ETV Bharat / business

ନୂଆ ରେକର୍ଡରେ ଜିଏସଟି, ଫେବୃଆରୀରେ 1.13 ଲକ୍ଷ କୋଟି ଡେଇଁଲା ଟିକସ ସଂଗ୍ରହ - GST collections

ଲଗାତାର 3ୟ ଥର ପାଇଁ 1.1 ଲକ୍ଷ କୋଟି ଟଙ୍କା ମାର୍କ ଡେଇଁଲା ଜିଏସଟି ସଂଗ୍ରହ । ଫେବୃଆରୀରେ 1.13 ଲକ୍ଷ କୋଟି ଟଙ୍କା ଆଦାୟ ହୋଇଛି ଜିଏସଟି ।

ନୂଆ ରେକର୍ଡରେ ଜିଏସଟି ,  ଫେବୃଆରୀ 1.13 ଲକ୍ଷ କୋଟି ଡେଇଁଲା  ଟିକସ ସଂଗ୍ରହ

author img

By

Published : Mar 1, 2021, 6:57 PM IST

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ରେକର୍ଡ ପରେ ରେକର୍ଡ କରିଛି ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହ । ଫେବୃଆରୀ ମାସରେ ଜିଏସଟି ଆଦାୟ 7 ପ୍ରତିଶତ ବୃଦ୍ଧି ହୋଇ 1,13,143 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ସୋମବାର ଏ ନେଇ ଅର୍ଥମନ୍ତ୍ରାଳୟ ସୂଚନା ଦେଇଛି ।

ଲଗାତାର 5 ମାସ ଧରି ଜିଏସଟି ଆଦାୟ 1 ଲକ୍ଷ କୋଟି ଟଙ୍କା ଉପରେ ରହିଥିଲାବେଳେ କ୍ରମାଗତ 3 ଥର ଧରି 1.1 ଲକ୍ଷ କୋଟି ଉପରେ ରହିଛି । କୋରୋନା ସଙ୍କଟ ମଧ୍ୟରେ ଜାନୁଆରୀ ଓ ଫେବୃଆରୀ ମାସର ରେକର୍ଡ ପରିମାଣର ଜିଏସଟି ଆଦାୟ ଅର୍ଥନୀତିକୁ ବୁଷ୍ଟର ଦେବ । ଟିକସ ପ୍ରଶାସନର ଅନୁପାଳନରେ ଉନ୍ନତି ଆଣିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକର ଏହା ଏକ ସ୍ପଷ୍ଟ ସୂଚକ ।

ତେବେ ମୋଟ ଜିଏସଟି ଆଦାୟରେ ସିଜିଏସଟି 21,092 କୋଟି, ଏସଜିଏସଟି 27,273, ଆଇଜିଏସଟି (ଆମଦାନୀରେ ସଂଗୃହିତ 24,382 କୋଟି ଅନ୍ତର୍ଭୂକ୍ତ) 55,253 କୋଟି ଟଙ୍କା ଏବଂ ସେସ 9,525କୋଟି (ସାମଗ୍ରୀ ଆମଦାନୀରେ ସଂଗୃହିତ 660 କୋଟି ଅନ୍ତର୍ଭୂକ୍ତ) ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.