ETV Bharat / business

ଆୟକର ରିଟର୍ଣ୍ଣ ଦାଖଲ ଅବଧି ନଭେମ୍ବର 30କୁ ବୃଦ୍ଧି - ଆୟକର ରିଟର୍ଣ୍ଣ ଦାଖଲ

2019-20 ଆୟକର ପୈଠ ସମୟ ସୀମା କୋହଳ । ରିଟର୍ଣ୍ଣ ଫାଇଲ କରିବା ଅବଧି ନଭେମ୍ବର 30 ତାରିଖ ଯାଏଁ ବୃଦ୍ଧି । ଅଧିକ ପଢନ୍ତୁ..

Income Tax Department extends ITR filing deadline for FY 2019-20 to November 30

author img

By

Published : Jul 4, 2020, 4:31 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଙ୍କଟ ମଧ୍ୟରେ କରଦାତାଙ୍କୁ ଆଶ୍ବସ୍ତି ଦେଇଛି ଆୟକର ବିଭାଗ । 2019-20 ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଭରିବା ଅବଧିକୁ ନଭେମ୍ବର 30କୁ ବଢାଇଛି ଆୟକର ବିଭାଗ । ଶନିବାର ବିଭାଗ ପକ୍ଷରୁ ଏନେଇ ଟ୍ବିଟ କରି ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ସରକାର ଆର୍ଥିକ ବର୍ଷ 2018-19 ର ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟସୀମାକୁ 1 ମାସ ବୃଦ୍ଧି କରି ଜୁଲାଇ 31 କରିବାକୁ ଘୋଷଣା କରିଥିଲେ । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏକ ବିଜ୍ଞପ୍ତି ମାଧ୍ୟମରେ 2019-20 ରେ କରରୁ ରିହାତି ପାଇବା ପାଇଁ ବିଭିନ୍ନ ଆର୍ଥିକ ସାଧନରେ ନିବେଶ ସମୟସୀମାକୁ ମଧ୍ୟ ଜୁଲାଇ 31 କୁ ବୃଦ୍ଧି କରିଛି । ଆର୍ଥାତ କୈଣସି ମଧ୍ୟ କରଦାତା ଗତ ଆର୍ଥିକ ବର୍ଷରେ କରରୁ ରିହାତି ପାଇଁ 2020ଜୁଲାଇ 31 ଯାଏଁ ବିଭିନ୍ନ ନିବେଶ କରିପାରିବ ।

ସେହିପରି କେନ୍ଦ୍ର ସରକାର ଆଧାର କାର୍ଡ ସହ ପିନ ସଂଯୋଗ ସମୟସୀମାକୁ ମଧ୍ୟ 2020 ମାର୍ଚ୍ଚ 31 ଯାଏଁ ବଢାଇ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.