ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ପ୍ରତିହିତ ପାଇଁ ଲାଗୁ ଲକଡାଉନ ଓ କଟକଣା ମଧ୍ୟରେ ଲକ୍ଷାଧିକ କର୍ମଚାରୀ ଘରେ ରହି କାମ ( ୱାର୍କ ଫ୍ରମ ହୋମ) କରୁଛନ୍ତି । ଯେଉଁଥିପାଇଁ ଭାରତରେ ବହୁତ କମ୍ପାନୀ ଅଧିକ ସଂଖ୍ୟକ ଲାପଟପ କିଣୁଛନ୍ତି ।
ଚାହିଦା ବଢୁଥିବାରୁ ଜୁନ ତ୍ରୟମାସରେ ଏଚପି ନିଜର ଟ୍ରାଡିସନାଲ ପିସି (personal computer) ବଜାର ଆଗୁଆ ରହିବା ସହ 32.8 ପ୍ରତିଶତ ବଜାର ଅଂଶଧନ ଅଧିଗ୍ରହଣ କରିଛି । ଏକ ନୂଆ IDC ରିପୋର୍ଟରେ ଏ ନେଇ ମଙ୍ଗଳବାର ପ୍ରକାଶ ପାଇଛି ।
ସେହିଭଳି 27.5 ପ୍ରତିଶତ ବଜାର ଅଂଶଧନ ସହ ଲିନୋଭା ବିକ୍ରି ଲିଷ୍ଟରେ ଡେଲ ( 17.8 ପ୍ରତିଶତ ସେୟାର) କୁ ପଛରେ ପକାଇ ଦ୍ବିତୀୟ ସ୍ଥାନ ହାସଲ କରିଛି ।
ବିଶ୍ବସ୍ତରରରେ ତ୍ରୟମାସିକ ଆଧାରରେ ପର୍ସମାଲ କମ୍ପ୍ୟୁଟିଂ ଡିଭାଇସ୍ ଟ୍ରାକ୍ କରୁଥିବା IDC କହିଛି ଯେ , ମୋଟ ମିଶାଇ ଭାରତର ଟ୍ରାଡିସନାଲ ପିସି ବଜାରରେ ଡେସ୍କଟପ୍, ଲାପଟପ୍ (ନୋଟବୁକ୍) ଏବଂ ୱର୍କଷ୍ଟେସନ ସାମିଲ ଅଛି । ଯାହାକି ଦ୍ବିତୀୟ ତ୍ରୟମାସରେ 37.3 ପ୍ରତିଶତ ହ୍ରାସ ହୋଇଛି ।
ବାଣିଜ୍ୟିକ ସେଗମେଣ୍ଟରେ ଏଚପିର ମଜବୁତ ପ୍ରଦର୍ଶନ ବଡ ବିଜୟ ହାସଲ କରିଛି । ଯାହାକି ପିଜି ଶ୍ରେଣୀରେ ବୃଦ୍ଧି ଜାରି ରଖିବାରେ ସାହାଯ୍ୟ କରିଛି । ଏଥିସହ ବାଣିଜ୍ୟିକ ବିଭାଗରେ ପଜିଟିଭ ବାର୍ଷିକ ଅଭିବୃଦ୍ଧି ହାର ସହିତ ଶ୍ରେଷ୍ଠ ପାଞ୍ଚଟି କମ୍ପାନୀରେ ଏହା ଏକମାତ୍ର କମ୍ପାନୀ ଥିଲା । 2020 ର ଦ୍ୱିତୀୟ ତ୍ରୟମାସରେ ଏହାର ବିକ୍ରି 11.8 ପ୍ରତିଶତ ବୃଦ୍ଧି ପାଇଛି ।