ETV Bharat / business

ଦୋହଲିଗଲା ଅର୍ଥନୀତି! ଉଠିବା ବଦଳରେ ଖସିଲା ରାଙ୍କିଂ - ଭାରତ ଅର୍ଥନୀତି

5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ସ୍ବପ୍ନକୁ କଡା ଝଟକା। ଉଠିବା ବଦଳରେ ଖସିଲା ରାଙ୍କିଂ । 2018 ବିଶ୍ବ ବ୍ୟାଙ୍କ ତାଲିକା ଅନୁସାରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମରେ ପହଞ୍ଚିଛି । ଆଗରେ ଚ୍ୟାଲେଞ୍ଜିଂ ରାଷ୍ଟ୍ର ବ୍ରିଟେନ ଓ ଫ୍ରାନ୍ସ ବାଜିମାତ ମାରିଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Aug 2, 2019, 2:21 PM IST

ନୂଆଦିଲ୍ଲୀ: କିପରି ପୂରଣ ହେବ ଲକ୍ଷ୍ୟ? ବିଗିଡିଗଲା ସବୁ ଆକଳନ ? ଭାଙ୍ଗି ଯିବକି ମୋଦିଙ୍କ 5 ଟ୍ରିଲିୟନ ଡଲାର ଅର୍ଥନୀତି ସ୍ବପ୍ନ? କାରଣ 2018 ବିଶ୍ବବ୍ୟାଙ୍କ ତାଲିକା ଅନୁସାରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମରେ ପହଞ୍ଚିଛି । ଏଥିସହ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରର ମାନ୍ୟତା ମଧ୍ୟ ହରାଇଛି।

2018 ସୁଦ୍ଧା ବ୍ରିଟେନ ଓ ଫ୍ରାନ୍ସକୁ ପଛରେ ପକାଇ ବିଶ୍ବ ଅର୍ଥନୀତିରେ ଭାରତ ୫ମ ସ୍ଥାନରେ ରହିବେ। ଏଇ ରିପୋର୍ଟ ଆଧାରରେ ଭାରତୀୟଙ୍କ ମନରେ ଯେଉଁ ନୂଆ ଆଶାର କିରଣ ଦେଖାଦେଇଥିଲା ସେସବୁ ଅଧାରେ ରହିଯାଇଛି । ପଞ୍ଚମ ନୁହେଁ ବରଂ ଗୋଟି ପାହଚ ଖସି ସପ୍ତମରେ ଆଜି ଭାରତ । ଆର୍ଥିକ ମାନ୍ଦାବସ୍ଥା ପ୍ରଭାବ ଯୋଗୁଁ ଦେଶର ମୋଟ ଘରୋଇ ଉତ୍ପାଦ କ୍ରମଶଃ ହ୍ରାସ ପାଇଛି । ଯାହାର ପ୍ରଭାବରେ ଦେଶ ମେରୁଦଣ୍ଡ ଋଗଣ ହେବା ଉପରେ । ଏପଟେ ଏହି ଅଭିବୃଦ୍ଧି ତାଲିକାରେ ବ୍ରିଟେନ ପଞ୍ଚମ ଓ ଫ୍ରାନ୍ସ ଷଷ୍ଠ ସ୍ଥାନରେ ପହଞ୍ଚିଛି । ଯେତେବେଳେକି 2017ରେ ଭାରତ ଫ୍ରାନ୍ସକୁ ପଛରେ ପକାଇ ଷଷ୍ଠ ଅର୍ଥନୀତିର ମାନ୍ୟତା ପାଇଥିଲା ।

ତେବେ 20.5 ଟ୍ରିଲିୟନ ଡଲାର ଜିଡିପି ସହ 2018ରେ ବି ଆମେରିକା ତାର ପ୍ରଥମ ସ୍ଥାନ ବଜାୟ ରଖିଛି । ଏହା ପଛକୁ 2017 ଭଳି ଚୀନ ଦ୍ବିତୀୟ ବୃହତ୍ତମ ଅର୍ଥନୀତି ରହିଥିବା ବେଳେ ଜାପାନ ତୃତୀୟ ସ୍ଥାନରେ ରହିଛି । ଅନ୍ୟପଟେ ଭାରତ ଅର୍ଥନୀତି ଆକାର 2.7 ଟ୍ରିଲିୟନ ଡଲାର ରହିଥିଲା ବେଳେ ବ୍ରିଟେନ ଓ ଫ୍ରାନ୍ସ 2.8 ଟ୍ରିଲିୟନ ଡଲାର ଅଭିବୃଦ୍ଧି ହାର ସହ ପଞ୍ଚମ ଓ ଷଷ୍ଠକୁ ଅକ୍ତିଆର କରିଛନ୍ତି ।

ରିପୋର୍ଟ ଅନୁସାରେ , 2017ରେ ଭାରତ ଅର୍ଥନୀତିର ଆକାର ୨.୫୯୭ ଟ୍ରିଲିୟନ ଡଲାର ହୋଇଥିବା ବେଳେ ଫ୍ରାନ୍ସ ମାତ୍ର ୨.୫୮୨ ଟ୍ରିଲିୟନ ଡଲାର ଥିଲା । ତେବେ ଜନସଂଖ୍ୟା ଦୃଷ୍ଟିକୁ ଦେଖିବାକୁ ଗଲେ ଭାରତ ଓ ଫ୍ରାନ୍ସର ମୁଣ୍ଡପିଛାରେ ଆକାଶ ପାତାଳ ଫରକ ରହିଥିଲା ।

ଆଉ ଏବେ ବି 2018-19 ଚତୁର୍ଥ ତ୍ରୈମାସର ଜିଡିପି ମଧ୍ୟ ଖସି 5.8ରେ ପହଞ୍ଚିଛି । ଏପଟେ କିନ୍ତୁ ସରକାରଙ୍କ 5 ଟ୍ରିଲିୟନ ଡଲାର ଅର୍ଥନୀତି ଆକାର ପାଇଁ ଦରକାର 8 ପ୍ରତିଶତ ବିକାଶ ହାର ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.