ETV Bharat / business

ନିବେଶ ସନ୍ଧାନରେ ଭାରତ ମୁହାଁ ଆମେରିକୀୟ କମ୍ପାନୀ - busines

ଭାରତ ଆଡକୁ ଢଳୁଛି ଆମେରିକା । ନିବେଶ ସନ୍ଧାନରେ 100ରୁ ଉର୍ଦ୍ଧ୍ବ ଆମେରକୀୟ କମ୍ପାନୀର ପ୍ରତିନିଧି ଭାରତ ଯାତ୍ରାରେ ଆସିଛନ୍ତି । ବିଭିନ୍ନ ସହର ବୁଲି ଭିତ୍ତିଭୂମି ତଲାସରେ ଆଲୋଚନା କରୁଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : May 7, 2019, 2:13 PM IST

ନୂଆଦିଲ୍ଲୀ: ଭାରତ ଆଡକୁ ଢଳୁଛି ଆମେରିକା । ନିବେଶ ସନ୍ଧାନରେ ଭାରତକୁ ଛୁଟୁଛି ଆମେରକୀୟ କମ୍ପାନୀଙ୍କ ସୁଅ । ଦରକାର ଅବସର । ମଜବୁତ ଭିତ୍ତିଭୂମି ଓ ପ୍ରଫିଟ ଆଶାରେ 100ରୁ ଉର୍ଦ୍ଧ୍ବ ଆମେରିକୀୟ କମ୍ପାନୀର ପ୍ରତିନିଧି ଭାରତ ଯାତ୍ରାରେ ଆସିଛନ୍ତି । 8 ଦିନର ଏହି ଗସ୍ତରେ ଦିଲ୍ଲୀ ବ୍ୟତୀତ ଅହମଦାବାଦ, ଚେନ୍ନାଇ , କୋଲକତା, ମୁମ୍ବାଇ, ବେଙ୍ଗୁଲୁର ଓ ହାଇଦ୍ରାବାଦ ପରିଦର୍ଶନ କରିବେ ।

ଚୀନ ପରେ ଏବେ ଭାରତ ଉପରେ ବିଶ୍ବାସ ଦେଖାଉଛି ଆମେରିକା । ଦେଶର ସୁଦୃଢ ଭିତ୍ତିଭୂମି ଓ ନିବେଶର ବିପୁଳ ସୁଯୋଗକୁ ଦୃଷ୍ଟିରେ ରଖି ବ୍ୟବସାୟ କରିବାକୁ ମନ ବଳାଉଛି । ଏଥିଲାଗି ଏହି 100 ଜଣିଆ ପ୍ରତିନିଧି ମଣ୍ଡଳ ଭାରତର ପ୍ରମୁଖ ବାଣିଜ୍ୟିକ ସହରଗୁଡିକ ପରିଭ୍ରମଣରେ ଯାଇ ଆଗାମୀ କ୍ୟାଲକୁଲେସନ ଚଲାଇଛନ୍ତି । ସୋମବାରରୁ ଆରମ୍ଭ ହୋଇଥିବା ଏହି ମିଶନଟି ଆମେରିକା କମର୍ସ ମିନିଷ୍ଟ୍ରିର ବାର୍ଷିକ ବ୍ୟାପାର ମିଶନ କାର୍ଯ୍ୟକ୍ରମର ଟ୍ରେଡ ବିଣ୍ଡର୍ସର ଏକ ଅଂଶବିଶେଷ ।

ଆମେରିକା ବାଣିଜ୍ୟିକ ମନ୍ତ୍ରୀ ବିଲବର ରାସ କହିଛନ୍ତି ଯେ, ସମଗ୍ର ବିଶବରେ ଆମର ଉତ୍ପାଦନ ଗୁଡିକୁ ବିକ୍ରି କରିବା ପାଇଁ ପ୍ରୟାସ ଚାଲିଛି । ତେବେ ଯଦି ଭାରତରେ ଆମରକୀୟ କମ୍ପାନୀ ନିବେଶ କରନ୍ତି ଓ ପ୍ରତିଷ୍ଠାନ ଗଢନ୍ତି ତାହାହେଲେ ଦେଶରେ ଚାକିରୀର ବନ୍ୟା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ପ୍ରକାଶ ଥାଉ ଯେ, 2018 ରେ ଭାରତ ଓ ଆମେରିକା ମଧ୍ୟରେ ବସ୍ତୁ ଓ ସେବା ବ୍ୟାପାର ପାଖାପାଖି 142.1 ଅରବ ଡଲାର ହୋଇଛି । ସେହିପରି ଆମେରିକା ଠାରୁ ଭାରତ ପାଖାପାଖୀ 58.9 ଅରବ ଡଲାର ଆମଦାନୀ ଓ ରପ୍ତାନୀ 83.2 ଡଲାର କରିଛି ।

Intro:Body:

fddf

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.