ETV Bharat / business

‘ସୁରକ୍ଷିତ ଭାରତୀୟ ବ୍ୟାଙ୍କ, ଚିନ୍ତା କରିବା ଦରକାର ନାହିଁ ’

author img

By

Published : Mar 9, 2020, 7:44 PM IST

ୟେସ ବ୍ୟାଙ୍କ ସଙ୍କଟ ପଦାରେ ପଡିବା ପରେ ଲୋକଙ୍କୁ ଆଶ୍ବସନା ଦେଇଛନ୍ତି ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୃର୍ତ୍ତି ସୁବ୍ରମଣ୍ୟମ । ଭାରତୀୟ ବ୍ୟାଙ୍କ ସୁରକ୍ଷିତ , ନିରାପଦ ହାତରେ ରହିଛି ବୋଲି ସ୍ପଷ୍ଟ କରିଛନ୍ତି ସୁବ୍ରମଣ୍ୟମ ।

Indian banks well capitalised
ସୁରକ୍ଷିତ ଭାରତୀୟ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କର ପୁଞ୍ଜି ବ୍ୟବସ୍ଥା ଭଲ ରହିଛି । ଏହା ସୁରକ୍ଷିତ, ଏଣୁ ଏନେଇ ଆତଙ୍କିତ ହେବା ଆବଶ୍ୟକ ନୁହେଁ । ୟେସ ବ୍ୟାଙ୍କ ସଙ୍କଟ ମଧ୍ୟରେ ବ୍ୟାଙ୍କିଙ୍ଗ ସେକ୍ଟର ସ୍ବାସ୍ଥ୍ୟକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତରେ ଏଭଳି କହିଛନ୍ତି ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୃର୍ତ୍ତି ସୁବ୍ରମଣ୍ୟମ ।

ସେ କହିଛନ୍ତି ଯେ, ବ୍ୟାଙ୍କଗୁଡିକର ପରିଚାଳନା ଦାୟିତ୍ବ ନିପାପଦ ହାତରେ ରହିଛି । ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି କି, ବଜାର ପୁଞ୍ଜିକରଣ (ସେୟାରର ବଜାର ମୁଲ୍ୟ ହିସାବରେ ବ୍ୟାଙ୍କର ସାମର୍ଥ୍ୟ)ଓ ଜମା ଅନୁପାତ ଆଧାରରେ କୌଣସି ବ୍ୟାଙ୍କର ସ୍ଥିତିକୁ ଆକଳନ କରିବା ଠିକ ନୁହେଁ ।

ବଜାର ପୁଞ୍ଜି ଅନୁପାତ ଏକ ଭୁଲ ମାନଦଣ୍ଡ । ବ୍ୟାଙ୍କିଙ୍ଗ କ୍ଷେତ୍ରର କୌଣସି ବିଶେଷଜ୍ଞ କିମ୍ବା ବ୍ୟାଙ୍କିଙ୍ଗ ନିୟାମକ ଏହି ମୁଲ୍ୟାଙ୍କନରୁ ବ୍ୟବହାର କରିନଥାନ୍ତି । ଗଣମାଧ୍ୟମ ସହ ଆଲୋଚନା ବେଳେ ସୁବ୍ରମଣ୍ୟମ ଏ ନେଇ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.