍ତୁ...

ଭାଙ୍ଗିଲା 2 ଦଶନ୍ଧିର ରେକର୍ଡ, ସଙ୍କୁଚିତ ଇନ୍ଧନ ଚାହିଦା

author img

By

Published : Apr 10, 2021, 5:11 PM IST

ନୂଆଦିଲ୍ଲୀ: 2020-21 ଆର୍ଥିକ ବର୍ଷରେ ଦେଶରେ ଇନ୍ଧନ ଚାହିଦା 9.1 ପ୍ରତିଶତ ହ୍ରାସ ହୋଇଛି । ଯାହାକି 2 ଦଶନ୍ଧିରେ ପ୍ରଥମ ଘଟଣା । ଲକଡାଉନ କଟକଣା ଓ ଦାମ ବୃଦ୍ଧି ମଧ୍ୟରେ 21 ବର୍ଷରେ ପ୍ରଥମ କରି ଇନ୍ଧନ ଚାହିଦା ଏତେ ପରିମାଣରେ କମିଛି ।

ଗତ ବର୍ଷ ମାର୍ଚ୍ଚ ମାସରେ କୋରୋନା ଭାଇରସ ପ୍ରତିହିତ ପାଇଁ ଲକଡାଉନ ଲାଗୁ ହୋଇଥିଲା । ସମସ୍ତେ ଘରେ ବନ୍ଦ ରହିଥିଲା ବେଳେ ଯାତାୟତ ଠପ ରହିଥିଲା । ଉଡାଣ ବନ୍ଦ ରହିଥିଲା । ଫଳରେ 2020-21 ରେ ଭାରତ 194.63 ନିୟୁତ ଟନ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର କରିଛି । ଯାହାକି 2019-20 ରେ 214.12 ନିୟୁତ ଟନ ଥିଲା । ତୈଳ ମନ୍ତ୍ରାଳୟର ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ (ପିପିଏସି) ଜାରି ତଥ୍ୟରେ ଏ ନେଇ ଜଣାପଡିଛି ।

1998-99 ପରେ ପ୍ରଥମ ଥର ପେଟ୍ରୋଲିୟମ ଚାହିଦା ହ୍ରାସ ହୋଇଛି । ଗତ ଆର୍ଥିକ ବର୍ଷ ଡିଜେଲ କଞ୍ଜମ୍ପସନ 12 ପ୍ରତିଶତ କମି 7.27 କୋଟି ଟନ ଓ ପେଟ୍ରୋଲ 6.7 ପ୍ରତିଶତ ଖସି 2.79 କୋଟି ଟନ ରହିଛି । ସେହିଭଳି ବିମାନ ଇନ୍ଧନ କଞ୍ଜମ୍ପସ 53.6 ପ୍ରତିଶତ ସହ ରେକର୍ଡ ହ୍ରାସ ହୋଇ 37 ଲକ୍ଷ ଟନ ରହିଛି । ସଡକ ନିର୍ମାଣ ଅଧିକ ହେବା ଯୋଗୁଁ ଅଲକତରାର ବିକ୍ରି 6 ପ୍ରତିଶତ ବୃଦ୍ଧି ହୋଇ 71.1 ଲକ୍ଷ ଟନରେ ପହଞ୍ଚିଛି ।

ଗତ ଆର୍ଥିକ ବର୍ଷ ସମୟରେ ପେଟ୍ରୋଲିୟମ ଉତ୍ପାଦ ମଧ୍ୟରେ ଘରୋଇ ଏଲପିଜି ସାଧରଣ ଜନତାଙ୍କ ପାଇଁ ଏତେ ଜରୁରୀ ହୋଇପଡିଲା କି ଏହାର ଡିମାଣ୍ଡ ଆକାଶଛୁଆଁ ଥିଲା । ଏହି ଅବଧିରେ ଏହାର କଞ୍ଜମ୍ପସନ 4.7 ପ୍ରତିଶତ ବଢି 2.76 କୋଟି ଟନରେ ପହଞ୍ଚିଛି । ଏହା ପୂର୍ବ ଆର୍ଥିକ ବର୍ଷ 2019-20 ରେ ଏହା 2.63 କୋଟି ଟନ ରହିଥିଲା । ଗରିବ ପରିବାରକୁ ମାଗଣା ସିଲିଣ୍ଡର ଦେବା ଦ୍ବାରା ଘରୋଇ ଏଲପିଜି କଞ୍ଜମ୍ପସନ ବଢିଛି ।

ଗତ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) 7ରୁ 8 ପ୍ରତିଶତ ହ୍ରାସ ଆସିବା ନେଇ ଅନୁମାନ ରହିଛି । ଯଦିଓ ବର୍ଷର ଶେଷ ତ୍ରୟମାସେର ଆର୍ଥିକ ଗତିବିଧିରେ ଭଲ ସୁଧାର ଦେଖିବାକୁ ମିଳିଛି । ହେଲେ ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ପୁଣି କୋରୋନାର ଦ୍ବିତୀୟ ଲହର ପ୍ରଭାବରେ କିଛି ରାଜ୍ୟରେ ଲକଡାଉନ ଲାଗୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.