ETV Bharat / business

‘ରେଲୱେରେ ବ୍ୟବସାୟ ପାଇଁ ରହିଛି ବଡ ସୁଯୋଗ’

author img

By

Published : Jun 22, 2020, 7:48 PM IST

ରେଲୱେରେ ଘରୋଇ କ୍ଷେତ୍ର ପାଇଁ ବହୁତ ସୁଯୋଗ ରହିଛି । ଆଉ ଏଥିପାଇଁ ମନ୍ତ୍ରାଳୟ ପକ୍ଷରୁ ସହୋଗ ମଧ୍ୟ କରାଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ । ଅଧିକ ପଢନ୍ତୁ..

‘ରେଲୱେ ରେ ବ୍ୟବସାୟ ପାଇଁ ରହିଛି ବଡ ସୁଯୋଗ’
‘ରେଲୱେ ରେ ବ୍ୟବସାୟ ପାଇଁ ରହିଛି ବଡ ସୁଯୋଗ’

ନୂଆଦିଲ୍ଲୀ: ରେଲୱେରେ ବ୍ୟବସାୟ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । କାରଣ ମନ୍ତ୍ରାଳୟ ରେଳ ମାର୍ଗ ଓ ପାର୍ସଲ ଗାଡିଗୁଡିକୁ ଲିଜରେ ଦେବା ପାଇଁ ପ୍ରସ୍ତୁତି କରୁଛି । ସୋମବାର କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏ ନେଇ କହିଛନ୍ତି ।

ଗୋଏଲ କହିଛନ୍ତି କି, ରେଳବାଇରେ ମାଲ ପରିବହନ କାମ ଗତ ବର୍ଷରେ 95 ପ୍ରତିଶତରେ ପହଞ୍ଚିଛି । ରେଲୱେ ବର୍ତ୍ତମାନ ଘରୋଇ କ୍ଷେତ୍ରରେ 150ଟି ଯାତ୍ରୀବାହୀ ଟ୍ରେନ ଆରମ୍ଭ କରିବାକୁ ଯାଉଛି । ଆଉ ଯୋଜନା ପାଇଁ ଆଗ୍ରହୀ ଥିବା ୟୁନିଟକୁ ଆମନ୍ତ୍ରଣ କରାଯାଇଛି ।

‘‘ଘରୋଇ କ୍ଷେତ୍ର ଲକ୍ଷାଧିକ ଉପାୟରେ । ମୁଁ ନୂଆ ମାର୍ଗ ଲିଜ ଦେବାକୁ ଯାଉଛି । ଏହି ଅର୍ଥରେ ମୁଁ କହିବାକୁ ଯାଉଛି କି, ଆପଣ (ଘରୋଇ କମ୍ପାନୀ) ସେହି ସବୁ ମାର୍ଗକୁ ଚୟନ କରନ୍ତୁ ଯେଉଁଠି ଆପଣ ଟ୍ରେନ ସେବା ଆରମ୍ଭ କରିବାକୁ ଚାହୁଁଛନ୍ତି । ’’ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଦ୍ବାରା ଆୟୋଜିତ ଏକ ଅନଲାଇନ କାର୍ଯ୍ୟକ୍ରମରେ ଗୋଏଲ ଏ ସମ୍ଭନ୍ଧରେ କହିଛନ୍ତି ।

ଏଥିସହ ଗୋଏଲ ଘରୋଇ କମ୍ପାନୀଙ୍କୁ କହିଛନ୍ତି କି ଯଦି ଆପଣ ଚାହୁଁଛନ୍ତି ତେବେ ଆପଣଙ୍କ ସହ ନୂଆ ଲାଇନରେ ନିବେଶ କରିବା ପାଇଁ ମଧ୍ୟ ପ୍ରସ୍ତୁତ । ଆମେ ଟ୍ରାଫିକ ରୁଟକୁ ଏବଂ ପାର୍ସଲ ଟ୍ରେନକୁ ମଧ୍ୟ ଲିଜ ଦେବା ପାଇଁ ଇଚ୍ଛୁକ ଅଛୁ । ଏଣୁ ଘରୋଇ କ୍ଷେତ୍ର ପାଇଁ ବହୁତ ସୁଯୋଗ ରହିଛି । ଏଥିସହ ସେ କହିଛନ୍ତି ଯେ ଜମି କ୍ରୟ କରିବାର ଚ୍ୟାଲେଞ୍ଜ ନ ଥିବାରୁ ଘରୋଇ କ୍ଷେତ୍ର ଜାତୀୟ ରାଜପଥରେ ଏକ ଉଚ୍ଚ କରିଡରକୁ ବିଚାର କରିପାରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.