ETV Bharat / business

ଜିଏସଟିକୁ ପୂରିଲା 2 ବର୍ଷ, ନୂଆ ସଂସ୍କାର ଆଣିବେ ସରକାର - gst

ଦ୍ରବ୍ୟ ଓ ସେବା କର( ଜିଏସଟି)କୁ ପୂରିଲା 2 ବର୍ଷ । ଭାରତୀୟ ଅର୍ଥନୀତିରେ ସୁଧାର ଆଣିଥିବା ଏହି ଏକକ କର ପ୍ରଣାଳୀ ଆଜି ଗେମ ଚେଞ୍ଜର ଭାବେ କାମ କରୁଛି । ଏଥିରେ ଆହୁରି ସଂସ୍କାର ଆଣିବା ପାଇଁ  ଏହାର ଢାଞ୍ଚାକୁ ସରଳ କରିବାକୁ ସରକାର ବହୁ ନୂଆ ଯୋଜନା ଲାଗୁ ନେଇ ନିଷ୍ପତ୍ତି ନେଇଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 1, 2019, 4:20 PM IST

ନୂଆଦିଲ୍ଲୀ: ଆଜିକୁ ଦ୍ରବ୍ୟ ଓ ସେବା କର( ଜିଏସଟି)କୁ ପୂରିଲା 2 ବର୍ଷ । ଏହି ଅବସରରେ ସରକାର ଆଣିବେ କିଛି ନୂଆ ସଂସ୍କାର ବ୍ୟବସ୍ଥା । ଜିଏଟି ଦେଶର କର ବ୍ୟବସ୍ଥାରେ ଏକ ବଡ ପରିବର୍ତ୍ତନ ସହ ସକରାତ୍ମକ ସୁଧାର ଆଣିପାରିଛି । ଟିକସ ଠକେଇଙ୍କୁ ଚିହ୍ନଟ କରି ରାଜକୋଷ ଅଭିବୃଦ୍ଧିରେ ଜିଏସଟିର ଭୂମିକା ବ୍ୟାପକ ରହିଛି ।

ତେବେ ଆଗାମୀ ଦିନରେ ଏକକ କର ବ୍ୟବସ୍ଥାକୁ ଆହୁରୀ ସୁଦୃଢ କରିବାକୁ ଚାଲିଛି ପ୍ରସ୍ତୁତି । ଗଣ୍ଡା ଗଣ୍ଡା ଫର୍ମ ବଦଳରେ ଲାଗୁ ହେବ ଏକକ କର ଫର୍ମ । ଏଥିସହ କର ବ୍ୟବସ୍ଥାକୁ ସରଳ କରିବାକୁ ଆଧାର ଜରିଆରେ ଜିଏସଟି ପଞ୍ଜିକରଣ ହେବ । ସେହିପରି କ୍ୟାସ ଲେଜର ସିଷ୍ଟମ ସହଜ ସହ ରିଟର୍ଣ୍ଣ ଭରିବା ପ୍ରଣାଳୀକୁ ସରଳ କରାଯିବ । ଏ ନେଇ ଜିଏସଟି ପରିଷଦର 35 ତମ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଏହି ଉପଲକ୍ଷେ କେନ୍ଦ୍ର ତଥା କର୍ପୋରେଟ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଯୋଗ ଦେବେ । ରବିବାର ଅର୍ଥମନ୍ତ୍ରାଣଳୟ ପକ୍ଷରୁ ଏ ନେଇ ଏକ ଇସ୍ତହାର ପ୍ରକାଶ ପାଇଛି ।

ଏହା ଅନୁଯାୟୀ ଜିଏସଟି ଭାରତୀୟ ଅର୍ଥବ୍ୟବସ୍ଥାରେ ଗେମ ଚେଞ୍ଜର ଭାବେ କାମ କରିଛି । ବହୁସ୍ତରୀୟ ଜଟିଳ ଟିକସ ଝିନଝଟରୁ ମୁକ୍ତି ଦେଇଛି । ଏକକ ରାଷ୍ଟ୍ର ଏକକ କର ବ୍ୟବସ୍ଥା ଜରିଆରେ ରାଜସ୍ବ ବୃଦ୍ଧି ପାଇଛି । ଟିକସ ପ୍ରଣାଳୀରେ ସ୍ବଚ୍ଛତା ଆଣିବା ସହ ପ୍ରଯୁକ୍ତିର ଅଭିବୃଦ୍ଧି କରିଛି । ଏହି କ୍ରମରେ ନୂଆ ରିଟର୍ଣ୍ଣ ବ୍ୟବସ୍ଥାକୁ ଆଜି ପରୀକ୍ଷଣ ଭାବେ ଲାଗୁ କରାଯିବ । ପରେ ଅକ୍ଟୋବର ପହିଲାରୁ ଏହାକୁ ବାଧ୍ୟତାମୂଳକ କରାଯିବ । ସେହିଭଳି କ୍ଷୁଦ୍ର କରଦାତାଙ୍କ ପାଇଁ ସହଜ ଓ ସୁଗମ ରିଟର୍ଣ୍ଣ ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ମନ୍ତ୍ରାଣଳୟ ପକ୍ଷରୁ କୁହାଯାଇଛି ।

Intro:Body:

BLANK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.