ETV Bharat / business

ଇଫକୋର ମାଗଣା ଅକ୍ସିଜେନ ପ୍ଲାଣ୍ଟ, ମେ 30ରୁ ହେବ କାର୍ଯ୍ୟକ୍ଷମ

author img

By

Published : Apr 23, 2021, 10:19 PM IST

ଦେଶରେ ଅମ୍ଲଜାନ ପ୍ଲାଣ୍ଟ ପ୍ରତିଷ୍ଠା କରି ସଙ୍କଟ ମୁକାବିଲାରେ ସହଯୋଗର ହାତ ବଢାଇଛି ସହକାରୀ କ୍ଷେତ୍ରର ଫର୍ଟିଲାଇଜର କମ୍ପାନୀ ଇଫକୋ । ଅଧିକ ପଢନ୍ତୁ..

IFFCOs 2nd oxygen plant in UP to commence from May 30

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି ସଂକ୍ରମଣ ସଂଖ୍ୟା । ଅମ୍ଲଜାନ ଅଭାବରୁ ପ୍ରାଣ ହରାଉଛି ଦୈନିକ ଶତାଧିକ ଲୋକ । ଏଭଳି ସ୍ଥିତିରେ ଦେଶରେ ଅମ୍ଲଜାନ ପ୍ଲାଣ୍ଟ ପ୍ରତିଷ୍ଠା କରି ସଙ୍କଟ ମୁକାବିଲାରେ ସହଯୋଗର ହାତ ବଢାଇଛି ସହକାରୀ କ୍ଷେତ୍ରର ଫର୍ଟିଲାଇଜର କମ୍ପାନୀ ଇଫକୋ ।

ଅକ୍ସିଜେନ ଚାହିଦା ପୂରଣ କରିବା ପାଇଁ ଇଫକୋ ଉତ୍ତରପ୍ରଦେଶର ବରେଲୀର ଅମ୍ବାଲାରେ ଏହାର ଦ୍ବିତୀୟ ପ୍ଲାଣ୍ଟ ସ୍ଥାପନ ନେଇ ଦେଇଛି ଆଦେଶ । IFFCO ଆଙ୍କୋଲା ୟୁନିଟରେ ଘଣ୍ଟା ପ୍ରତି 130 ଘନ ମିଟର କ୍ଷମତା ବିଶିଷ୍ଟ ଆଉ ଏକ ମେଡିକାଲ ଅମ୍ଳଜାନ ପ୍ଲାଣ୍ଟ ନିର୍ଦ୍ଦେଶ ଦେଇଛି । ମେ ମାସ 30 ସୁଦ୍ଧା ଏହାର କାର୍ଯ୍ୟକ୍ଷମ ହେବ ।

ଏହି ଜରିଆରେ ଦେଶର ହସ୍ପିଟାଲରେ ଫ୍ରି ଅକ୍ସିଜେନ ମିଳିବ ।

ଆସନ୍ତା 15 ଦିନରେ 30 କୋଟି ବ୍ୟୟରେ 4 ଟି ସ୍ଥାନରେ ପ୍ଲାଣ୍ଟ କରିବ ବୋଲି ସୂଚନା ଦେଇଛି IFFCO । ଆଉ ଏହି ଲିଷ୍ଟରେ ଓଡିଶାର ପାରାଦ୍ବୀପ ବି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.