ETV Bharat / business

CAITର ଦାବି, ହୁୱାଇ ଓ ZTEକୁ 5ଜି ନେଟୱାର୍କରୁ ବାଦ ଦିଅ

author img

By

Published : Jul 6, 2020, 3:54 PM IST

5ଜି ନେଟୱର୍କ ଲାଗୁ ପ୍ରକ୍ରିୟାରେ ଚୀନ କମ୍ପାନୀ ହୁୱାଇ ଓ ZTEକୁ ଭାଗ ନେବାକୁ ଅନୁମତି ଦିଆଯିବା ଉଚିତ ନୁହେଁ । ଏନେଇ ସରକାରଙ୍କ ପାଖରେ ଦାବି କରିଛି ସିଏଆଇଟି । ଅଧିକ ପଢନ୍ତୁ..

ହୁୱାଇ ଓ ZTEକୁ 5ଜି ନେଟୱାର୍କରୁ ବାଦ ଦିଆଯାଉ
ହୁୱାଇ ଓ ZTEକୁ 5ଜି ନେଟୱାର୍କରୁ ବାଦ ଦିଆଯାଉ

ନୂଆଦିଲ୍ଲୀ: ସୀମାରେ ହିଂସାତ୍ମକ ସଂଘର୍ଷ ପରେ ଦେଶରେ ଚୀନ ବିରୋଧୀ ସ୍ବର ଶାଣିତ ହେଉଛି । ଗୋଟିଏ ପରେ ଗୋଟିଏ ଚୁକ୍ତି ରଦ୍ଦ ସହ ଚୀନ ଆପକୁ ଦେଶରେ ବ୍ୟାନ କରାଯାଇଛି । ଏଥିମଧ୍ୟରେ କେନ୍ଦ୍ର ସରକାରଙ୍କୁ 5ଜି ନେଟୱର୍କ ଲାଗୁ ପ୍ରକ୍ରିୟାରେ ଚୀନ କମ୍ପାନୀ ହୁୱାଇ ଓ ZTEକୁ ବାଦ ଦେବାକୁ ଦାବି କରିଛି କନଫେଡରେଶନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ।

କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପଠାଯାଇଥିବା ଏକ ପତ୍ରରେ ସିଏଆଇଟି କହିଛି କି, ଭାରତର ସାର୍ବଭୌମତ୍ବ, ଅଖଣ୍ଡତା ଓ ଲୋକଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଦୃଷ୍ଟିରୁ ଏହି 2 କମ୍ପାନୀଙ୍କୁ 5G ନେଟୱାର୍କରୁ ବାଦ ଦିଆଯିବା ଉଚିତ ।

ନିକଟରେ ସରକାର ଯେଉଁଭଳି ଟିକଟକ୍ ସମେତ 59 ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ସେହି ନୀତିର ପାଳନ କରି ହୁୱାଇ ଓ ZTE କର୍ପୋରେସକୁ 5 ଜି ପ୍ରକ୍ରିୟାରେ ସାମିଲ ହେବାକୁ ରୋକିବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.