ETV Bharat / business

ଆସନ୍ତା 6 ମାସରେ ବଜାରରୁ 4.88 ଲକ୍ଷ କୋଟି ଉଠାଇବେ ସରକାର - ରାଜକୋଷୀୟ ଘାଟା

ସରକାର ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ବଜାରରୁ 4.88 ଲକ୍ଷ କୋଟି ଟଙ୍କା ଉଠାଇବେ । ମଙ୍ଗଳବାର ବସିଥିବା ବୈଠକ ପରେ ଆର୍ଥିକ ମାମଲାର ସଚିବ ଅତୁନ ଚକ୍ରବର୍ତ୍ତୀ ଏନେଇ ସୂଚନା ଦେଇଛନ୍ତି ।

Atanu Chakraborty
ଆସନ୍ତା 6 ମାସରେ ବଜାରରୁ 4.88 ଲକ୍ଷ କୋଟି ଉଠାଇବେ ସରକାର
author img

By

Published : Mar 31, 2020, 11:26 PM IST

ନୂଆଦିଲ୍ଲୀ. ବୁଧବାର ଠାରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ଏପଟେ ଅର୍ଥନୀତିକୁ କବଜା କରି ରଖିଛି କୋରୋନା । ଏହି ସଙ୍କଟରୁ ମୁକୁଳିବା ପାଇଁ ସରକାର ଅର୍ଥ ଏକଜୁଟରେ ଲାଗି ପଡିଛନ୍ତି । ଏହି କ୍ରମରେ ସରକାର ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ସରକାର ବଜାରରୁ 4.88 ଲକ୍ଷ କୋଟି ଟଙ୍କା ଉଠାଇବେ । ମଙ୍ଗଳବାର ବସିଥିବା ବୈଠକ ପରେ ଆର୍ଥିକ ମାମଲାର ସଚିବ ଅତୁନ ଚକ୍ରବର୍ତ୍ତୀ ଏ ନେଇ ସୂଚନା ଦେଇଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2020-21 ବଜେଟରେ ବଜାରରୁ ମୋଟ 7.8 ଲକ୍ଷ କୋଟି ଟଙ୍କା ଋଣ ନେବା ପାଇଁ ଅନୁମାନ କରିଥିଲେ । ଚଳିତ ଆର୍ଥିକ ବର୍ଷରେ ଏହାର 7.1 ଲକ୍ଷ କୋଟି ଟଙ୍କା ରହିବା ଆକଳନ କରାଯାଇଛି । ଏହି ମୋଟ ଉଧାରରେ ଗତ ଋଣ ଟଙ୍କା ପରିଶୋଧ ପାଇଁ ଉଠାଯାଇଥିବା ଟଙ୍କା ମଧ୍ୟ ସାମିଲ ରହିଛି ।

ଅର୍ଥମନ୍ତ୍ରୀ 2020-21 ଆର୍ଥିକ ବଜେଟ ଉପସ୍ଥାପନ ସମୟରେ କହିଥିଲେ ଯେ, 2019-21ରେ ବଜାର ଋଣ 4.99 ଲକ୍ଷ କୋଟି ଟଙ୍କା ରହିବା ନେଇ ଅନୁମାନ ରହିଛି । ଯେତେବେଳେ କି 2020-21 ଆର୍ଥିକ ବର୍ଷରେ ଏହାର 5.36 ଲକ୍ଷ କୋଟି ରହିବ ବୋଲି କୁହାଯାଇଛି ।

ସରକାର ରାଜକୋଷ ଘାଟାକୁ ପୂରଣ କରିବା ପାଇଁ ବଜାରରୁ ପାଣ୍ଠି ସଂଗ୍ରହ କରନ୍ତି । ଏଥିପାଇଁ ଟର୍ମ ବଣ୍ଡ ଏବଂ ଟ୍ରେଜେରୀ ବିଲ ଜାରି କରାଯାଇଥାଏ ।

ପିଟିଆଇ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.