ETV Bharat / business

2013ରେ ବି ତାପସୀ ଓ ଅନୁରାଗ କଶ୍ୟପଙ୍କ ଘରେ ହୋଇଥିଲା ଚଢାଉ

author img

By

Published : Mar 5, 2021, 9:30 PM IST

ଅଭିନେତ୍ରୀ ତାପସୀ ପନ୍ନୁ ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଆୟକର ଚଢାଉ ପ୍ରସଙ୍ଗରେ ମନ୍ତବ୍ୟ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅଧିକ ପଢନ୍ତୁ..

2013 ବି  ତାପସୀ ଓ ଅନୁରାଗ କଶ୍ୟପ ଘରେ ହେଇଥିଲା ଚଢଉ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଘରେ ଆୟକର ଚଢ଼ଉ ପରେ ଉଖୁରେଇଛି ବହୁ ପୁରୁଣା ପୋଥି । ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଭୟଙ୍କ ସପକ୍ଷରେ ଏକ ଜାରି କରିଛନ୍ତି ବିବୃତ୍ତି । ଏ ପ୍ରସଙ୍ଗରେ ସେ କହିଛନ୍ତି କି , ଏମାନଙ୍କ ଘରେ 2013 ମସିହାରେ ବି ଆୟକର ବିଭାଗ ଚଢାଉ କରିଥିଲା । କିନ୍ତୁ ସେତେବେଳେ ଏହାକୁ ନେଇ ଏତେଟା ତର୍କବିତର୍କ ହୋଇନଥିଲା , ଯାହା ଆଜି କରାଯାଉଛି ।

ବ୍ୟକ୍ତିଗତ ମାମଲା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଅର୍ଥମନ୍ତ୍ରୀ ଜଣାଇଛନ୍ତି କି, ଯଦି କେଉଁଠି କୌଣସି କର ଚୋରି ହେଉଛି , ତେବେ ଏ ସମ୍ବନ୍ଧରେ ସନ୍ଧାନ କରିବା ଜାତୀୟ ହିତରେ ରହିଛି । ସୀତାରମଣ ଏ ନେଇ ଜାତୀୟ ମହିଳା ପ୍ରେସ କ୍ଲବରେ ଗଣାମାଧ୍ୟମ ସହ ଆଲୋଚନା ସମୟରେ କହିଛନ୍ତି ।

ଏହି ପ୍ରସଙ୍ଗରେ ପଚରାଯାଇଥିବା ପ୍ରସଙ୍ଗରେ ସୀତାରମଣ ମତ ରଖିଛନ୍ତି କି, ‘‘ ସର୍ବପ୍ରଥମେ ମୁଁ କୌଣସି ଏ କିମ୍ବା ବି ବ୍ୟକ୍ତିକୁ ନେଇ ମନ୍ତବ୍ୟ ଦେବାକୁ ଚାହିଁବି ନାହିଁ । ( କିନ୍ତୁ) ଏଠାରେ ନାଁ ନିଆଯାଇଛି ( ମୁଁ କହିବାକୁ ଚାହିଁବି) କି ଏହି ନାଁ ଉପରେ 2013ରେ ମଧ୍ୟ ଚଢାଉ କରାଯାଇଥିଲା । ହେଲେ ସେତେବଳେ (2013) କୌଣସି ପ୍ରସଙ୍ଗ ନଥିଲା (ମୁଁ କହିବାକୁ ଚାହିଁବି ) କିନ୍ତୁ ଏହା ବଡ ପ୍ରସଙ୍ଗ ।

ତେବେ 2013 ରେ ଆୟକର ବିଭାଗର ଚଢାଉର ପରିଣାମ କଣ ରହିଲା ସେ ନେଇ କିଛି କହିନାହାନ୍ତି । ଏପରିକି ଏହି ମାମଲାକୁ ନେଇ ଗତ 7 ବର୍ଷ ମଧ୍ୟରେ କଣ କାର୍ଯ୍ୟନୁଷ୍ଠାନ ନିଆାଯାଇଛି ସେ ନେଇ ମଧ୍ୟ କୌଣସି ସୂଚନା ଦେଇନାହାନ୍ତି ।

ପ୍ରକାଶ ଯେ, ଫାଣ୍ଟମ ଫିଲ୍ମସ କମ୍ପାନୀ ବିରୋଧରେ ଆୟକର ଫାଙ୍କିବା ଅଭିଯୋଗ ହୋଇଥିଲା । ଏ ନେଇ ଗତ କିଛି ଦିନ ତଳେ ଅନୁରାଗ କଶ୍ୟପଙ୍କୁ ନୋଟିସ ମଧ୍ୟ ଦିଆଯାଇଥିଲା । ତେବେ ଏହା ପରେ ଆୟକର ବିଭାଗ 2 ଦିନ ତଳେ ମୁମ୍ବାଇ ଓ ପୁନେର 2 ଟି ସ୍ଥାନରେ ଚଢାଉ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.