ETV Bharat / business

ବର୍ଷ ଅଧାରେ 40 ପ୍ରତିଶତ ସୁଧୁରିବ ସ୍ମାର୍ଟଫୋନ ବଜାର

ଆଗକୁ ପାର୍ବଣର ଋତୁ । ଅନଲାଇନ ସପିଂ ବଢିବା ସହ ବଢିବ ସ୍ମାର୍ଟଫୋନ ବିକ୍ରି । ଫଳରେ ଧୀମେଇପଡିଥିବା ଭାରତୀୟ ସ୍ମାର୍ଟଫୋନ ବଜାରକୁ ପୁଣି ବୁଷ୍ଟର ମିଳିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ..

author img

By

Published : Aug 1, 2020, 5:13 PM IST

ବର୍ଷ ଅଧାରେ  40 ପ୍ରତିଶତ ସୁଧୁରିବ ସ୍ମାର୍ଟଫୋନ ବଜାର
ବର୍ଷ ଅଧାରେ 40 ପ୍ରତିଶତ ସୁଧୁରିବ ସ୍ମାର୍ଟଫୋନ ବଜାର

ନୂଆଦିଲ୍ଲୀ: ଯୋଗାଣ ଶୃଙ୍ଖଳାରେ ବ୍ୟବଧାନ ଓ ଘରୋଇ ଉତ୍ପାଦନରେ ଅଙ୍କୁଶ ଲାଗିବା ପରେ ଏବେ ଭାରତର ସ୍ମାର୍ଟଫୋନ ବଜାର ପୁଣି ଟ୍ରାକକୁ ଫେରୁଥିବା ସଙ୍କେତ ଦେଉଛି । ଦ୍ବିତୀୟ ଛଅମାସରେ ସ୍ମାର୍ଟଫୋନ ବଜାରରେ 40 ପ୍ରତିଶତରୁ ଅଧିକ ରିକୋଭରି ହେବା ସମ୍ଭାବନା ରହିଛି । ଏକ ନୂଆ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ମୋବାଇଲ ବଜାରରେ ତୃତୀୟ ତ୍ରୟମାସ ମଧ୍ୟରେ ସୁଧାର ଦେଖିବାରୁ ମିଳିବ । ଯାହାତି ପାର୍ବଣ ସିଜନରେ ଅନାଇନ ବିକ୍ରିରୁ ଆରମ୍ଭ ହେବ । ଫଳରେ ଆଗାମୀ ଦିନରେ ସ୍ମାର୍ଟଫୋନ ବଜାର ପୁଣି ଅଭିବୃଦ୍ଧି ସହ କମବ୍ୟାକ କରିବା ଆଶା ରହିଛି ।

ମାର୍କେଟ ରିସର୍ଚ୍ଚ ସଂସ୍ଥା ସିଏମଆର ର ଇଣ୍ଡିଆ ମୋବାଇଲ ହ୍ୟାଣ୍ଡସେଟ ମାର୍କେଟ ରିଭ୍ୟୁ ରିପୋର୍ଟ ଅନୁସାରେ , ଏହି ଅବଧି ମଧ୍ୟରେ ସ୍ମାର୍ଟଫୋନ ବ୍ରାଣ୍ଡ ନିଜର ଉପଭୋକ୍ତା-କେନ୍ଦ୍ରିକ ଅଫରକୁ ପ୍ରଦର୍ଶନ କରିବା ସହ ଡେଲିଭରି ମଡେଲ ଉପରେ ଅଧିକ ଧ୍ୟାନ ଦେବ । ଏଥିସହ କମ୍ପାନୀ ପ୍ରସ୍ତୁତ 5 ଜି ସ୍ମାର୍ଟଫୋନ ଲଞ୍ଚ କରିବା ଉପରେ ମଧ୍ୟ ଫୋକସ କରିବ ।

ସିଏମଆର ଆକଳନ କରିଛି ଯେ ଭାରତୀୟ ସ୍ମାର୍ଟଫୋନ ବଜାର 2020 ଦ୍ବିତୀୟ ତ୍ରୟମାସରେ ଉନ୍ନତ ପ୍ରଦର୍ଶନର ସଙ୍କେତ ଦେଉଛି । ଯେଉଁଥିରେ ବଜାରରେ ପ୍ରଥମ ଛଅମାସ ତୁଳନାରେ 40 ପ୍ରତିଶତରୁ ଅଧିକ ରିକୋଭରି ଆଶା ରହିଛି ।

ସିଏମଆର, ଇଣ୍ଡଷ୍ଟ୍ରି ଇଣ୍ଟେଲିଜେନ୍ସ ଗ୍ରୁପ ମ୍ୟାନେଜର ଅମିତ ଶର୍ମା କହିଛନ୍ତି କି, ମହାମାରୀ ଯୋଗୁଁ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଭାରତୀୟ ସ୍ମାର୍ଟଫୋଟ ବଜାରକୁ କ୍ଷତି ସହିବାକୁ ପଡିଛି । ମୋବାଇଲ ହ୍ୟାଣ୍ଡସେଟ ଉଦ୍ୟୋଗକୁ ଯୋଗାଣ ଓ ଚାହିଦା ନେଇ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି । ଆଗାମୀ ମାସରେ ଉଦ୍ୟୋଗ ସାମ୍ଭାବ୍ୟ ଉନ୍ନତି ପାଇଁ ପ୍ରସ୍ତୁତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.