ETV Bharat / business

କାମ କରୁଛି ସରକାରଙ୍କ ଶକ୍ତି, ସ୍ବିସ ବ୍ୟାଙ୍କ ଲିଷ୍ଟରେ ଖସିଛି ଭାରତ - India

ସ୍ବିସ ବ୍ୟାଙ୍କରେ କଳାଧନ ଜମାରେ ବିଦେଶୀଙ୍କ ସଂଖ୍ୟା ସର୍ବାଧିକ ରହିଥିବା ବେଳେ  ସବୁଠାରୁ ତଳେ  ଭାରତ ରହିଛି । ସରକାରଙ୍କ ଧରାପଗଡ ଯୋଗୁଁ 74 ନମ୍ବରକୁ ଖସିଛି ଭାରତୀୟଙ୍କ ସଂଖ୍ୟା ।

ପ୍ରତିକାତ୍ମକ ଫଟୋ
author img

By

Published : Jul 1, 2019, 4:31 PM IST

ନୂଆଦିଲ୍ଲୀ: କଳା ଧନର ଖଣି ସ୍ବିସ ବ୍ୟାଙ୍କ । ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ବହୁ ରାଷ୍ଟ୍ରର କୋଟିପତି ଏଠାରେ ଜମା କରନ୍ତି ପେଟି ପେଟି ଟଙ୍କା । ହେଲେ ଏହାର ପର୍ଦ୍ଦାଫାସ କରିବାରେ ଭାରତୀୟ ସରକାର ଜୋରସୋରରେ ଲାଗିପଡିଛନ୍ତି । ଏଥିଯୋଗୁଁ କଳାଧନ ଜମା କରିବାରେ କମିଛି ଭାରତୀୟଙ୍କ ସଂଖ୍ୟା । ଏହି ରେସରେ ଭାରତ ଏବେ74 ନମ୍ବରକୁ ଖସିଛି । ଆଗରେ ବିଟ୍ରେନ ରହିଛି ।

ସ୍ବିଜରଲ୍ୟାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ସ୍ବିସ ନ୍ୟସନାଲ ବ୍ୟାଙ୍କ(ଏସଏନବି) ପକ୍ଷରୁ ପ୍ରକାଶିତ ତଥ୍ୟରେ ଏ ନେଇ ଦର୍ଶାଇଛି । ଏହା ଅନୁଯାୟୀ, ଗତ ବର୍ଷ ଭାରତ 15ଟି ସ୍ଥାନ ଉପରକୁ ଉଠି 73 ସ୍ଥାନରେ ପହଞ୍ଚିଥିଲା । ଏହା ପୂର୍ବରୁ ଭାରତ 88 ନମ୍ବରରେ ରହିଥିଲା ।

ଏସଏନବି ରିପୋର୍ଟ ମୁତାବକ, ସ୍ବିସ ବ୍ୟାଙ୍କରେ ଧନ ଜମା କରିବାରେ ଭାରତୀୟ ବହୁ ପଛରେ ରହିଛି । ଏଠାରେ ବିଦେଶୀଙ୍କ ଦ୍ବାରା ଜମା ମୋଟ ଟଙ୍କା ମଧ୍ୟରେ ଭାରତୀୟଙ୍କ 0.07 ଭାଗ ରହିଛି । 2018 ଶେଷ ସୁଦ୍ଧା ସ୍ବିସରେ ଜମା ମୋଟ ଟଙ୍କାର 26 ପ୍ରତିଶତ ଧନ ବ୍ରିଟେନ ଲୋକଙ୍କ ରହିଛି । ବ୍ରିଟେନ ପରେ ଆମେରିକା ଏହି ତାଲିକାର ଦ୍ବିତୀୟରେ ରହିଛି । ସେହିଭଳି ତୃତୀୟରେ ୱେଷ୍ଟଇଣ୍ଡିଜ, ଚତୁର୍ଥରେ ଫ୍ରାନ୍ସ ଓ ପଞ୍ଚମରେ ହଂକଂ ଅଛି । ଏଥିରୁ ଜଣାପଡିଛି ଯେ, ସ୍ବିସରେ ଜମା ମୋଟ ଟଙ୍କାର 50 ପ୍ରତିଶତ ଟଙ୍କା ଏହି 5 ଟି ଦେଶର ସର୍ବାଧିକ ।

Intro:Body:

BLANK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.