ETV Bharat / business

ଲୋକାଲ ଟୁ ଗ୍ଲୋବାଲ ଥିମରେ ପୁଣି ଆରମ୍ଭ ହେବ ‘ହୁନର ହାଟ’

ଦକ୍ଷ, ନିପୁଣ କାରୀଗରଙ୍କୁ ଏକ ବଜାର ଦେବା ସହ ରୋଜଗାର ସୁଯୋଗ ଦେଉଥିବା ‘ହୁନର ହାଟ’ ପୁଣି ଆରମ୍ଭ ହେବ । ଏଥରର ଥିମ ରହିବ ‘ଲୋକାଲ ଟୁ ଗ୍ଲୋବାଲ’ । ଅଧିକ ପଢନ୍ତୁ..

author img

By

Published : May 24, 2020, 12:02 AM IST

hunar haat will resume on local to global theme
ଲୋକାଲ ଟୁ ଗ୍ଲୋବାଲ ଥିମରେ ପୁଣି ଆରମ୍ଭ ହେବ ‘ହୁନର ହାଟ’

ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ 5 ମାସ ପରେ କାରିଗରୀ ଏବଂ ଶିଳ୍ପକାରୀଙ୍କ 'ସଶକ୍ତିକରଣ ଏକ୍ସଚେଞ୍ଜ' ‘ହୁନର ହାଟ’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଏହି ହାଟ ସେପ୍ଟେମ୍ବରରୁ 'ଲୋକାଲ୍ ଟୁ ଗ୍ଲୋବାଲ୍' ଥିମ୍ ଏବଂ ପୂର୍ବ ଅପେକ୍ଷା ଅଧିକ କାରିଗରଙ୍କ ଅଂଶଗ୍ରହଣ ସହ ଆରମ୍ଭ ହେବ ।

ଏ ନେଇ ସୂଚନା ଦେଇ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭି ଶନିବାର କହିଛନ୍ତି ଯେ, ଗତ 5 ବର୍ଷରେ 5 ଲକ୍ଷରୁ ଉର୍ଦ୍ଧ୍ବ ଭାରତୀୟ କାରିଗରୀ ଓ ଶିଳ୍ପକାରୀଙ୍କୁ ରୋଜଗାର ପ୍ରଦାନ କରିଛି ହୁନର ହାଟ । ଏହାର ଦୁର୍ଲଭ ହସ୍ତନିର୍ମିତ ସ୍ବଦେଶୀ ଜିନିଷ ବହୁତ ଲୋକପ୍ରିୟ ହୋଇଛି । ଦେଶର ଦୂରଦୂରାନ୍ତରର କାରିଗର, ଶିଳ୍ପୀକାର, ପ୍ରତିଭାଶାଳୀଙ୍କୁ ଏକ ସୁଯୋଗ ସ୍ବରୂପ ବଜାର ଦେଇ ହୁନର ହାଟ ସ୍ୱଦେଶୀ ହସ୍ତତନ୍ତ ଉତ୍ପାଦନର ଏକ 'ପ୍ରାମାଣିକ ବ୍ରାଣ୍ଡ' ହୋଇପାରିଛି ।

ପ୍ରକାଶ ଯେ, କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଣଳୟ ଏବେ ସୁଦ୍ଧା ବିଭିନ୍ନ ସ୍ଥାରେ 2 ଡର୍ଜନରୁ ଅଧିକ ହୁନର ହଟର ଆୟୋଜନ କରିଛି । ଆଗାମୀ ଦିନରେ ଦିଲ୍ଲୀ, ଚଣ୍ଡୀଗଡ, ଆହ୍ଲାବାଦ, ଜୟପୁର, ହାଇଦ୍ରବାଦ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ , କୋଲକତା, ଡେରାଡୁନ, ପାଟନା, ନାଗପୁର, ରାୟପୁର, ଅମୃତସର, ଜମ୍ମୁ, ସିମଲା, ଗୋଆ, କୋଚି, ଗୌହାଟୀ , ଭୁବନେଶ୍ବର, ଅଜମେର, ଅହମ୍ମଦବାଦ, ଇନ୍ଦୋର, ରାଞ୍ଚି, ଲକ୍ଷ୍ନୌ ଆଦି ସ୍ଥାନରେ ଏହି ହୁନର ହାଟର ଆୟୋଜନ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.