ETV Bharat / business

ପ୍ରବାସୀଙ୍କୁ କମ ଭଡାରେ ମିଳିବ ଘର, ଗୃହ ଋଣରେ ସବସିଡି ପାଇବେ ମଧ୍ୟବିତ୍ତ

author img

By

Published : May 14, 2020, 7:53 PM IST

ପ୍ରବାସୀ ଶ୍ରମିକଙ୍କ ଥଇଥାନ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ପିପିପି ଜରିଆରେ କମ ମୂଲ୍ୟରେ ଭଡ଼ା ଘର ଯୋଗାଇ ଦେବେ ସରକାର । ସେହିଭଳି ମଧ୍ୟବିତ୍ତଙ୍କୁ ଗୃହ ନିର୍ମାଣ ସୁବିଧା ପାଇଁ କ୍ରେଡିଟ ଲିଙ୍କ ସବସିଡି ଅବଧି ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

Govt to launch affordable rental housing scheme for migrant workers
ପ୍ରବାସୀଙ୍କୁ କମ ଭଡାରେ ମିଳିବ ଘର

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ କମ ଭଡାରେ ମିଳିବ ଘର । ଏଥିପାଇଁ ପିଏମ ଆବାସ ଯୋଜନା ଅଧିନରେ ଆଫଡେବୁଲ ରେଣ୍ଟାଲ ହାଉସିଂ ସ୍କିମ ଆରମ୍ଭ ହେବ । ଏହା ଜରିଆରେ କମ ଭଡାରେ ଘର ଦିଆଯିବ ।

ପିପିପି ମଡେଲରେ ଭଡାରେ ରହିବା ପାଇଁ ଧର ତିଆରି ହେବ । ଯେଉଁଥିରେ କମ ଭଡା ଦେଇ ପ୍ରବାସୀ ଶ୍ରମିକ ଓ ସହରୀ ଗରିବ ରହିପାରିବେ । ଉଦ୍ୟୋଗପତିଙ୍କୁ ନିଜ ଜାଗାରେ ଏଭଳି ଘର କରିବାକୁ ପ୍ରୋତ୍ସାହିତ କରାଯିବ । ରାଜ୍ୟ ସରକାରଙ୍କ ସହ ମିଶି ଏହି କାମ କରାଯିବ । ସରକାର ଘର ତିଆରି ପାଇଁ ପ୍ରାଇଭେଟ କମ୍ପାନୀଙ୍କ ସହଯୋଗ ନିଆଯିବ ।

ଅର୍ଥମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ହୋମ ଲୋନ ଉପରେ ମିଡଲ କ୍ଲାସଙ୍କୁ ମିଳୁଥିବା ସବସିଡି ସମୟସୀମା 2021 ମାର୍ଚ୍ଚ ପାଇଁ ବଢାଇଛନ୍ତି । ଏଥିରେ 6ରୁ 18 ଲକ୍ଷ ଆୟ କରୁଥିବା ଲୋକଙ୍କୁ ଫାଇଦା ମିଳିଥାଏ । ଏହି ସ୍କିମ 2020 ମାର୍ଚ୍ଚ ମାସରେ ଶେଷ ହେଉଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.