ନୂଆଦିଲ୍ଲୀ: ଯଦି ଭାରତ ଆସନ୍ତା 3 ଦଶକ ଯାଏଁ 9ରୁ 10 ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ଚାହୁଁଛି ତେବେ ଏହାକୁ ବୈଶ୍ବିକ ଅର୍ଥବ୍ୟବସ୍ଥାରେ ଅଭିନ୍ନ ଅଙ୍ଗ ହୋଇ ରହିବାକୁ ହେବ । ମଙ୍ଗଳବାର ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଏ ନେଇ ଯୁକ୍ତି ବାଢିଛନ୍ତି ।
ଇଣ୍ଟରନେଟ ଆଣ୍ଡ ମୋବାଇଲ ଅଫ ଇଣ୍ଡିଆ (IAMAI) ଦ୍ବାରା ଆୟୋଜିତ 15ତମ ଇଣ୍ଡିଆ ଡିଜିଟାଲ ସମିଟକୁ ସମ୍ବୋଧିତ କରି ସେ ଅର୍ଥବ୍ୟବସ୍ଥାର ବୈଶ୍ବିକ ଯୋଗଦାନ ସମ୍ପର୍କରେ ଦର୍ଶାଇଛନ୍ତି । ଏଥିସହ ସେ ଡିଜିଟାଲ ଇକୋସିଷ୍ଟମକୁ ମଜବୁତ କରିବାକୁ ଆହ୍ବାନ ଦେଇଛନ୍ତି । କୋଭିଡ-19 ମହାମାରୀ ପରେ କେବଳ ଡିଜିଟାଲ ଇକୋ ସିଷ୍ଟମର ବ୍ୟବହାର କରୁଥିବା ଦେଶ ପ୍ରଗତି କରିବେ ବୋଲି କାନ୍ତ ମତ ରଖିଛନ୍ତି ।
ବୈଶ୍ବିକ ସ୍ତରରେ ପ୍ରମୁଖ ରପ୍ତାନୀକାରୀ ହେବା ପରେ ଭାରତ ଏକ ଧନୀ ଦେଶ ହୋଇପାରିବ । ଏଥିସହ ଏହାର ଲୋକଙ୍କ ପାଇଁ ଅଧିକରୁ ଅଧିକ ଧନ ଏକତ୍ର କରିପାରିବ । ତେବେ ଏହି ଦୁଇ ଦିବସୀୟ ସମ୍ମିଳନୀ ଦୁଇ ଦିନ ଧରି ଚାଲିବ । ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ସଂରକ୍ଷଣବାଦକୁ ସମ୍ବୋଧିକ କରିବ ନାହିଁ , ବରଂ ଏହା ଦେଶକୁ ବୈଶ୍ବିକ ଯୋଗାଣ ଚେନର ଅଂଶ କରିଥାଏ ।
କାନ୍ତ ଆହୁରୀ ମଧ୍ୟ କହିଛନ୍ତି କି, ଭାରତର ଡିଜିଟାଲ ବିଭାଜନ ଏବେ ଦୁର୍ବଳ ହେଉଛି । ସେ ଏଥିପାଇଁ ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ (UPI)ର ଉଦାହରଣ ଦେଇଛନ୍ତି । ଯେଉଁଥିରେ ଅନେକ ଗୁଣା ଯାଏଁ ବୃଦ୍ଧି ଦେଖିବାକୁ ମିଳିବ । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା(PMJDY)ରୁ ଆର୍ଥିକ ସେବାର ଲୋକତାନ୍ତ୍ରିକରଣ ହୋଇଛି । ଦେଶର ଫିନଟେକ ରିଭ୍ୟୁଲେସନ ଯୋଗୁଁ ଗରିବ ଲୋକ ଫାଇନାନ୍ସ ପ୍ରଡକ୍ଟ ଅଧିକ ପରିମାଣରେ ପହଞ୍ଚିପାରୁଛି ।
ଏହା ବ୍ୟତିତ କାନ୍ତ ଦୃଷ୍ଟି ଆକର୍ଷଣ କରିଛନ୍ତି କି ଭାରତ ବିଶ୍ବର ଭ୍ୟାକ୍ସିନ କ୍ୟାପିଟାଲ ଭାବେ ଉଭା ହୋଇଛି । ଭାରତ ଏବେ ସମଗ୍ର ବିଶ୍ବର 70 ପ୍ରତିଶତ ଭ୍ୟାକ୍ସିନ ତିଆରି କରୁଛି ।