ଲଣ୍ଡନ: ବ୍ରିଟେନରେ ପ୍ରତ୍ୟକ୍ଷ ନିବେଶ କ୍ଷେତ୍ରରେ ଭାରତ ସ୍ଥାନ ଉପରକୁ ଉପରକୁ ଉଠିଛି । ନିବେଶରେ ଆମେରିକା ପଛକୁ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । 2019ରେ ଭାରତ 120 ପ୍ରକଳ୍ପରେ ପୁଞ୍ଜି ନିବେଶ କରିଛି ଓ 5,429 ନୂଆ ନିବେଶ ସୁଯୋଗ ସୃଷ୍ଟି କରିଛି । ଶୁକ୍ରବାର ବ୍ରିଟେନ ସରକାର ଜାରି କରିଥିବା ସରକାରୀ ତଥ୍ୟରେ ଏ ନେଇ ପ୍ରକାଶ ପାଇଛି ।
ଇଣ୍ଟରନ୍ୟାସନାଲ ଟ୍ରେଡ ଡିପାର୍ଟମେଣ୍ଟର 2019-20ରେ ନିବେଶ ପରିସଂଖ୍ୟାନ ଜାରି ରିପୋର୍ଟ ଅନୁସାରେ, ଭାରତ ତୃତୀୟ ସ୍ଥାନରୁ ଉଠି ଦ୍ବିତୀୟ ସ୍ଥାନରେ ପହଞ୍ଚିଛି । ବ୍ରିଟେନ ପାଇଁ ଆମେରିକା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶର ପ୍ରଥମ ଉତ୍ସ ହୋଇ ରହିଛି। ଆମେରିକା 462 ଟି ପ୍ରକଳ୍ପରେ ନିବେଶ କରିଛି ଏବଂ 20,131 ନିଯୁକ୍ତି ସୃଷ୍ଟି କରିଛି । ସେହିପରି ଆମେରିକା ପଛକୁ ଭାରତ, ଜର୍ମାନୀ, ଫ୍ରାନ୍ସ, ଚୀନ ଏବଂ ହଂକଂ ରହିଛନ୍ତି । ଅଷ୍ଟ୍ରେଲିଆ ଓ ନ୍ୟୁଜଲ୍ୟାଣ୍ଡ 72 ପ୍ରକଳ୍ପରେ ନିବେଶ କରିଛି ।
ତଥ୍ୟ ଅନୁସାରେ 2018ରେ ଭାରତୀୟ ପ୍ରୋଜେକ୍ଟ ସଂଖ୍ୟା 106 ଥିଲା । ଏହା ଦ୍ବାରା 4,858 ରୋଜଗାର ସୁଯୋଗ ସୃଷ୍ଟି ହୋଇଥିଲା । ସେହିପରି 2019ରେ ପ୍ରକଳ୍ପ ସଂଖ୍ୟା ବଢି 120 ରେ ପହଞ୍ଚିଛିବା ସହ ରୋଜଗାର ସୁଯୋଗ 5,429ରେ ପହଞ୍ଚିଛି ।