ମୁମ୍ବାଇ: ଜୁନ ମାସରେ ରୋଜଗାର ଗତିବିଧି ବାର୍ଷିକ ଆଧାରରେ ହ୍ରାସ ହୋଇଥିଲା ବେଳେ ମେ ମାସ ତୁଳନାରେ ଏଥିରେ 33 ପ୍ରତିଶତ ବୃଦ୍ଧି ହୋଇଛି । Naukri.com ର ମାସିକ ନିଯୁକ୍ତି ସୂଚକାଙ୍କରେ ଏହି ସୂଚନା ପ୍ରକାଶ ପାଇଛି
ରୋଜଗାର ସମ୍ବନ୍ଧରେ ଅନଲାଇନ ସୂଚନା ପ୍ରଦାନ କରୁଥିବା କମ୍ପାନୀ Naukri.com ର ଜୁନ ଚାକିରୀ JobSpeak ସୂଚକାଙ୍କ 1208 ପଏଣ୍ଟରେ ରହିଛି । ପୂର୍ବ ମାସ ତୁଳନାରେ ଏହା 33 ପ୍ରତିଶତ ଅଧିକ । କିନ୍ତୁ ବାର୍ଷିକ 44 ପ୍ରତିଶତ ହ୍ରାସ ପାଇଛି।
କୋଭିଡ-19 ସଙ୍କଟ ଯୋଗୁଁ ସମଗ୍ର ଦେଶରେ ଲକଡାଉନର ପ୍ରଭାବ ଅତ୍ୟନ୍ତ ଖରାପ ରହିଛି । ଫଲରେ ରୋଜଗାର ଗତିବିଧି ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି । ଯଦିଓ ଜୁନ 8 ପରେ ଲକଡାଉନ କୋହଳ ହେବା ଯୋଗୁଁ ସ୍ଥିତି ସାମାନ୍ୟ ସୁଧୁରିଛି । କିନ୍ତୁ ଏବେ ବି ରୋଜଗାର ଚିନ୍ତା ଘାରିଛି ।
କମ୍ପାନୀ ଏହି ସୂଚକାଙ୍କ ରିପୋର୍ଟ ନିଜ ପ୍ଲାର୍ଟଫର୍ମରେ ଉପଲବ୍ଧ ନୌକରୀ ସୂଚନାର ଆକଳନରେ ପ୍ରସ୍ତୁତ କରିଥାଏ ।