ETV Bharat / business

ସୁଇସ ବ୍ୟାଙ୍କରେ ଖସିଲା ଭାରତୀୟଙ୍କ ଜମା - ଭାରତୀୟଙ୍କ କଳା ଧନ

ଭାରତୀୟ ବ୍ୟକ୍ତିବିଶେଷ ଓ କମ୍ପାନୀଙ୍କ ଦ୍ବାରା ସୁଇସ ବ୍ୟାଙ୍କରେ ଜମା ହେଉଥିବା ଧନ 2019ରେ 6 ପ୍ରତିଶତ ହ୍ରାସ ପାଇ 6,625 କୋଟି ଟଙ୍କା ରହିଛି । ଏହାକୁ ମିଶାଇ ଲଗାତାର ଦ୍ବିତୀୟ ବର୍ଷ ଧରି ସୁଇସ ବ୍ୟାଙ୍କଗୁଡିକରେ ଭାରତୀୟଙ୍କ ଜମା ପରିମାଣ ଖସିଛି । ଅଧିକ ପଢନ୍ତୁ..

Indians money in Swiss banks down
Indians money in Swiss banks down
author img

By

Published : Jun 26, 2020, 12:39 PM IST

ନୂଆଦିଲ୍ଲୀ: ସୁଇସ ବ୍ୟାଙ୍କରେ କମିଛି ଭାରତୀୟଙ୍କ କଳାଧନ ପରିମାଣ । ଭାରତୀୟ ବ୍ୟକ୍ତିବିଶେଷ ଓ କମ୍ପାନୀଙ୍କ ଦ୍ବାରା ସେଠାରେ ଜମା ହେଉଥିବା ଧନ 2019ରେ 6 ପ୍ରତିଶତ ହ୍ରାସ ପାଇ 89.9 କୋଟି ବା 6,625 କୋଟି ଟଙ୍କା ରହିଛି । ସୁଇଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ଏସଏନବି ଜାରି କରିଥିବା ବାର୍ଷିକ ରିପୋର୍ଟରୁ ଏ ନେଇ ଜଣାପଡିଛି ।

ଏହାକୁ ମିଶାଇ ଲଗାତାର ଦ୍ବିତୀୟ ବର୍ଷ ଧରି ସୁଇସ ବ୍ୟାଙ୍କଗୁଡିକରେ ଭାରତୀୟଙ୍କ ଜମା ପରିମାଣ ଖସିଛି । ସୁଇସ ନ୍ୟାସନାଲ ବ୍ୟାଙ୍କ 1987ରେ ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲା । ସେବେଠାରୁ ଏହା 3 ଦଶନ୍ଧିର ତୃତୀୟ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ସୁଇସ ନ୍ୟାସନାଲ ବ୍ୟାଙ୍କ ତଥ୍ୟ ଅନୁସାରେ 2019 ଶେଷରେ ସୁଇସ ବ୍ୟାଙ୍କ ଉପରେ ଭାରତୀୟଙ୍କ ମୋଟ 89.946 କୋଟି ଡଲାର ରହିଥିଲା ।

ସେହିଭଳି ସ୍ବିଇସ ବ୍ୟାଙ୍କରେ ପାକିସ୍ତାନୀଙ୍କ ଧନ ପାଖାପାଖି 45 ପ୍ରତିଶତ ହ୍ରାସ ପାଇ 41 କୋଟି ସୁଇସ ଫ୍ରେଙ୍କ (ପାଖାପାଖି 3 ହଜାର କୋଟି ଟଙ୍କା) ରହିଛି ।

ଏଭଳି ଭାବେ ବାଙ୍ଗଲାଦେଶର ମୁଦ୍ରାସ 2 ପ୍ରତିଶତ କମି ପାଖାପାଖି 4500 କୋଟି ଟଙ୍କା ରହିଛି । ସୁଇସ ନ୍ୟାସନାଲ ବ୍ୟାଙ୍କ ଅନୁଯାୟୀ ସୁଇଜରଲ୍ୟାଣ୍ଡରେ 2019 ଶେଷ ସୁଦ୍ଧା ମୋଟ 246 ବ୍ୟାଙ୍କ ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.