ETV Bharat / business

କର୍ମଚାରୀଙ୍କୁ ସରକାରଙ୍କ ଚେତାବନୀ, ଭାରତ ବନ୍ଦ ଡାକରାରେ ସାମିଲ ହେଲେ.. - ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରା

ଭାରତ ବନ୍ଦ ଡାକରାରେ ସାମିଲ ନ ହେବାକୁ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଚେତାବନୀ । ଯଦି ବୁଧବାର ଭାରତ ବନ୍ଦ ଡାକରାରେ ସାମିଲ ହେଲେ, ତେବେ ଏହାର ପରିଣାମ ଭୋଗିବାକୁ ପଡିବ ।

Govt tells PSUs to dissuade employees from joining Bharat Bandh on Wednesday
କର୍ମଚାରୀଙ୍କୁ ସରକାରଙ୍କ ଚେତାବନୀ
author img

By

Published : Jan 7, 2020, 6:23 PM IST

ନୂଆଦିଲ୍ଲୀ: ଭାରତ ବନ୍ଦ ଆନ୍ଦୋଳନରେ ସାମିଲ ନ ହେବାକୁ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଚେତାବନୀ । ଯଦି ବୁଧବାର ଭାରତ ବନ୍ଦ ଡାକରାରେ ସାମିଲ ହେବ , ତେବେ ଏହାର ପରିଣାମ ଭୋଗିବାକୁ ପଡିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ଆଦେଶରେ ଏ ନେଇ ଚେତାବନୀ ଦେଇ ଆନ୍ଦୋଳନରୁ ଦୂରେଇ ରହିବାକୁ କୁହାଯାଇଛି ।

ସରକାରଙ୍କ କର୍ମଚାରୀ ନୀତି, କମ ପାରିଶ୍ରମିକ, ଦରଦାମ ବୃଦ୍ଧି, ବେକାରୀ , ସିଏଏ ବିରୋଧ, ପ୍ରତ୍ୟେକ୍ଷ ବିଦେଶୀ ନିବେଶ ଓ ଘରୋଇକରଣ ଆଦି ବିରୋଧରେ ବୁଧବାର ରାଷ୍ଟ୍ରବ୍ୟାପି ଆନ୍ଦୋଳନ ଡାକରା ଦେଇଛି 10ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ। ଏଥିରେ ପାଖାପାଖୀ 25 କୋଟି ଲୋକ ସାମିଲ ହେବେ ।

ତେବେ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ ସହ ଜଡିତ ଭାରତୀୟ ଶ୍ରମିକ ସଂଘ ଏହି ହରତାଲରେ ସାମିଲ ହେଉନାହିଁ ।

ଏପଟେ ବନ୍ଦ ଡାକରାରେ ସାମିଲ ହେବାକୁ ବସିଥିବା କେନ୍ଦ୍ରୀୟ କର୍ମଚାରୀଙ୍କୁ ଆଗକୁ ଚେତାବନୀ ଦେଇ ସତର୍କ କରାଯାଇଛି । ଯଦି କେହି ଏଥିରେ ଯୋଗ ଦିଅନ୍ତି, ସେମାନଙ୍କ ଦରମା କାଟିବା ବ୍ୟତିତ ତାଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ । ଏହା ବ୍ୟତିତ କର୍ମଚାରୀ ଆକସ୍ମିକ ଅବକାଶ ମଧ୍ୟ ନେଇପାରିବେ ନାହିଁ । କେନ୍ଦ୍ରର ସମସ୍ତ ବିଭାଗକୁ ଏହି ଆଦେଶକୁ ପଠାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.