ETV Bharat / business

ଶନିବାର GST ବୈଠକ, କମିବ କୋଭିଡ ଉପକରଣରୁ କର ! - ଜିଏସଟି ପରିଷଦର 44 ତମ ବୈଠକ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆସନ୍ତା 12 ରେ ହେବ ଜିଏସଟି ପରିଷଦର 44 ତମ ବୈଠକ । ଏଥିରେ କୋଭିଡ ସମ୍ବନ୍ଧୀୟ ଆବଶ୍ୟକ ବସ୍ତୁ ଉପରେ ଜିଏସଟି ଦର ହ୍ରାସ ନେଇ ନିଆଯିବ ନିଷ୍ପତ୍ତି । ଅଧିକ ପଢନ୍ତୁ..

ଶନିବାର GST ବୈଠକ, କମିବ କୋଭିଡ ଉପକରଣରୁ କର !

author img

By

Published : Jun 10, 2021, 7:53 PM IST

ନୂଆଦିଲ୍ଲୀ: ଆସନ୍ତା 12ରେ ହେବ ଜିଏସଟି ପରିଷଦର 44ତମ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବସିବ ବୈଠକ । ଏଥିରେ କୋଭିଡ ସମ୍ବନ୍ଧୀୟ ଆବଶ୍ୟକ ବସ୍ତୁ ଉପରେ ଜିଏସଟି ଦର ହ୍ରାସ ନେଇ ନିଆଯିବ ନିଷ୍ପତ୍ତି । ଏନେଇ ଗୁରୁବାର ଦିଆଯାଇଛି ସୂଚନା ।

ଶୁକ୍ରବାର ହୋଇଥିବା 43 ତମ ଜିଏସଟି ବୈଠକରେ କୋଭିଡ ସମ୍ବନ୍ଧିକ ସାମଗ୍ରୀ ଉପରେ ସୀମା ଶୁଳ୍କ ଓ ଆଇଜିଏସଟି ରିହାତି ଅବଧି ବଢାଇଦିଆଯାଇଥିଲା । ଏଥିସହ ବୈଠକରେ ପିପିଇ କିଟ, ମାସ୍କ ଓ ଟିକା ସମେତ କୋଭିଡ ଜଡିତ ଆବଶ୍ୟକ ବସ୍ତୁ ଉପରେ କର ରିଲିଫ ଦେବା ପାଇଁ ମନ୍ତ୍ରୀ ସମୂହ ଗଠନ ହୋଇଛି । ଏହି ଗ୍ରୁପ ଜୁନ 8 ସୁଦ୍ଧା ରିପୋର୍ଟ ପ୍ରଦାନ କରିବ । ସେମାନେ ନିର୍ଦ୍ଧାରିତ କରିଥିବା ଜିଏସଟି ହାରରେ ଆଉ ହ୍ରାସ କରାଯିବ କି ନାହିଁ ? ସେ ଉପରେ ବିଚାର କରି ଆବଶ୍ୟକତା ଅନୁସାରେ କର ହାର ହ୍ରାସ ହେବ ।

ତଥ୍ୟ ଅନୁସାରେ କିଛି ରାଜ୍ୟର ଅର୍ଥମନ୍ତ୍ରୀ କୋଭିଡ ସମ୍ବନ୍ଧୀୟ ଆବଶ୍ୟକ ବସ୍ତୁ ଉପରୁ କର ହାରରେ ହ୍ରାସ ପାଇଁ ଦାବି କରିଛନ୍ତି ।

କୋଭିଡରୁ ରିଲିଫ ଦେଉଥିବା ସାମଗ୍ରୀ ଉପରୁ ଜିଏସଟି ହାର ହ୍ରାସ ପାଇଁ ଗଠିତ ମନ୍ତ୍ରୀ ସମୂହ ଏ ନେଇ ପରାମର୍ଶ ଦେଇଛନ୍ତି । ଚିକିତ୍ସା ଗ୍ରେଡର ଅକ୍ସିଜେନ, ପଲ୍ସ ଅକ୍ସିମିଟର , ହ୍ୟାଣ୍ଡ ସାନିଟାଇଜର , ଅକ୍ସିଜେନ ଉପକରଣ ସମ୍ବନ୍ଧୀୟ ଉପକରଣ ଯେପରକି କନସଣ୍ଟ୍ରେଟର, ଭେଣ୍ଟିଲେଟର ,ପିପିଇ କିଟ, ଏନ-95 ଓ ସର୍ଜିକାଲ ମାସ୍କ ତଥା ତାପମାତ୍ରା ମାପକ ଉପକରଣ ଉପରୁ ଜିଏସଟି ହାର ହ୍ରାସ ବା ରିଲିଫ ନେଇ ମନ୍ତ୍ରୀ ସମୂହ ସୁପାରିଶ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.