ETV Bharat / business

ଏଣିକି ଚୀନ ଖାଇବ ଭାରତ ଲଙ୍କା - chilli

ଏଣିକି ଚୀନ ଖାଇବ ଭାରତ ଲଙ୍କା । ଗୁରୁବାର ଭାରତ ଓ ଚୀନ ମଧ୍ୟରେ ହୋଇଥିବା ବାଣିଜ୍ୟକ ଆଲୋଚନାର ଏପରି ନିଷ୍ପତ୍ତି ନିଆଯାଇଛି।

ପ୍ରତିକାତ୍ମକ ଫଟୋ
author img

By

Published : May 10, 2019, 2:57 PM IST

ନୂଆଦିଲ୍ଲୀ: ଭାରତକୁ ମିଳିଲା ବଡ ବାଣିଜ୍ୟିକ ସଫଳତା। ଚୀନକୁ ଖୁଆଇବ ଭାରତୀୟ ଲଙ୍କା । ଗୁରୁବାର ଭାରତ ଓ ଚୀନ ମଧ୍ୟରେ ହୋଇଥିବା ବାଣିଜ୍ୟି ଆଲୋଚନାରେ ନିଆଯାଇଛି ଏପରି ନିଷ୍ପତ୍ତି । ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କୃଷି ଉତ୍ପାଦ ରପ୍ତାନୀ-ଆମଦାନୀ ନେଇ ପ୍ରୋଟକଲ ସ୍ବାକ୍ଷରିତ ହୋଇଛି । ଏ ନେଇ ବାଣିଜ୍ୟିକ ମନ୍ତ୍ରାଣଳୟ ପକ୍ଷରୁ ସୂଚନା ମିଳିଛି ।

ପୂର୍ବରୁ ଭାରତ ଠାରୁ ତମାଖୁ, ମାଛ ଓ ମାଛତେଲ, ବାସମତୀ ଚାଉଳ, ଆମ୍ବ, ଅଙ୍ଗୁର ଓ କଲରା ଆଦି ଚୀନ ଆମଦାନୀ କରୁଥିଲା। ବିଭାଗୀୟ ମନ୍ତ୍ରଣାଳୟ ବୟାନ ଅନୁଯାୟୀ, 2 ଦେଶ ମଧ୍ୟରେ ବଜାର ସମ୍ଭନ୍ଧୀୟ ବିଷୟ ଉପରେ ଚର୍ଚ୍ଚା ହୋଇଛି । ଚାହିଦା ଅନୁଯାୟୀ ଯୋଗାଣ ଓ ବଜାରରେ ଅଭାବୀ ବିକ୍ରି ଆଦି ସମସ୍ୟାର ଯେପରି ସମାଧାନ କରାଯାଇପାରିବ ସେଥିପାଇଁ ଯୋଜନା ଚାଲିଛି। ଯେପରିକି ବେପାର ସନ୍ତୁଳନ ବଜାୟ ରହିବ ।

ନିକଟରେ ଭାରତ , ଚୀନ ସହିତ 380 ଉତ୍ପାଦ ରପ୍ତାନୀ ନେଇ ବୁଝାମଣା କରିଥିଲା। ଅଧିକ ରପ୍ତାନୀ କରିବା ଦ୍ବାରା ଚୀନ ସହ ଭାରତ ସମ୍ପର୍କ ଗଢିବା ସହ ବେପାର ଘାଟାକୁ ମଧ୍ୟ ହ୍ରାସ କରିପାରିବ । ଗତ ଆର୍ଥିକ ବର୍ଷର ଏପ୍ରିଲ- ଫେବୃଆରୀ ମଧ୍ୟରେ ଭାରତର ବେପାର ଘାଟା 50.12 ଅରବ ଡଲାର ରହିଥିବା ତଥ୍ୟ ରହିଛି ।

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.