ETV Bharat / business

ଯିଏ ଶସ୍ତାରେ ଦେବ ତା’ଠୁ ଆଣିବୁ ଅଶୋଧିତ ତେଲ : ଧର୍ମେନ୍ଦ୍ର

author img

By

Published : Mar 26, 2021, 10:49 PM IST

ଶସ୍ତାରେ ସହଜରେ ଯୋଗାଣକାରୀଙ୍କ ଠାରୁ ତେଲ କିଣିବ ଭାରତ । ତେଲ ଉତ୍ପାଦନ ଉପରୁ ପ୍ରତିବନ୍ଧକ ହଟାଇବା ନେଇ ଭାରତର ଅନୁରୋଧକୁ ସାଉଦି ଆରବ ଉପେକ୍ଷା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ..

ଯିଏ ଶସ୍ତାରେ ଦେବ , ତାଠୁ ଆଣିବୁ ଅଶୋଧିତ ତେଲ : ଧର୍ମେନ୍ଦ୍ର

ଭାରତ: ତେଲ ଉତ୍ପାଦନ ନେଇ ଭାରତର ଅନୁରୋଧକୁ ସାଉଦି ଆରବ ଉପେକ୍ଷା ପରେ ଆକ୍ସନ ମୋଡରେ ଭାରତ । ଏଣିକି ଭାରତ ଏଭଳି ଦେଶଠାରୁ ଅଶୋଧିତ ତୈଳ କିଣିବ, ଯାହା ଅନୁକୂଳ କାରବାର ସର୍ତ୍ତ ସହ ଶସ୍ତାରେ ତେଲ ଯୋଗାଇବ ।

ଦୁନିଆର ତୃତୀୟ ସର୍ବବୃହତ୍ତ ତେଲ ଆମଦାନୀକାରୀ ଦେଶ ଭାରତ ରିଫାଇନାରୀ କମ୍ପାନୀ ଯୋଗାଣକୁ ବିବିଧ କରିବା ପାଇଁ ପଶ୍ଚିମ ଏସିଆ ବାହାରୁ ଅଧିକ ତୈଳ କିଣୁଛି ।

ଫେବୃଆରୀରେ ଆମେରିକା , ସାଉଦି ଆରବକୁ ପଛରେ ପକାଇ ଭାରତର ଦ୍ବିତୀୟ ସର୍ବବୃହତ୍ତ ଯୋଗାଣକାରୀ ହୋଇଥିଲା । ହେଲେ ଏହା ପେଟ୍ରୋଲିମୟ ରପ୍ତାନୀକାରୀ ଦେଶର ସଙ୍ଗଠନ ଓପକେ ଓ ଏହାର ଅନ୍ୟ ସହଯୋଗୀ ଦେଶ ର ଉତ୍ପାଦନରେ କଟକଣା, ମାର୍ଚ୍ଚ 4 ନିଷ୍ପତ୍ତିର ପୂର୍ବ କଥା । ଟାଇମ୍ସ ନେଟୱର୍କର ଇଣ୍ଡିଆ ଇକୋନୋମିକ କନକ୍ଲେଭକୁ ସମ୍ବୋଧିତ କରି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି, ଆମଦାନୀ ଉପରେ ନିର୍ଣ୍ଣୟ ପୂର୍ବରୁ ଭାରତ ନିଜ ଭାଗର ଧ୍ୟାନ ରଖିବ ।

ଗତ ଓପେକ ବୈଠକରେ ଭାରତର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓପେକ ଏବଂ ଏହାର ସହଯୋଗୀ ତେଲ ଉତ୍ପାଦନକାରୀ ରାଷ୍ଟ୍ରକୁ ଅଶୋଧିତ ତୈଳ ଉପରେ ଲଗାଯାଇଥିବା ପ୍ରତିବନ୍ଧକୁ ହଟାଇବା ପାଇଁ ଅନୁରୋଧ କରି ଦରକୁ ନିୟନ୍ତ୍ରଣ ପାଇଁ କହିଥିଲେ । ହେଲେ ଭାରତର ଏହି ଦାବିକୁ ପ୍ରତ୍ୟାଖାନ କରି କୁହାଯାଇଛି କି କୋରୋନା ସମୟରେ ଭାରତ କିଣିଥିବା ଶସ୍ତା ତେଲକୁ ଏବେ ବ୍ୟବହାର କରୁ । 2020ରେ କୋରୋନା ସଙ୍କଟ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଚାହିଦା କମ ଥିବା ବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଶସ୍ତା ରହିଥିବାରୁ ତାହାକୁ ଆଣି ଦେଶର ଭଣ୍ଡାରରେ ଗଚ୍ଛିତ ରଖାଯାଇଛି । ଆଉ ଏହାକୁ ଏବେ ବ୍ୟବହାର କରନ୍ତୁ ବୋଲି କହିଛନ୍ତି ସାଉଦି ଆରବର ଶକ୍ତି ମନ୍ତ୍ରୀ ପ୍ରିନ୍ସ ଅବଦୁଲ୍ଲାଜିଜ ବିନ ସଲମନ । ଆଉ ଏ ନେଇ ଧର୍ମେନ୍ଦ୍ର କହିଛନ୍ତି କି ସାଉଦି ଆରବର ଶକ୍ତି ମନ୍ତ୍ରୀଙ୍କ ଏହି ବିବୃତ୍ତି ‘‘ଘନିଷ୍ଠ ବନ୍ଧୁ’’ଙ୍କ undiplomatic ତଥା ଅଜ୍ଞାତ ବକ୍ତବ୍ୟ ।

ପ୍ରଧାନ କହିଛନ୍ତି କି, ‘‘ ଭାରତ ରଣନୈତିକ ଓ ଆର୍ଥିକ ନିଷ୍ପତ୍ତି କରିବା ସମୟରେ ନିଜ ହିତକୁ ଧ୍ୟାନରେ ରଖିବ । ଆମେ ଉପଭୋକ୍ତା ଦେଶ । ଆଉ ଆମେ ଦୀର୍ଘବଧି ପାଇଁ ଉର୍ଜାର ଆମଦାନୀ କରିଥାଉ । ଏଭଳି ସ୍ଥିତିରେ ଯେଉଁ ମଧ୍ୟ ଦେଶ ଆମକୁ ଶସ୍ତାରେ ତେଲ ସହଜ ସର୍ତ୍ତ ସହ ଦେବ , ଆମେ ତାହାକୁ କିଣିବୁ । କୌଣସି ଦେଶ ଦ୍ବାରା ଶସ୍ତାରେ ଯୋଗାଣ ଆମର ପ୍ରାଥମିକତା । ଏହା କୌଣସି ବି ଦେଶ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.