ETV Bharat / business

ଅର୍ଥନୀତି ସୁଧାର ସଙ୍କେତ, ନଭେମ୍ବରରେ ବି 1 ଲକ୍ଷ କୋଟି ଟପିଲା ଜିଏସଟି ସଂଗ୍ରହ - GST in November

ଯଦିଓ ଅକ୍ଟୋବର ମାସ ତୁଳନାରେ ଜିଏସଟି ରାଜସ୍ବ ପରିମାଣ ସାମାନ୍ୟ ଖସିଛି , ହେଲେ ନଭେମ୍ବର ମାସରେ 1 ଲକ୍ଷ କୋଟି ଉପରେ ରହିଛି ଆଦାୟ ପରିମାଣ ।

ଅର୍ଥନୀତି ସୁଧାର ସଙ୍କେତ,  ନଭେମ୍ବରରେ ବି 1 ଲକ୍ଷ କୋଟି ଟପିଲା ଜିଏସଟି ସଂଗ୍ରହ

author img

By

Published : Dec 1, 2020, 5:08 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ବିପର୍ଯ୍ୟସ୍ତ ହୋଇପଡିଥିବା ଅର୍ଥନୀତି ସୁଧୁରୁଛି । ବିଭିନ୍ନ ସେକ୍ଟରର ଅଭିବୃଦ୍ଧି ରିପୋର୍ଟ ଓ ରାଜସ୍ବ ଆଦାୟରୁ ଏ ନେଇ ମିଳିଛି ସଙ୍କେତ । ମଙ୍ଗଳବାର ଅର୍ଥ ମନ୍ତ୍ରାଳୟର ସୂଚନା ଅନୁସାରେ ନଭେମ୍ବର ମାସର ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହ 1.04 ଲକ୍ଷ କୋଟି ଟଙ୍କା ରହିଛି ।

ଯଦିଓ ଅକ୍ଟୋବର ମାସ ତୁଳନାରେ ଜିଏସଟି ରାଜସ୍ବ ପରିମାଣ ସାମାନ୍ୟ ଖସିଛି , ହେଲେ ନଭେମ୍ବର ମାସରେ 1 ଲକ୍ଷ କୋଟି ଉପରେ ରହିଛି ଆଦାୟ ପରିମାଣ । ଅକ୍ଟୋବର ମାସରେ ଏହା 1.05 ଲକ୍ଷ କୋଟି ଟଙ୍କା ଥିଲା । ଚଳିତ ଆର୍ଥିକ ବର୍ଷରେ ଏହାକୁ ମିଶାଇ ଲଗାତାର ଦ୍ବିତୀୟ ମାସ ଧରି ଜିଏସଟି ସଂଗ୍ର 1 ଲକ୍ଷ କୋଟି ଟଙ୍କା ସ୍ତର ପାର କରିଛି ।

ତେବେ ଚଳିତ ଥର ଜିଏସଟି ଆଦାୟ ଗତ ବର୍ଷ ନଭେମ୍ବର ମାସର ତୁଳନାରେ 1.4 ପ୍ରତିଶତ ଅଧିକ ଅଛି । 2019 ନଭେମ୍ବରରେ ଜିଏସଟି ସଂଗ୍ରହ 1,03,491 କୋଟି ଟଙ୍କା ଥିଲା ।

ଅର୍ଥମନ୍ତ୍ରାଳୟ ବିବୃତ୍ତି ଜାରି କରି କହିଛି କି, ସମୀକ୍ଷାଧୀନ ମାସରେ ଦ୍ରବ୍ୟ ଆମଦାନୀରେ ରାଜସ୍ବ ଗତ ବର୍ଷ ସମାନ ମାସ ତୁଳନାରେ 4.9 ପ୍ରତିଶତ ଅଧିକ ରହିଛି । ସେପଟେ ଘରୋଇ ନେଣଦେଣରେ ରାଜସ୍ବ ଗତ ବର୍ଷ ସମାନ ମାସଠାରୁ 0.5 ପ୍ରତିଶତ ଅଧିକ ଅଛି ।

2020 ନଭେମ୍ବରରେ ମୋଟ ରାଜସ୍ବ ସଂଗ୍ରହ 1,04,963 କୋଟି ଟଙ୍କା ରହିଛି । ଏଥିରେ କେନ୍ଦ୍ରୀୟ ଜିଏସଟି 19,189 କୋଟି ଟଙ୍କା, ରାଜ୍ୟ ଜିଏସଟି 25,540 କୋଟି ଟଙ୍କା ଓ ଆଇଜିଏସଟି 51,992 କୋଟି ଟଙ୍କା (ଏଥିରେ 22,078 କୋଟି ଟଙ୍କା ଦ୍ରବ୍ୟର ଆମଦାନୀରୁ ଏକତ୍ର ହୋଇଛି) । ଏଥିରେ ସେସର ଯୋଗଦାନ 8,242 କୋଟି ଟଙ୍କା ( ଦ୍ରବ୍ୟର ଆମଦାନୀ ଉପରୁ ଏକତ୍ର 809 କୋଟି ଟଙ୍କା ସାମିଲ ) ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.