ETV Bharat / business

308 କୋଟି ଟଙ୍କାର ବିବାଦ, ଭାରତ- ପାକ୍‌ ମୁହାଁମୁହିଁ - nizam

ଗୋଟିଏ ପଟେ ଗୋଟିଏ ମାମଲାକୁ ନେଇ ପାକ ଓ ଭାରତ ହେଉଛନ୍ତି ମୁହାଁମୁହିଁ । କେବେ କାଶ୍ମୀର ତ ପୁଣି କେବେ ସୀମା ଲଢେଇ । ଆଉ ଏବେ ହାଇଦ୍ରାବାଦ ନିଜାମଙ୍କ 308 କୋଟି ଟଙ୍କାକୁ ନେଇ ଆଇନ ଦ୍ବାରରେ ପାକ ଓ ଭାରତ ବିବାଦ ।

ଫାଇଲ ଫଟୋ
author img

By

Published : Jun 26, 2019, 3:10 PM IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ମୁଣ୍ଡ ଟେକିଛି ବିବାଦ । ତେବେ ଅନ୍ୟ କୌଣସି କାରଣ ନୁହେଁ ବରଂ 308 କୋଟି ଟଙ୍କା ପାଇଁ ଏହି ତୁତୁ ମେମେ । ଲଣ୍ଡନ ବ୍ୟାଙ୍କରେ ଜମା ଥିବା ହାଇଦ୍ରାବାଦର ନିଜାମଙ୍କ 308 କୋଟିରୁ ଊର୍ଦ୍ଧ୍ବ ଟଙ୍କା ପାଇଁ ଚାଲିଛି ମାମଲା । ଆସନ୍ତା 6 ସପ୍ତାହରେ ଶୁଣାଣି ହେବ ।

ନିଜାମଙ୍କ ବଂଶଧର ପ୍ରିନ୍ସ ମୁକର୍ରମ ଜାହ ହାଇଦ୍ରାବାଗଦର ଅଷ୍ଟମ ନିଜାମ ଓ ତାଙ୍କ ଛୋଟ ଭାଇ ମୁଫଖମ ଜେହ । ସେମାନେ ଲଣ୍ଡନର ନେଟୱେବ ବ୍ୟାଙ୍କର ପିଏଲସି ପାଖରେ ପଡିରହିଥିବା ଫଣ୍ଡକୁ ନେଇ ପାକ ସରକାରଙ୍କ ବିରୋଧରେ ଆଇନ ଲଢେଇ କରୁଛନ୍ତି । ଏ ନେଇ ସେମାନେ ଭାରତ ସରକାରଙ୍କ ସହ ହାତ ମିଶାଇଛନ୍ତି ।

ପ୍ରକାଶ ଥାଉ ଯେ, ଏହି ଟଙ୍କା 1948 ମସିହାରେ ହାଇଦ୍ରାବାଦର ତତକାଳୀନ ନିଜାମ ଉସ୍ମାନ ଅଲ୍ଲୀ ଖାନ ନବଗଠିତ ପାକ୍‌ର ଉଚ୍ଚାୟୁକ୍ତ ରହିଥିବା ହବିବ ଇବ୍ରାହିମଙ୍କ ଲଣ୍ଡନ ଆକାଉଣ୍ଟକୁ ଟଙ୍କା ପଠାଇଦେଇଥିଲେ । ତେବେ ଏ ନେଇ ନିଜାମଙ୍କ ବଂଶଜଙ୍କ ଅଧିକାର ନେଇ ଦାବି ହୋଇଛି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.