ETV Bharat / business

18 ବର୍ଷରେ ପ୍ରଥମ ବାଣିଜ୍ୟ ସରପ୍ଲସ ଦେଖିଲା ଭାରତ - ଜୁନରେ ରପ୍ତାନୀ ଓ ଆମଦାନୀ

କୋରୋନା ସଙ୍କଟ ମଧ୍ୟରେ ପ୍ରଭାବିତ ଆମଦାନୀ ଓ ରପ୍ତାନୀ । ଫଳରେ 18 ବର୍ଷରେ ପ୍ରଥମ ଥର ଭାରତରେ ଟ୍ରେଡ ସରପ୍ଲସ ସ୍ଥିତି ଉପୁଜିଛି । ଅଧିକ ପଢନ୍ତୁ..

India sees trade surplus in Jun for 1st time in 18 years

author img

By

Published : Jul 16, 2020, 1:21 PM IST

ନୂଆଦିଲ୍ଲୀ: ଦେଶରେ ଲଗାତାର 4ର୍ଥ ମାସ ଧରି ରପ୍ତାନୀ ହ୍ରାସ ହୋଇଛି । ଜୁନ ମାସରେ ରପ୍ତାନୀ 12.41 ପ୍ରତିଶତ ଖସି 21.91 ଅରବ ଡଲାର ରହିଛି । ସେହିଭଳି ଜୁନରେ ଆମଦାନୀ ମଧ୍ୟ 47.59 ପ୍ରତିଶତ ହ୍ରାସ ହୋଇ 21.11 ଅରବ ଡଲାର ରହିଛି । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏନେଇ ରିପୋର୍ଟ ଜାରି କରାଯାଇଛି ।

ଫଳରେ ଜୁନରେ ବାଣିଜ୍ୟ ସରପ୍ଲସ 79 କୋଟି ଡଲାର ରହିଥିବା ରିପୋର୍ଟରୁ ଜଣାପଡିଛି । ଗତ 18 ବର୍ଷରେ ପ୍ରଥମ ଥର ପାଇଁ ଭାରତରେ ଟ୍ରେଡ ସରପ୍ଲସ ସ୍ଥିତି ଉପୁଜିଛି । ଏହା ପୂର୍ବୂରୁ 2002 ମସିହା ଜାନୁଆରୀ ମାସରେ 1 କୋଟି ଡଲାରର ଟ୍ରେଡ ସରପ୍ଲସ ଦେଖାଦେଇଥିଲା ।

କୋରୋନା ମହାମାରୀ ମଧ୍ୟରେ ଅଶୋଧିତ ତୈଳ, ସୁନା, ଭଳି ଅନ୍ୟାନ୍ୟ ଶିଳ୍ପଭିତ୍ତିକ ଉତ୍ପାଦର ଘରୋଇ ଚାହିଦା କମିଥିବା ବେଳେ ଆମଦାନୀ ବି କମିଛି । ସେପଟେ ପେଟ୍ରୋଲିୟମ, କପଡା, ଇଞ୍ଜିନିୟରିଂ ସାମଗ୍ରୀ, ରତ୍ନ ଆଭୂଷଣ ରପ୍ତାନୀ କମିଥିବାରୁ ମୋଟ ରପ୍ତାନୀ ବି କମିଛି ।

ପ୍ରକାଶ ଯେ, ଏପ୍ରିଲରେ ଓ ମେ ମାସ ତୁଳନାପରେ ଜୁନ ମାସର ରପ୍ତାନୀ ସୁଧୁରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.