ETV Bharat / business

ଅନୀଲ ଅମ୍ବାନୀଙ୍କ ବିରୋଧରେ ଦେବାଳିଆ ପ୍ରକ୍ରିୟା ସ୍ଥଗିତ କଲେ ହାଇକୋର୍ଟ

author img

By

Published : Aug 27, 2020, 8:25 PM IST

ଏସବିଆଇ ଦ୍ବାରା ଅନୀଲଙ୍କ 2ଟି ସଂସ୍ଥାକୁ ଦିଆଯାଇଥିବା 1200 କୋଟି ଟଙ୍କା ଋଣ ଆଦାୟ ନେଇ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହାକୁ ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଆଗାମୀ ଶୁଣାଣୀ ଅକ୍ଟୋବର 6 ରେ ହେବ । ଅଧିକ ପଢନ୍ତୁ..

ଅନୀଲ ଅମ୍ବାନୀଙ୍କ ବିରୋଧରେ ଦେବାଳିଆ ପ୍ରକ୍ରିୟା ସ୍ଥଗିତ କଲେ ହାଇକୋର୍ଟ
ଅନୀଲ ଅମ୍ବାନୀଙ୍କ ବିରୋଧରେ ଦେବାଳିଆ ପ୍ରକ୍ରିୟା ସ୍ଥଗିତ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଗୁରୁବାର ରିଲାଏନ୍ସ କମ୍ୟୁନିକେସନ (RCom) ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ବିରୋଧରେ ଇନ୍ସଲଭେନ୍ସି ରିଜୋଲ୍ୟୁସନ ପ୍ରକ୍ରିୟା (IRP) ସ୍ଥଗିତ ରଖିଛନ୍ତି। ଏସବିଆଇ ଦ୍ବାରା ଅନୀଲଙ୍କ 2ଟି ସଂସ୍ଥାକୁ ଦିଆଯାଇଥିବା 1200 କୋଟି ଟଙ୍କା ଋଣ ଆଦାୟ ନେଇ ଏହି ଦେବାଳିଆ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଆରକମ ଓ ରିଲାଏନ୍ସ ଇନଫ୍ରାଟେଲ ଲିମିଟେଡ (RITL)କୁ ଯଥାକ୍ରମେ ଦେଇଥିବା 565 କୋଟି ଟଙ୍କା 635 କୋଟି ଟଙ୍କା ଋଣ ପାଇଁ ଅନୀଲ ଅମ୍ବାନୀ ବ୍ୟକ୍ତିଗତ ଗ୍ୟାରେଣ୍ଟି ରହିଥିଲେ ।

ଜଷ୍ଟିସ ଭିପିନ୍ ସାଙ୍ଗୀ ଏବଂ ଜଷ୍ଟିସ୍ ରଜନୀଶ ଭଟନାଗରଙ୍କ ଏକ ବେଞ୍ଚ ଇନ୍ସଲଭେନ୍ସି ଆଣ୍ଡ ବ୍ୟାଙ୍କରପସି କୋଡ (ଆଇବିସି) ଅଧିନରେ ଆଇଆରପିରେ ରୋକ ଲଗାଇଛନ୍ତି । ଏଥିସହ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅମ୍ବାନୀଙ୍କୁ ତାଙ୍କର ସମ୍ପତ୍ତି କିମ୍ବା ଆଇନଗତ ଅଧିକାର ଏବଂ ସ୍ୱାର୍ଥ ହସ୍ତାନ୍ତର, ଋଣ ଦେବା କିମ୍ବା ନେବା ଏବଂ ବିକ୍ରୟ କରିବାକୁ ପ୍ରତିବନ୍ଧକ ଲଗାଯାଇଛି ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର, ଇନ୍ସଲଭେନ୍ସି ଏବଂ ବ୍ୟାଙ୍କରପସି ବୋର୍ଡ ଅଫ ଇଣ୍ଡିଆ (ଆଇବିବିଇ) ଏବଂ ଏସବିଆଇକୁ ନୋଟିସ ଜାରି କରି ଅକ୍ଟୋବର 6 ପୂର୍ବରୁ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର 6 ରେ ହେବ।

ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି) ଅଗଷ୍ଟ 20 ରେ ଅମ୍ବାନୀଙ୍କ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବାକୁ କହିଛି। NCLT କହିଛି ଯେ ଉଭୟ ରିଲାଏନ୍ସ କମ୍ୟୁନିକେସନ ଏବଂ ରିଲାଏନ୍ସ ଇନଫ୍ରାଟେଲ ଋଣ କିସ୍ତି ପରିଶୋଧ କରିବାରେ ବିଫଳ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.