ETV Bharat / business

ଜବାବ ଦବା ମୁଡରେ ଭାରତ, ଆମେରିକା ଉପରେ ଲଦିବ ଟିକସ ଭାର

ଭାରତ ଠାରୁ ସ୍ବତନ୍ତ୍ର ବାଣିଜ୍ୟିକ ବ୍ୟବସ୍ଥାକୁ ଆମେରିକା ଛଡାଇ ନେବା ପରେ ଏହାର ଜବାବ ରଖିଛି ଭାରତ। ଆସନ୍ତା 16ରୁ ଆମେରିକାର 29ଟି ଉତ୍ପାଦ ଉପରେ ମୋଟା ଅଙ୍କର ଟିକସ ଲଗାଇବେ ଭାରତ ସରକାର।

ପ୍ରତିକାତ୍ମକ ଫଟୋ
author img

By

Published : Jun 15, 2019, 1:57 PM IST

Updated : Jun 18, 2019, 10:56 AM IST

ନୂଆଦିଲ୍ଲୀ: ଆମେରିକାର କଠୋର ବ୍ୟବହାରର ଜବାବ ଦେଇଛି ଭାରତ । ଟ୍ରମ୍ପ ପ୍ରଶାସନ ଭାରତ ଠାରୁ ଜିଏସପି(କରମୁକ୍ତ ତାଲିକା) ପ୍ରତ୍ୟାହୃତ କରିବା ପରେ ଯେସାକୁ ତେସା ନୀତି ଆପଣାଇଛନ୍ତି ମୋଦି ସରକାର । ପାଲଟା ଉତ୍ତରରେ ଆମେରିକାର 29ଟି ସାମଗ୍ରୀ ଉପରେ ଟିକସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଆସନ୍ତା 16 ତାରିଖରୁ ଲାଗୁ କରାଯିବା ନେଇ ସୂଚନା ମିଳିଛି।

ଆମରିକା ପଠାଉଥିବା କେତେକ ବସ୍ତୁ ଉପରେ ଉତ୍ପାଦ ଶୁଳ୍କ ଲଗାଇବାକୁ ଗତ ବର୍ଷ ମେ ମାସରେ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ଏହାର ସମାୟସୀମାକୁ ବୃଦ୍ଧି କରାଯାଉଥିବାରୁ ଏହା ବିଳମ୍ବ ହେଉଥିଲା । ଏବେ ଆମେରିକାର କଠୋର ଆଭିମୁଖ୍ୟ ପରେ ଭାରତ ସରକାର ମଧ୍ୟ ଆଉ ଚୁପ ବସିନାହାନ୍ତି । ଏବେ ଭାରତ ମଧ୍ୟ ବହୁ ବସ୍ତୁ ଉପରେ ଉଚ୍ଚା କର ଲଗାଇବାକୁ ଅଧିସୂଚନା ଜାରି କରିବେ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଆମେରିକା ଭାରତ ଠାରୁ ଆମଦାନୀ କରୁଥିବା ଇସ୍ପାତ ଓ ଆଲୁମିନିୟମ ଉତ୍ପାଦ ଉପରେ ଶୁଳ୍କ ବଢାଇଦେଇଛି । ପ୍ରତି ଜବାବରେ ଭାରତ ମଧ୍ୟ କିଛି ବସ୍ତୁ ଜରିଆରେ ଆମେରିକା ଠାରୁ 3ରୁ 4 ଗୁଣ କର ଆଦାୟ କରିବ । ଏଥିରେ ଅଖରୋଟ, କାବୁଲି ଚଣା, ମସୁର ଡାଲି ଆଦି ରହିଛି। 2017-18 ଆର୍ଥିକ ବର୍ଷରେ ଭାରତ ଆମେରିକାକୁ 47.9 ଅରବ ଡଲାର ବସ୍ତୁ ରପ୍ତାନୀ କରିଥିଲା।

Intro:ମାଲକାନଗିରି ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଭା ଗୃହ ଠାରେ କଳାକାର ଦିବସ 2019 ପାଳନ ହୋଇଯାଇଛି । ଏହି ଉଶ୍ଚବରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ଏପିଡ଼ି ତଥା ଭାର ପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ମିଶ୍ର ପ୍ରମୁଖଙ୍କ ସହ ଅନେକ ଜନଜାତିର ନାଟ୍ୟଗୁରୁ ଯୋଗ ଦେଇଥିଲେ ।

Body:ବିଶେଷ କରି ମାଲକାନଗିରି ଜିଲ୍ଲାରେ ବାସ କରନ୍ତି 32ଟି ପ୍ରଜାତିର ଆଦିବାସୀ ଲୋକେ । ସେମାନଙ୍କ ମଧ୍ୟରୁ ବଣ୍ଡା, କୋୟା ଓ ଡିଡାଇ ଜନଜାତି ହେଉଛନ୍ତି ଅତି ପ୍ରାଚୀନ ଆଦିବାସୀ । ସମସ୍ତଙ୍କ ପାଖରେ ନିଜ ନିଜର ଭିନ୍ନ ପରମ୍ପରା ରହିଛି । ବେଶ ଭୁଷା ସହ ବାଦ୍ୟ ଯନ୍ତ୍ର ଓ ନାଚ ଗୀତ ମଧ୍ୟ ଗୋଟିଏ ସମ୍ପ୍ରଦାୟ ଠାରୁ ଅନ୍ୟ ସମ୍ପ୍ରଦାୟର ସମ୍ପୁର୍ଣ ଅଲଗା । ହେଲେ ମାଲକାନଗିରି ଜିଲ୍ଲାରେ ବାସ କରୁଥିବା ସମସ୍ତ ଆଦିବାସୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ଲାଗି ବିଭିନ୍ନ ଲୋକ ପର୍ବ ସହ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥାଏ । ଯାହା ମଧ୍ୟରେ ଜିଲ୍ଲାର ଲୋକ ପର୍ବ ତଥା ସାଂସ୍କୃତିକ ପର୍ବ ମାଲ୍ୟବନ୍ତ ମହଶ୍ଚବ ଅନ୍ୟତମ । କେଉଁ ଆବାହନ କାଳରୁ ରହିଥିବା ଲୋକକଳା ଧୀରେ ଧୀରେ ବିଲୋପ ହେବାକୁ ବସି ଥିବା ବେଳେ ରାଜ୍ୟ ସରକାର ଏହାର ପୁନଃ ଉଥାନ କରିବା ଲାଗି ପ୍ରୟାସ କରିବା ସହ କଳାର ଉନ୍ନତି ଲାଗି କଳାକାର ମାନଙ୍କୁ ରାଜ୍ୟ ସରକାର ଭତ୍ତା ପ୍ରଦାନ କରିବାର ବ୍ୟବସ୍ତା କରିଛନ୍ତି । ମାଲକାନଗିରି ଜିଲ୍ଲାର କଳାକାର ମାନେ କିପରି ଅଧିକରୁ ଅଧିକ କାଳକାର ଭତ୍ତା ପାଇବେ ତାହା ପ୍ରତି ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟା ଜାରି ରଖିଥିବା ଭାରପ୍ରାପ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ କହିଥିଲେ ।

Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ...............
Last Updated : Jun 18, 2019, 10:56 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.