ETV Bharat / business

ଲକଡାଉନ ପରଠୁ ମୋବାଇଲ ଆପ୍‌ରେ ବିତୁଛି 80% ସମୟ - ମୋବାଇଲ ଆପ

ଲକଡାଉନ ପରଠୁ ହାତରେ ବଳୁଛି ସମୟ । ଫଳରେ ସମୟ ଅତିବାହିତ ପାଇଁ 80 ପ୍ରତିଶତରୁ ଅଧିକ ସମୟ ଭାରତୀୟମାନେ ମୋବାଇଲ ଆପରେ ବିତାଉଛନ୍ତି । ଅଧିକ ପଢନ୍ତୁ...

ଲକଡାଉନ କଟକଣା, ମୋବାଇଲ ଆପ ଖାଉଛି ଲୋକଙ୍କ ସମୟ

author img

By

Published : Apr 9, 2021, 4:31 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ପ୍ରସାର ରୋକିବାକୁ ଲାଗୁ ଲକଡାଉନ ଓ କଟକଣା ଯୋଗୁଁ ସମସ୍ତେ ଘରେ ବନ୍ଦ । ବହୁ କମ୍ପାନୀ ବି ୱାର୍କ ଫ୍ରମ ହୋମକୁ ପ୍ରାଧାନ୍ୟ ଦେଉଛନ୍ତି । ଲୋକଙ୍କୁ ମିଳୁଛି ଫ୍ରି ଟାଇମ । ଏଥିସହ ପାଠପଢା ଠାରୁ ସପିଂ, ବିଭିନ୍ନ କାର୍ଯ୍ୟକ୍ରମ ଆଦି ଏବେ ସବୁ ଡିଜିଟାଲ ମାଧ୍ୟମରେ । ଯେଉଁଥିପାଇଁ ଅଧିକାଂଶ ସମୟରେ ଲୋକ ବିଭିନ୍ନ ଆପ୍ସରେ ସମୟ କାଟୁଛନ୍ତି ।

ସମଗ୍ର ବିଶ୍ବରେ ହାରାହାରି 4.2 ଘଣ୍ଟା ସମୟ ଲୋକଙ୍କ ଆପ୍ସରେ ବିତୁଛି । ଯାହାକି ଗତ 2 ବର୍ଷ ତୁଳନାରେ 30 ପ୍ରତିଶତ ଅଧିକ । ଭାରତରେ ଦେଖିବାକୁ ମିଳିଛି କି 2019 ର ପ୍ରଥମ ତ୍ରୟମାସ ତୁଳନାରେ 2021 ପ୍ରଥମ ତ୍ରୟମାସରେ 80 ପ୍ରତିଶତ ଅଧିକ ସମୟ ଆପରେ ବିତାଉଛନ୍ତି ।

ଏ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସର ଅବଧିରେ ଆମେରିକା, ତୁର୍କୀ, ମେକ୍ସିକୋ ଓ ଭାରତରେ ଲୋକ 4-4 ଘଣ୍ଟା ସମୟ ଆପରେ ବିତାଇଛନ୍ତି । ସେହିଭଳି ବ୍ରାଜିଲ , ଦକ୍ଷିଣ କୋରିଆ ଓ ଇଣ୍ଡୋନେସିଆରେ ଏହି ସମୟସୀମା 5 ଘଣ୍ଟାରୁ ଅଧିକ ରହିଛି । ଆପ ଆନାଲିଟିକ୍ସ ଫାର୍ମ ଆପ ଗୁରୁବାରକୁ ଏକ ରିପୋର୍ଟରେ କହିଛି କି, ‘ ଯଦି ଆମେ ଏଭଳି ସମୟରେ ରହୁଛି, ଯେଉଁଠି ଅର୍ଥବ୍ୟବସ୍ଥା ଧୀମା ପଡିଛି , ତେବେ ଏଭଳି ସ୍ଥିତିରେ ସ୍ବାଭାବିକ କି ଲୋକ ଅଧିକ ଧ୍ୟାନ ଅନ୍ୟ କେଉଁ ଆଡକୁ ହେବ । 2021 ର ପ୍ରଥମ ତ୍ରୟମାସ ପାଇଁ ଆମର ନୂଆ ତଥ୍ୟରେ ଏହାର ଖୁଲାସା ହୋଇଛି କି ଲୋକ ଏବେ ପୂର୍ବ ଅପେକ୍ଷା ବହୁତ ଅଧିକ ଆପ ରେ କାଟୁଛନ୍ତି ଆଉ କିଛି ଦେଶରେ ତ ଏହାର ସମୟ ଅବଧି 5 ଘଣ୍ଟାରୁ ବି ଅଧିକ ରହିଛି ।

ଜାନୁଆରୀ ଓ ମାର୍ଚ୍ଚ ପର୍ଯ୍ୟନ୍ତ ସମୟଅବଧିରେ ଲୋକ ଆପଲ ଆପ ଓ ଗୁଗୁଲ ପ୍ଲେ ଷ୍ଟୋରରୁ ଯେଉଁ ସବୁ ଆପକୁ ସର୍ବାଧିକ ଡାଉନଲୋକ କରାଯାଇଛି, ଯେଉଁଥିରେ ଅଧିକ ସମୟ ବିତାଯାଇଛି , ସେଥିରେ ଟିକଟକ , ୟୁଟ୍ୟୁବ ଓ ଫେସବୁକ ଆଦି ପ୍ରମୁଖ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.