ETV Bharat / business

ବଜେଟ 2020: ବ୍ୟାଙ୍କକୁ ମିଳିବନି ଅତିରିକ୍ତ ପୁଞ୍ଜି - ବ୍ୟାଙ୍କକୁ ମିଳିବନି ଅତିରିକ୍ତ ପୁଞ୍ଜି

2020-21 ଆର୍ଥିକ ବର୍ଷ ପାଇଁ ଫେବୃଆରୀ ପହିଲାରେ ଆସିବ ବଜେଟ। ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଏଥର ରାଷ୍ଟ୍ରାୟତ ବ୍ୟାଙ୍କକୁ ପୁଞ୍ଜି ଯୋଗାଇବା ନେଇ ହେବନାହିଁ କୌଣସି ଘୋଷଣା। ଏହା ବଦଳରେ କଣ ନିଆଯିବ ପଦକ୍ଷେପ...ପଢନ୍ତୁ

govt unlikely to announce capital infusion for psu banks in budget
ବଜେଟ 2020: ବ୍ୟାଙ୍କକୁ ମିଳିବନି ଅତିରିକ୍ତ ପୁଞ୍ଜି
author img

By

Published : Jan 6, 2020, 10:47 AM IST

ନୂଆଦିଲ୍ଲୀ: ଆଗାମୀ ବଜେଟରେ ରାଷ୍ଟ୍ରାୟତ ବ୍ୟାଙ୍କକୁ ମିଳିବନି ଅତିରିକ୍ତ ପୁଞ୍ଜି। ଏହା ପରିବର୍ତ୍ତେ ବ୍ୟାଙ୍କର ଅନାଦେୟ ଋଣ(ଏନପିଏ) ଆଦାୟ ସହ ପୁଞ୍ଜି ଏକତ୍ର ପାଇଁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ବଜାରରୁ ଋଣ ଉଠାଇବା ପାଇଁ ବ୍ୟାଙ୍କକୁ ପରାମର୍ଶ ଦିଆଯାଇପାରେ। ଏହା ବ୍ୟତୀତ ବିକଳ୍ପ ଭାବେ ବ୍ୟାଙ୍କ ତାର ଆବଶ୍ୟକତା ଅନୁଯାୟୀ ନିଜ ଅଣକୋର କାରବାର ବିକ୍ରି କରିପାରିବ।

2020-21 ଆର୍ଥିକ ବର୍ଷ ପାଇଁ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବେ। ଏହି ବର୍ଷ ଏନସିଏଲଟି ଏବଂ ଅଣଏନସିଲିଟି ମାମଲାରେ ଋଣ ପ୍ରତିକାର ପ୍ରକ୍ରିୟା ତ୍ବରାନ୍ବିତ ହେବ। ଫଳରେ ବ୍ୟାଙ୍କ ବୁଡିଥିବା ଯାଇଥିବା ଟଙ୍କାକୁ ଅସୁଲ କରିପାରିବେ।

କେତେକ ସେୟାର ମୁଲ୍ୟ ଆଶାତୀତ ବୃଦ୍ଧି ହୋଇଛି। ଏହା ଜରିଆରେ ବ୍ୟାଙ୍କ ନିଜ ଅଂଶଧନ ଫେରସ୍ତ ନେଇ ଏକ ମୋଟା ଅଙ୍କର ପୁଞ୍ଜି ଉଠାଇପାରିବ। ସରକାର ମଧ୍ୟ ଏନେଇ ବ୍ୟାଙ୍କକୁ ସବୁଜ ସଙ୍କେତ ଦେଇଛନ୍ତି।

ଏହା ଅଧିନରେ ଦେଶର ସର୍ବବୃହତ୍ତ ରାଷ୍ଟ୍ରାୟତ ବ୍ୟାଙ୍କ ଏସବିଆଇ ପ୍ରକ୍ରିୟା ଆରମ୍ଭ କରିଦେଇଛି। ସେହିପରି ଅନ୍ୟ କେତେକ ବ୍ୟାଙ୍କ ମଧ୍ୟ ଅତିରିକ୍ତ ପାଣ୍ଠି ଉଠାଣ ପାଇଁ ସମାନ ଚେଷ୍ଟା କରୁଛନ୍ତି। ଚଳିତ ବର୍ଷ ସରକାର ରାଷ୍ଟ୍ରାୟତ ବ୍ୟାଙ୍କକୁ 70,000 କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ। ସେଥିମଧ୍ୟରୁ 67,855 କୋଟି ଟଙ୍କା ଦେଇ ସାରିଲେଣି। ଏଥିରେ ସର୍ବାଧିକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ 16,091 କୋଟି ଟଙ୍କା ମିଳିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.