ETV Bharat / business

କୋଭିଡ କ୍ଷତ ଭରଣା ପାଇଁ କଣ କରିବ ଭାରତ, ଟିପ୍ସ ଦେଲା ଆଇଏମଏଫ

author img

By

Published : Apr 11, 2021, 3:54 PM IST

କୋଭିଡ କ୍ଷତି ଭରିବାକୁ ଭାରତକୁ ଟିପ୍ସ ଦେଲା ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) । ଚଳିତ ଆର୍ଥିକ ବର୍ଷରେ ଭାରର ଅଭିବୃଦ୍ଧି ହାର 12.5 ପ୍ରତିଶତ ରହିବ ବୋଲି ଆଇଏମଏଫ କରିଛି ଅନୁମାନ । ଅଧିକ ପଢନ୍ତୁ..

India needs to grow faster to make up for contraction during covid:  IMF official

ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ଯୋଗୁଁ ଅର୍ଥବ୍ୟବସ୍ଥାରେ ପ୍ରବଳ ହ୍ରାସ ଦେଖିବାକୁ ମିଳିଛି । ଆଉ ଏଥିଯୋଗୁଁ ହୋଇଥିବା କ୍ଷତିର ଭରଣା ପାଇଁ ଭାରତକୁ ଅଧିକ ତୀବ୍ର ବେଗରେ ଆର୍ଥିକ ଅଭିବୃଦ୍ଧି ରେକର୍ଡ କରିବାକୁ ହେବ । ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଏ ନେଇ ମତ ଉପସ୍ଥାପନ କରିଛି ।

ଚଳିତ ଆର୍ଥିକ ବର୍ଷରେ ଭାରର ଅଭିବୃଦ୍ଧି ହାର 12.5 ପ୍ରତିଶତ ରହିବା ଅନୁମାନ ରହିଛି । ଆଇଏମଏଫର ଏକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଚଳିତ ବର୍ଷ ଅର୍ଥବ୍ୟବସ୍ଥା ସହିଥିବା 8 ପ୍ରତିଶତର ବଡ ହ୍ରାସରୁ ମୁକୁଳିବା ପାଇଁ ଭାରତରୁ ଦୌଡିବାକୁ ପଡିବ । ଦ୍ରୁତ ଅଭିବୃଦ୍ଧି ହାର ଜରୁରୀ ରହିଛି ବୋଲି କୁହାଯାଇଛି ।

ଆଇଏମଏଫର ଡେପ୍ୟୁଟି ଚିଫ ଅର୍ଥନୀତିଜ୍ଞ ପେଟ୍ୟା କୋଇଭା ବ୍ରୁକ୍ସ ଏକ ସାକ୍ଷାତକାରରେ ମହାମାରୀରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନର ମଧ୍ୟ ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି କି, ‘‘ ଯେବେ ଭାରତର କଥା ଉଠେ, ତେବେ ଗତ ଆର୍ଥିକ ବର୍ଷରେ ଉତ୍ପାଦନରେ ବଡ ହ୍ରାସ ଦେଖିବାକୁ ମିଳିଛି । କ୍ଷତି 8 ପ୍ରତିଶତ କୁହାଯାଉଛି । ତେବେ ଆମେ ଆର୍ଥିକ ବର୍ଷ 20221-22 ପାଇଁ 12.5 ପ୍ରତିଶତ ଆନୁମାନିକ ବୃଦ୍ଧି ଅନୁମାନକୁ ଦେଖି ବହୁତ ଖୁସି ଅଛୁ । ଆଉ ପରେଚିଞ୍ଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ (ପିଏମଆଇ ) ସମେତ ଉଚ୍ଚ ଆବୃତ୍ତି ସଙ୍କେତକୁ ବି ଦେଖୁଛୁ । ଏଥିରୁ ଜଣାପଡୁଛି କି ଏ ବର୍ଷର ପ୍ରଥମ ତ୍ରୟମାସରେ ସୁଧାର ଜାରି ରହିବ ।

ତେବେ ବ୍ରୁକ୍ସ କହିଛନ୍ତି କି , ‘‘ ମହାମାରୀର ଦ୍ବିତୀୟ ଲହର ଭାରତରେ ପୁଣି ଦେଖାଦେଉଥି । ସଂକ୍ରମଣକୁ ନିୟନ୍ତ୍ରଣ ଲାଗି ସ୍ଥାନୀୟ ସ୍ତରରେ ଲକଡାଉନ ଲାଗୁ ହେଉଛି । ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ରାଜକୋଷୀୟ ସହାୟତା, କୋହଳ ମୁଦ୍ରାସ୍ପୀତି ଏବଂ ବଜାରରେ ଲିକ୍ୟୁଡିଟି ବଢାଇବାକୁ ଚେଷ୍ଟା ହେଉଛି ।

କୋରୋନା ଯୋଗୁଁ ଭାରତୀୟ ଅର୍ଥନୀତି 8 ପ୍ରତିଶତ ସଙ୍କୁଚିତ ହୋଇଛନ୍ତି । ଯାହାକି ଅନ୍ୟ ରାଷ୍ଟ୍ର ତୁଳନାରେ ବହୁତ ଅଧିକ । ସମଗ୍ର ବିଶ୍ବ ଅର୍ଥନୀତିକୁ ଦେଖିଲେ କୋରୋନା ଯୋଗୁଁ 3 ପ୍ରତିଶତ ଅଭିବୃଦ୍ଧି ଖସିଛି । ତେବେ ଭାରତର ନିଜର ଏହି 8 ପ୍ରତିଶତ ସଙ୍କୁଚନକୁ ଭରଣା ପାଇଁ ପଦକ୍ଷେପ ନେବା ଦରକାର । ତେବେ ବଜେଟରେ ଅର୍ଥନୀତିକୁ ବୁଷ୍ଟର ପାଇଁ ନିଆଯାଇଥିବା ପଦକ୍ଷେପରେ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି ବ୍ରୁକ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.