ନୂଆଦିଲ୍ଲୀ: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ଆତ୍ମନିର୍ଭର ଭାରତ’ ପ୍ୟାକେଜର ଚତୁର୍ଥ ରାଉଣ୍ଡରେ ଗଠନମୂଳକ ସଂସ୍କାର(Structural Reform) ଉପରେ କଲେ ଅନେକ ଘୋଷଣା । ଏହା ଅନୁଯାୟୀ କେନ୍ଦ୍ର ସରକାର ବିଦେଶୀ କମ୍ପାନୀଙ୍କୁ ଭାରଣ ଆଣିବା ପାଇଁ ପ୍ଲାନ ପ୍ରସ୍ତୁତ କରିଛନ୍ତି ।
ଭାରତ ପ୍ରତି ବିଦେଶୀ କମ୍ପାନୀଙ୍କୁ ଆକର୍ଷିକ କରିବା ପାଇଁ ରାଜ୍ୟ ଗୁଡିକ ସହିତ ମିଶି କାମ କରାଯିବ । ଏଥିସହ ଯୋଜନାରେ ଅପଗ୍ରେଡେସନ କରାଯିବ । ଯାହା ଦ୍ବାରା ନିବେଶକଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ପ୍ରକାର ପଲିସି ରିଫର୍ମ(Policy Reforms) ଅଧିନରେ ଗତ କିଛି ମାସରେ ଫାଷ୍ଟ ଟ୍ରାକ ଇନଭେଷ୍ଟମେଣ୍ଟ (Fast Track Investment) ପ୍ରୋତ୍ସାହନ ଦିଆଯାଇଛି ।
ନିବେଶ ବୃଦ୍ଧି କରିବାକୁ ପ୍ରତ୍ୟେକ ମନ୍ତ୍ରଣାଳୟରେ ଏକ ପ୍ରୋଜେକ୍ଟସ ଡେଭଲପଣ୍ଟ ସେଲ ପ୍ରସ୍ତୁତ କରାଯିବ । ଏହି ସେଲର ସାହାଯ୍ୟରେ ପ୍ରତ୍ୟେକ ମନ୍ତ୍ରଣାଳୟ ଏହାର ଅଞ୍ଚଳରେ ସମ୍ଭାବ୍ୟ ପ୍ରକଳ୍ପର ଯୋଜନା କରିବ ଏବଂ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ । ଏହି ସେଲଗୁଡିକ କେନ୍ଦ୍ର ଏବଂ ସରକାର ରାଜ୍ୟ ସହାୟତାରେ ନିବେଶକୁ ଆଗକୁ ବଢାଇବ ।
ସରକାରଙ୍କ 1 ହଜାର ବିଦେଶୀ କମ୍ପାନୀଙ୍କ ଉପରେ ନଜର ରହିଛି । ଯେଉଁମାନେ କି ମେଡିକାଲ ଇକ୍ୟୁମେଣ୍ଟ ଯୋଗାଣ କରନ୍ତି, ଫୁଡ ପ୍ରୋସେସିଙ୍ଗ, ଟେକ୍ସଟାଇଲ , ଲେଦର ଓ ଅଟୋ ପାର୍ଟସ ଭଳି 550 ବସ୍ତୁ ଉତ୍ପାଦନ କରନ୍ତି ।
ତେବେ ଭାରତରେ ଭିତ୍ତିଭୂମି, ଶ୍ରମ ଆଦି ବ୍ୟବସ୍ଥା ଭଲ ଥିବା ବିଦେଶୀ କମ୍ପନୀଙ୍କ ପାଇଁ ଭଲ ସୁଯୋଗ ରହିଛି ବୋଲି କୁହାଯାଇଛି ।