ETV Bharat / business

ଜିଏସଟି ହ୍ରାସ ପ୍ରଭାବ, ଆରମ୍ଭରୁ 412 ପଏଣ୍ଟ ଖସିଲା ସେନସେକ୍ସ - ଭାରତୀୟ ସେୟାର ବଜାର ବେହାଲ

ଅଟୋ ସେକ୍ଟର ମାନ୍ଦାବସ୍ଥା, ବ୍ୟାଙ୍କ ମିଶ୍ରଣରେ ଅସନ୍ତୋଷ, ଓ ଜିଡିପି ହାର ହ୍ରାସ ଆଦି ଯୋଗୁଁ ଭାରତୀୟ ସେୟାର ବଜାର ବେହାଲ ହୋଇପଡିଛି ।  ମଙ୍ଗଳବାର କାରବାର ଆରମ୍ଭରୁ ସେନସେକ୍ସ 411 ପଏଣ୍ଟ ଖସିଥିବାବେଳେ ନିଫ୍ଟି 123.95  ପଏଣ୍ଟର କମି 10,899.30ରେ କାରବାର କରୁଛି ।

ପ୍ରତିକାତ୍ମକ ଫଟୋ
author img

By

Published : Sep 3, 2019, 1:57 PM IST

ମୁମ୍ବାଇ: ଦୁର୍ବଳ ଘରୋଇ ଓ ବିଶ୍ବ ମାନ୍ଦାବସ୍ଥା ଭିତରେ ବେହାଲ ବଜାର । ବିଶେଷ କରି ଅଟୋ ସେକ୍ଟର ସେୟାର ଭାରୀ ମାତ୍ରାରେ ହ୍ରାସ ପାଇଛି । ଫଳରେ ମଙ୍ଗଳବାର କାରବାର ଆରମ୍ଭରୁ ସେନସେକ୍ସ 411 ପଏଣ୍ଟ ଖସିଛି ।

2019-20 ପ୍ରଥମ ତ୍ରୟମାସରେ(ଏପ୍ରିଲ-ଜୁନ)ରେ ଜିଡିପି ହାର 6 ବର୍ଷର ସର୍ବନିମ୍ନକୁ ଖସି 5 ପ୍ରତିଶତରେ ପହଞ୍ଚିଛି । ଆଉ ଏହାର ପ୍ରମୁଖ କାରଣ ବିନିର୍ମାଣ ଓ କୃଷି କ୍ଷେତ୍ରରେ ଧିମାବସ୍ଥା । ଯାହା ଦ୍ବାରା ଘରୋଇ ବଜାର ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି ।

ଏଥିଯୋଗୁଁ ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 411.81 ପଏଣ୍ଟ ଖସି 36,920.98 ରହିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 123.95 ପଏଣ୍ଟର କମି 10,899.30ରେ କାରବାର କରୁଛି ।

ପ୍ରକାଶ ଥାଉ ଯେ, ଆର୍ଥିକ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ , ସରକାର ଶୁକ୍ରବାରକୁ 10 ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ କରି 4 ବୃହତ୍ତ ବ୍ୟାଙ୍କ ସୃଷ୍ଟି ନେଇ ଘୋଷଣା କରିଛନ୍ତି । ଆଉ ଏହି ନିଷ୍ପତ୍ତିରେ ଯେଉଁ ସବୁ ବ୍ୟାଙ୍କ ନାଖୁସ , ସେସବୁ ବ୍ୟାଙ୍କିଙ୍ଗ ସେକ୍ଟରର ସେୟାର ଲଗାତାର ହ୍ରାସ ପାଇବାରେ ଲାଗିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.