ନୂଆଦିଲ୍ଲୀ: କୋଭିଡ -19 ପ୍ରଭାବରେ ବ୍ୟବସାୟ ସ୍ଥାଣୁ ପାଲଟିଯାଇଛି । ଏଭଳି ସ୍ଥିତିରେ ପୂର୍ବରୁ ଅପେକ୍ଷା ବହୁ ସଙ୍ଗଠନ ନିଜ ବ୍ୟବସାୟ ପାଇଁ ଏକ ମଜବୁତ ଡିଜିଟାଲ ଭିତ୍ତିଭୂମି ଲୋଡୁଛନ୍ତି । କାରଣ ମହାମାରୀ ମାଡରେ ସେମାନଙ୍କ ଭବିଷ୍ୟତ ଯୋଜନା ବାଧାପ୍ରାପ୍ତ ହୋଇଛି ।
ବର୍ତ୍ତମାନ ମହାମାରୀ ବହୁ ଭାରତୀୟ ସଙ୍ଗଠନ କ୍ଲାଉଡ ପାଇଁ ପଦକ୍ଷେପ ନେବାକୁ ବିଚାର କରିବାକୁ ବାଧ୍ୟ ହେଉଛନ୍ତି । ଯେପରି ଅଧିକ ସଂଖ୍ୟକ କ୍ଲାଉଡ ପ୍ରଦାନକାରୀ ସେମାନଙ୍କ ପାଇଁ ଡାଟା କେନ୍ଦ୍ର ପରିଚାଳନା ପାଇଁ ସାହାଯ୍ୟ କରିପାରିବେ । ଏଥିସହ ପୁରୁଣା ଭିତ୍ତିଭୂମି ସରଞ୍ଚନାକୁ ଦୂର କରିବା ସହ ରିମୋଟ ଅଞ୍ଚଳର କାମ କରିବାରେ ଡିଜିଟାଲ ଉପାୟକୁ ଗ୍ରହଣ ପାଇଁ ସହଯୋଗ କରିବେ । ଏ ନେଇ ଓରାକଲ ଇଣ୍ଡିଆର ଶୀର୍ଷ ଅଧିକାରୀ କହିଛନ୍ତି ।
ଓରାକଲ ଇଣ୍ଡିଆର ଆଞ୍ଚଳିକ ପରିଚାଳନା ନିର୍ଦ୍ଦେଶ ଶୈଳେନ୍ଦ୍ର କୁମାର କହିଛନ୍ତି ଯେ, ‘‘ ନିଜ ବ୍ୟବସାୟକୁ ବଜାୟ ରଖିବା ଏବଂ ସର୍ବନିମ୍ନ ବ୍ୟାଘତ ସହ ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ ଉଦ୍ୟୋଗଗୁଡିକ ବ୍ୟବସାୟ ସ୍ଥିରତାକୁ ପୁନଚିତ୍ରଣ ବା ସମଦ୍ଧି ପାଇଁ ନୂଆ ପରିଭାଷା ଦେଉଛନ୍ତି । ଏଥିସହ ନିଜ ବ୍ୟବସାୟର ନିରନ୍ତର ଯୋଜନା ଗୁଡିକୁ ସୁକ୍ଷ୍ମ ଭାବରେ ସଠିକ କରୁଛନ୍ତି । ଟିକେ ଦେଖନ୍ତୁ କିପରି ବ୍ୟାଙ୍କିଙ୍ଗ, ଆର୍ଥିକ ସେବା ଏବଂ ବୀମା (BFSI) ଶିଳ୍ପ କିପରି ଚତୁରତା ସହ ତତକ୍ଷଣାତ ପ୍ରତିକ୍ରିୟା ରଖୁଛି ।’’
ଖୁବ କମ ସମୟ ମଧ୍ୟରେ ‘‘ଅତ୍ୟାବଶ୍ୟାକ ସେବା’’ର ବିବେଚନା କରାଯାଇଥାଏ । ଏଭଳି ସ୍ଥିତିରେ ଅଧିକାଂଶ ବ୍ୟାଙ୍କ ସେମାନଙ୍କ କର୍ମଚାରୀଙ୍କ ଅସୁବିଧାକୁ କମ କରିବା ପାଇଁ ସେମାନଙ୍କୁ ୱାର୍କ ଫ୍ରମ ହୋମ ପାଇଁ ସଫଳତାର ସହ ସଶକ୍ତ କରିଛି ।
ଦେଖିବାକୁ ଗଲେ ଜଣେ ଗ୍ରାହକମାନେ ସାମାଗ୍ରିକ ବ୍ୟାଙ୍କ ସ୍ତରରେ ଡିଜିଟାଲ ନେଣଦେଣ ଅଧିକ ପରିମାଣରେ କରିଛନ୍ତି । ଯେଉଁଥିପାଇଁ ଦକ୍ଷିଣ ଭାରତର ଉତ୍ପତ୍ତି ସହିତ ଏକ ଅଗ୍ରଣୀ ମଧ୍ୟମ ଆକାରର ବ୍ୟାଙ୍କରେ 10 ପ୍ରତିଶତ ଡିଜିଟାଲ ସ୍ଥାନାନ୍ତରଣ ବଢିଛି । ତେଣୁ ବ୍ୟବସାୟର ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ସଂସ୍ଥାଗୁଡ଼ିକ କ୍ଲାଉଡ ପରି ଡିଜିଟାଲ ଟେକ୍ନୋଲୋଜିକୁ ଅଧିକ ଖୋଜୁଛନ୍ତି ବୋଲି କୁମାର କହିଛନ୍ତି ।
ପାରମ୍ପାରିକ ଉଦ୍ୟୋଗଗୁଡିକ ବର୍ତ୍ତମାନ ସେମାନଙ୍କର ଡାଟା କେନ୍ଦ୍ର ପରିଚାଳନା କରିବାର CAPEX ମଡେଲକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବଂ ଏହା ପରିବର୍ତ୍ତେ ଏକ OPEX ମଡେଲକୁ ଆପଣାଉଛନ୍ତି , ଯାହା କ୍ଲାଉଡ ମୂଲ୍ୟ ଏବଂ କାର୍ଯ୍ୟଦକ୍ଷତା ସୁବିଧା ପ୍ରଦାନ କରିଥାଏ ।
କୁମାର ଆହୁରି ମଧ୍ୟ କହିଛନ୍ତି ଯେ ଅଧିକାଂଶ ଆଇଟି ଲିଡର ସହମତି ପ୍ରକାଶ କରନ୍ତି କି କେତେକ ପବ୍ଲିକ କ୍ଲାଉଡ ସେମାନଙ୍କ ପାରମ୍ପାରିକ ଅନ୍-ପ୍ରିମିଜ୍ ଆଇଟି ସେଟଅପ୍ ଅପେକ୍ଷା ଅଧିକ ସୁରକ୍ଷିତ ଅଟେ।