ETV Bharat / business

ଆଉ 5 ବର୍ଷ, ଆମେରିକାକୁ ଟପିବ ଭାରତ

author img

By

Published : Oct 21, 2019, 7:28 PM IST

ପୂରଣ ହେବ ମୋଦିଙ୍କ 5 ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନ । ବିଶ୍ବ ଜିଡିପି ଯୋଗଦାନରେ ଆମରିକାକୁ ପଛରେ ପକାଇବ ଭାରତ । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବାସ ଆଉ 5 ବର୍ଷ । ଅର୍ଥିକ କ୍ଷେତ୍ରରେ ଭାରତକୁ ମିଳିବ ଡବଲ ସଫଳତା । ମୋଦିଙ୍କ 5 ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନ ବି ପୂରଣ ହେବ ଏବଂ ବିଶ୍ବ ଜିଡିପି ଯୋଗଦାନରେ ଆମରିକାକୁ ପଛରେ ପକାଇବ ଭାରତ । ବର୍ତ୍ତମାନର ମାନ୍ଦାବସ୍ଥା ଭିତରେ ବ୍ଲୁମ ବର୍ଗ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟ ଦେଶର ଅର୍ଥ ବ୍ୟବସ୍ଥାକୁ ଭିଟାମିନ ଦେଇଛି ।

ବର୍ତ୍ତମାନ ସମୟରେ ବିଶ୍ବ ଅର୍ଥବ୍ୟବସ୍ଥା ଧିମେଇ ପଡିଛି । ଏଥିଯୋଗୁଁ ବିଶ୍ବର ପାଖାପାଖୀ 90 ପ୍ରତିଶତ ଦେଶର ବିକାଶ ଦର ହ୍ରାସ ପାଇବ । ବିଶେଷ କରି ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି ବୋଲି ଆଇଏମଏଫର ପ୍ରମୁଖ ଅର୍ଥନୀତିଜ୍ଞ ଗୀତା ଗୋପିନାଥ କହିଥିଲେ । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 5 ବର୍ଷରେ ଦେଶର ଅର୍ଥନୀତିକୁ 5 ଟ୍ରିଲିୟନ ଡଲାର କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ନିକଟରେ ବିଶ୍ବ ବ୍ୟାଙ୍କ କହିଥିଲେ ଯେ, ଆସନ୍ତା ଅର୍ଥିକ ବର୍ଷରୁ ଭାରତର ଗ୍ରୋଥ ରେଟ ସୁଧୁରିବାରେ ଲାଗିଛି । ରିପୋର୍ଟ ମୁତାବକ , 2024 ସୁଦ୍ଧା ବିଶ୍ବ ଅର୍ଥ ବ୍ୟବସ୍ଥାରେ ଚୀନର ଯୋଗାଦାନ 2018 ତୁଳନାରେ ହ୍ରାସ ପାଇ 28.30 ପ୍ରତିଶତ ରହିବ । ଯେତେବେଳେ କି ଗ୍ଲୋବାଲ ଜିଡିପି ଦର ଖସି 3 ପ୍ରତିଶତ ଛୁଇଁବା ନେଇ ଅନୁମାନ ରହିଛି। ସେହିପରି 5 ବର୍ଷ ପରେ ଭାରତର ଯୋଗଦାନ ପାଖାପାଖୀ 15.5 ପ୍ରତିଶତ ରହିବ ବୋଲି ସମ୍ଭାବନା ଅଛି । ଏହି ସମୟରେ ଆମେରିକା ଯୋଗଦାନ 13.8 (2018-19) ପ୍ରତିଶତରୁ କମି 9.2 ପ୍ରତିଶତକୁ ଖସିବ ।

ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ଟ୍ରେଡ ୱାର ଯୋଗୁଁ ବିଶ୍ବରେ ଅନିଶ୍ଚିତତା ପରିସ୍ଥିତି ସୃଷ୍ଟି ହେଉଛି । ଏହାର ପ୍ରଭାବ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ରହିପାରେ । ଏଥିମଧ୍ୟରେ ଭାରତକୁ ଦେଖିବାକୁ ଗଲେ ବିଶ୍ବ ବ୍ୟାଙ୍କ ରିପୋର୍ଟରେ ସ୍ପଷ୍ଟ ଦର୍ଶାଯାଇଛି କି, ଆସନ୍ତା ଆର୍ଥିକ ବର୍ଷରୁ ବିକାଶ ଦର ବଢିଛି । 2021ରେ ଗ୍ରୋଥ ରେଟ 6.9 ପ୍ରତିଶତ ଓ 2022ରେ ଏହା 7.2 ପ୍ରତିଶତ ଛୁଇଁବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.