ETV Bharat / business

‘ଚୀନରୁ ହାର୍ଡୱେର ନ ଆସିଲେ ଜିଏସଟି ଇ-ଫାଇଲିଂ ବାଧାପ୍ରାପ୍ତ ହେବ’ - ଚାଇନିଜ ହାର୍ଡୱେର

ଇ-ଫର୍ମ ଭରିବା ପାଇଁ ଯେଉଁ ସବୁ ହାର୍ଡୱେର ଉପରକଣ ଆବଶ୍ୟକ ହୁଏ, ସେ ସବୁ ଚୀନରୁ ଆମଦାନୀ ହୋଇଥାଏ । ଆଉ ଯଦି ଏହା ଆସିପାରିବ ନାହିଁ ତେବେ ଜିଏସଟି ଇ-ଫାଇଲ ବାଧାପ୍ରାପ୍ତ ହେବ । ଅଧିକ ପଢନ୍ତୁ..

‘ଚୀନରୁ ହାର୍ଡୱେର ନ ଆସିଲେ  ଜିଏସଟି ଇ-ଫାଇଲିଂ ବାଧାପ୍ରାପ୍ତ ହେବ’

author img

By

Published : Jun 22, 2020, 8:42 PM IST

ପାନାଜୀ: ଯଦି ଭାରତ ଚୀନରୁ ଇଲେକ୍ଟ୍ରୋନିକ ହାର୍ଡୱେର ଉପକରଣ କ୍ରୟ କରିବାରେ ଅସମର୍ଥ ହେବ ତେବେ ଦେଶର ଦ୍ରବ୍ୟ ଓ ସେବା କର (ଜିଏସଟି) ଇ-ପ୍ଲାର୍ଟଫର୍ମ ଗଭୀର ଭାବେ ସମସ୍ୟାର ସମ୍ମୁଖୀନ ହେବ । ଗୋଆ ପରିବହନ ମନ୍ତ୍ରୀ ଓ ଜିଏସଟି ପରିଷଦରେ ରାଜ୍ୟର ଅଫିସିଆଲ ପ୍ରତିନିଧିତ୍ବ ମୌଭିନ ଗୋଦିହ୍ନୋ କହିଛନ୍ତି ।

ରାଜ୍ୟର ପରିବହନ ମନ୍ତ୍ରାଳୟ ଆପ ଲଞ୍ଚ କରିବା ପାଇଁ ସୋମବାର ରାଜ୍ୟ ସଚିବାଳୟରେ ଏକ ପ୍ରେସ କନଫରେନ୍ସ୍କୁ ମୌଭିନ ସମ୍ବୋଧିତ କରିଛନ୍ତି । ଏଥିରେ ସେ କହିଛନ୍ତି କି କୋରୋନା ଭାଇରସ ସଙ୍କଟ ଓ ଆମଦାନୀ ସଙ୍କୁଚିତ ଦ୍ବାରା ହାର୍ଡୱେର ଓ ଅନ୍ୟ ଉପକରଣର ସ୍ବଦେଶୀ ନିର୍ମାଣକୁ ଗତି ମିଳିପାରେ ।

ତେବେ ଏଥିରେ ସେ ଦର୍ଶାଇଛନ୍ତି କି, ‘‘ ମୁଁ ଜାତୀୟ ସ୍ତର ନେଇ ଚିନ୍ତିତ ଅଛି । କାରଣ ମୁଁ ଜିଏସଟି ପରିଷଦର ବୈଠକରେ ବସିଥାଏ । ତେବେ ଇ-ଫର୍ମ ଭରିବା ପାଇଁ ଯେଉଁ ସବୁ ହାର୍ଡୱେର ଉପରକଣ ଆବଶ୍ୟକ ହୁଏ, ସେଗୁଡିକ ଚୀନରୁ ଆମଦାନୀ ହୋଇଥାଏ ।

ଯଦି ସେହି ସବୁ ଉପକରଣରକୁ କ୍ରୟ କରାଯିବ ନାହିଁ , ତେବେ ମତେ ଡର ଅଛି କି ଆମେ ଏକ ଗମ୍ଭୀର ସମସ୍ୟାର ସାମ୍ନା କରିପାରୁ । କାରଣ ଇ-ପ୍ଲାର୍ଟଫରେମରେ ଜିଏସଟି କାମ କରିଥାଏ । ଆଉ ଯଦିଏ ଆମେ ଚୀନରୁ ହାର୍ଡୱେର କିଣିପାରିବା ନାହିଁ ତେବେ ଏହା ପ୍ରଭାବ ପକାଇବ ବୋଲି ମୌଭିନ ଗଣମାଧ୍ୟମକୁ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.