ETV Bharat / business

ଅର୍ଥମନ୍ତ୍ରୀ ଭାବେ ଅରୁଣଙ୍କ ଅବଦାନ, ପଢନ୍ତୁ ହାଇଲାଇଟ୍ସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ଥିଲେ ଅରୁଣ ଜେଟଲୀ । 66 ବର୍ଷ ବୟସରେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ନାହାଁନ୍ତି ହେଲେ ଦେଶର ଅର୍ଥନୀତିକୁ ତାଙ୍କର ଅବଦାନ ଅତୁଳନୀୟ । ନଜର ପକାନ୍ତୁ ଅର୍ଥମନ୍ତ୍ରୀ ଭାବେ ଅରୁଣଙ୍କ ପ୍ରମୁଖ ଉପଲବ୍ଧି ଉପରେ...

ଡିଜାଇନ ଫଟୋ
author img

By

Published : Aug 24, 2019, 3:31 PM IST

Updated : Aug 24, 2019, 4:34 PM IST

ନୂଆଦିଲ୍ଲୀ: କେବଳ ରାଜନୀତି ନୁହେଁ ଅର୍ଥନୀତିରେ ବି ସେ ଥିଲେ ଧୁରନ୍ଧର ଓ ପାରଙ୍ଗମ । ଆଇନର ଛାତ୍ର ହୋଇ ବି ସେ ଦେଶର ଅର୍ଥବ୍ୟବସ୍ଥାକୁ ଦେଇଥିଲେ ନୂଆ ଦିଶା । ଜଣେ ବିଚକ୍ଷଣ ରଣନୀତିଜ୍ଞ ଭାବେ ଦେଶର ଆର୍ଥିକ ମେରୁଦଣ୍ଡକୁ ମଜବୁତ ପାଇଁ ଉଠାଇଥିଲେ ବହୁ ଉଲ୍ଲେଖନୀୟ ପଦକ୍ଷେପ । ଏଭଳି ବଳିଷ୍ଠ ବ୍ୟକ୍ତିତ୍ବ ଅରୁଣ ଜେଟଲୀ ଆଉ ନାହାନ୍ତି । ଦୀର୍ଘଦିନର ଅସୁସ୍ଥତା ପରେ 66 ବର୍ଷରେ ସେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ବାଜପେୟୀଙ୍କ ଠାରୁ ମୋଦି ମନ୍ତ୍ରୀମଣ୍ଡଳର ପ୍ରମୁଖ ଚେହେରା ଥିଲେ ଜେଟଲୀ । ପ୍ରତ୍ୟକ୍ଷ ନିର୍ବାଚନ ନ ଜିତି ସେ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ପ୍ରତିରକ୍ଷା, ସୂଚନା ଓ ପ୍ରସାରଣ, ଆଇନ ଭଳି କେନ୍ଦ୍ରର ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ସେ ନିର୍ବାହ କରିଛନ୍ତି । କିନ୍ତୁ ଅର୍ଥମନ୍ତ୍ରୀ ଭାବେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ ପ୍ରଥମ କାର୍ଯ୍ୟକାଳରେ ଜେଟଲୀଙ୍କୁ 2014 ମେ 26ରେ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ବ ଦେଇଥିଲେ । ଜେଟଲୀ 5-5 ଥର କେନ୍ଦ୍ର ବଜେଟ ଓ ଥରେ (2016,ଫେବୃଆରୀ29) ଲିପ ଇୟର( 4ବର୍ଷରେ ଥରେ) ବଜେଟ ଉପସ୍ଥାପନ କରିଛନ୍ତି ।

ତେବେ ନଜର ପକାନ୍ତୁ ଅର୍ଥମନ୍ତ୍ରୀ ଭାବେ ଜେଟଲୀଙ୍କ ପ୍ରମୁଖ ଉପଲବ୍ଧି ସବୁ କଣ ଥିଲା...

  1. ନିଜ କାର୍ଯ୍ୟକାଳ ମଧ୍ୟରେ ଜେଟଲୀ, ଦୀର୍ଘଦିନ ଧରି ପଡିରହିଥିବା ପରୋକ୍ଷ କରରେ ସଂଶୋଧନ କରିଥିଲେ
  2. 2017 ଜୁଲାଇ ପହିଲାରେ ଜିଏସଟି (ଦ୍ରବ୍ୟ ଓ ସେବା କର) ଲାଗୁ କରିଥିଲେ
  3. ବର୍ଦ୍ଧିତ ମୁଦ୍ରାସ୍ପୀତି ଉପରେ ଲଗାମ ଲଗାଇବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରାନୀତି ସମିତି(ଏମପିସି)ର ସ୍ଥାପନା ଥିଲା ତାଙ୍କର ବଡ ନିଷ୍ପତ୍ତି । ଯାହା ଫଳରେ ଉପଭୋକ୍ତା ମୂଲ୍ୟ ମୁଦ୍ରାସ୍ପୀତିକୁ ତାଙ୍କ କାର୍ଯ୍ୟକାଳ ଆରମ୍ଭରେ 7.72 ପ୍ରତିଶତରୁ ହ୍ରାସ କରାଗଲା । ଯାହାକି ବର୍ତ୍ତମାନ 3 ପ୍ରତିଶତ ପାଖାପାଖି ରହିଛି ।
  4. ବ୍ୟାଙ୍କିଙ୍ଗ ସେକ୍ଟରରେ ଚାଲିଥିବା ଅନାଦେୟ ଋଣ (ଏନପିଏ) ନେଇ ଚାଲିଥିବା ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ଅଧିନରେ ଦେବାଳିଆ କମ୍ପାନୀଙ୍କ ପାଇଁ ନିର୍ଦ୍ଧିଷ୍ଟ ସମୟସୀମା ବିଶିଷ୍ଟ ସମାଧାନ ପାଇଁ ଏକ ରୂପରେଖ ପ୍ରସ୍ତୁତର ସମସ୍ତ ଶ୍ରେୟ ଜେଟଲୀଙ୍କୁ ଯାଉଛି । ଏହି ସଂଶୋଧନ ଆଇନକୁ 2016ରେ ସଂସଦରେ ମଞ୍ଜୁରୀ ମିଳିଥିଲା ।
  5. 5 ସହାୟକ ବ୍ୟାଙ୍କ ଓ ଭାରତୀୟ ମହିଳା ବ୍ୟାଙ୍କକୁ ଜେଟଲୀ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ସହ ଯୋଡିଥିଲେ । ଏଥିସହ ବିଜୟ ଓ ଦେନା ବ୍ୟାଙ୍କକୁ ବ୍ୟାଙ୍କ ଅଫ ବରୋଦା ସହ ମିଶ୍ରଣ କରି ଦେଶର ତୃତୀୟ ବୃହତ୍ତ ବ୍ୟାଙ୍କ ଭାବେ ପରିଣତ କରିବାକୁ ଉଦ୍ୟମ କରିଥିଲେ ।
  6. 1969 ଓ 1980ରେ ବ୍ୟାଙ୍କର ରାଷ୍ଟ୍ରୀୟକରଣ ପରେ ବ୍ୟାଙ୍ଗିଙ୍ଗ ସେକ୍ଟରରେ ଏହା ବଡ ସୁଧାର ଆଣିଥିଲା ।
  7. ପାରମ୍ପରିକ ବଜେଟରେ ସୁଧାର ମଧ୍ୟ ତାଙ୍କ ଏଜେଣ୍ଡାର ଏକ ପାର୍ଟ ଥିଲା । ଏହା ଅନୁଯାୟୀ ସ୍ବତନ୍ତ୍ର ରେଳ ବଜେଟକୁ ମୂଳ ବଜେଟ ସହ ଯୋଗ କରାଯାଇଥିଲା । ଏଥିସହ 2017 ପରେ ବଜେଟକୁ ଫେବୃଆରୀ ପହିଲାରୁ ଆଗତ କରାଗଲା ।
  8. 2016 ନଭେମ୍ବରରେ ମୋଟା ନୋଟ 1000 ଓ 500 ଟଙ୍କିଆ ନୋଟର ବିମୁଦ୍ରିକରଣ କରାଯାଇଥିଲା ।
  9. ଏଥିସହ ମୌଦ୍ରିକ ଲାଭ ଓ ସବସିଡି ପାଇଁ ଜନଧନ , ଆଧାର ଓ ମୋବାଇଲ ଟ୍ରେନିଙ୍ଗର ଉପଯୋଗ କରିବା ଉପରେ ଜେଟଲୀ ଜୋର ଦେଇଥିଲେ । ଏଥିଯୋଗୁଁ ସରକାରଙ୍କ 1000 କୋଟିର ସଞ୍ଚୟ ହୋଇଥିଲା ।
  10. ରାଜକୋଷୀୟ ଘାଟା ହ୍ରାସରେ ମଧ୍ୟ ଜେଟଲୀଙ୍କ ଯୋଗଦାନ ଅନେକ । ଜେଟଲୀଙ୍କ ବିଭିନ୍ନ ଯୋଜନା ଯୋଗୁଁ ରାଜକୋଷୀୟ ଘାଟା 3.5 ପ୍ରତିଶତ ନିକଟରେ ରହିଥିଲା ।

Intro:Body:

BLANK FOR LINK

Conclusion:
Last Updated : Aug 24, 2019, 4:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.