ନୂଆଦିଲ୍ଲୀ: ରାଜନୈତିକ ଉଠାଣି ଗଡାଣି ମଧ୍ୟରେ ଅସ୍ଥିର ସେୟାର ବଜାର ସୁଧୁରିଛି । ଗୁରୁବାର ଆରମ୍ଭରୁ ସେୟାର ସବୁଜ ସଙ୍କେତର ସହ କାରବାର କରୁଛି । ସକାଳୁ ଉଭୟ ସେନସେକ୍ସ ଓ ନିଫ୍ଟି ବୃଦ୍ଧି ପାଇ ଉପରମୁହାଁ ରହିଛି ।
ଧାରା 370 ଉଚ୍ଛେଦ ପରଠାରୁ ସେୟାର ଲଗାତାର ଖସିବାରେ ଲାଗିଛି । ତେବେ ସପ୍ତାହର ଚତୁର୍ଥ କାରବାର ଦିନରେ ଦେଶର ପୁଞ୍ଜିବଜାର ସାମନ୍ୟ ବୃଦ୍ଧି ପାଇଛି। ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 100 ପଏଣ୍ଟ ବଢି 36,800 ରହିଛି । ଏପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 30 ପଏଣ୍ଟର ଅଭିବୃଦ୍ଧି ସହ 10,900 ରେ କାରବାର କରୁଛି।
ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କର ରେପୋରେଟ ଦର ହ୍ରାସ ଯୋଗୁଁ ବୁଧବାର ସେନସେକ୍ସ 286.35 ପଏଣ୍ଟ ଓ ନିଫ୍ଟି 92 .75 ପଏଣ୍ଟ ହ୍ରାସ ସହ ବଜାର ବନ୍ଦ ହୋଇଥିଲା ।