ନୂଆଦିଲ୍ଲୀ: ଦେଶର କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମରେ ସହଯୋଗ କରିବ ଭାରତର ସବୁଠୁ ବଡ ପେଟ୍ରୋଲିୟମ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) । କମ୍ପାନୀ ଚାରୋଟି ରାଜ୍ୟରେ ଟିକା ପରିବହନ ଏବଂ ସଂରକ୍ଷଣ ପାଇଁ ଉପଲବ୍ଧ ଶୀତଳ ଭଣ୍ଡାର ଉପକରଣ (CCE) ର ଅଭାବ ପୂରଣ କରୁଛି ।
ଶନିବାର କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଏହା 4 ରାଜ୍ୟ ଜାମ୍ମୁକାଶ୍ମୂର, ତାମିଲନାଡୁ, ବିହାର ଓ ମଣିପୁରରେ ଶୀତଳ ଭଣ୍ଡାର ଆବଶ୍ୟକତାକୁ ପୂରଣ କରିବା ପାଇଁ ପଦକ୍ଷେପ ଉଠାଇଛି ।
ଆଇଓସି ବରଫ-ଲାଇନ ରେଫ୍ରିଜରେଟର (ଆଇଏଲଆର), ଡିପ ଫ୍ରିଜର୍ (ଡିଏଫ୍), ୱାକ-ଇନ୍-କୁଲର୍ (ଡବ୍ଲୁଇସି), ୱାକ-ଇନ୍ ଫ୍ରିଜର୍ (ଡବ୍ଲୁଇଫ୍) ଏବଂ ରେଫ୍ରିଜରେଟେଡ୍ ଟ୍ରକ୍ (ଆରଟିଓ) ଭଳି CCE ଉପକରଣ କ୍ରୟ କରୁଛି । ଆଉ ତାକୁ ସମ୍ବନ୍ଧିତ ରାଜ୍ୟ ସରକାରଙ୍କୁ ପ୍ରଦାନ କରୁଛି ।
ଦୁନିଆର ସବୁଠୁ ବଡ ଟୀକାକରଣ ଅଭିଯାନ ଅଧିନରେ କମ୍ପାନୀର ପରିଚାଳନା ମଧ୍ୟ ନିଜର ସମସ୍ତ ଅଂଶଧାରକଙ୍କୁ ଯଥାସମ୍ଭବ ଟିକା ଲଗାଇବାକୁ ପ୍ରୟାର କରୁଛି ।