ETV Bharat / business

ଆକ୍ସନ ମୋଡରେ ସରକାର, ମାଗିଲେ ଚୀନରୁ ଆମଦାନୀ ନିମ୍ନମାନ ଉତ୍ପାଦ ଲିଷ୍ଟ - ଚୀନର ନିମ୍ନମାନର ଉତ୍ପାଦ

ଚୀନ ଆମଦାନୀ ଉପରେ ନିର୍ଭରଶୀଳତା ବନ୍ଦ ଓ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବ ପାଇଁ ବିଭିନ୍ନ ଉପାୟ ପ୍ରସ୍ତୁତ ହେଉଛି । ଏହି କ୍ରମରେ ଚୀନରୁ ଆମଦାନୀ ଉତ୍ପାଦ ଓ ଅନ୍ୟନ ବିଷୟବସ୍ତୁ ଉପରେ ତାଲିକା ପ୍ରସ୍ତୁତ କରି ପଠାଇବାକୁ କମ୍ପାନୀଙ୍କୁ କୁହାଯାଇଛି । ଅଧିକ ପଢନ୍ତୁ..

Govt seeks product details to curb low quality imports from China
ମାଗିଲେ ଚୀନରୁ ଆମଦାନୀ ନିମ୍ନମାନର ଉତ୍ପାଦ ଲିଷ୍ଟ
author img

By

Published : Jun 22, 2020, 4:03 PM IST

ନୂଆଦିଲ୍ଲୀ: କମ ଗୁଣବତ୍ତା (low quality),ଆମଦାନୀ ବିଶେଷ କରି ଚୀନରୁ ଆସୁଥିବା ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଇବା ସହ ଘରୋଇ ବିନିର୍ମାଣକୁ ବୃଦ୍ଧି ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସରକାର । ଉଦ୍ୟୋଗକୁ ଶସ୍ତା ଉତ୍ପାଦ ଆମଦାନୀ ତାଲିକା ଓ ତାହାର ଘରୋଇ ଦାମ ଏବଂ ଯଦି କୌଣସି ଟିକସ କ୍ଷତି ହୁଏ ସେଗୁଡିକର ସର୍ବେଶେଷ ତଥ୍ୟ ମାଗିଛନ୍ତି । ସୋମବାର ଏ ନେଇ ସୂଚନା ଦିଆଯାଇଛି ।

ନିକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଚୀନ ଆମଦାନୀ ଉପରେ ନିର୍ଭରଶୀଳତା ବନ୍ଦ ଓ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବ ପାଇଁ ବିଭିନ୍ନ ଉପାୟ ଉପରେ ବିଚାର କରାଯାଇଛି ।

ମିଳିଥିବା ତତ୍ୟ ଅନୁସାରେ, ଚୀନରୁ ଆମଦାନୀ ହେଉଥିବା କିଛି ସାମଗ୍ରୀ ଏବଂ କଞ୍ଚାମାଲ ଉପରେ ମତାମତ ଦେବା ପାଇଁ କମ୍ପାନୀଗୁଡିକୁ କୁହାଯାଇଛି । ଏହି ଉତ୍ପାଦଗୁଡ଼ିକରେ ହାତ ଘଣ୍ଟା, କାନ୍ଥ ଘଣ୍ଟା, ଇଞ୍ଜେକ୍ସନ ଶିଶି ଗ୍ଲାସ ଷ୍ଟିକ, ଟ୍ୟୁବ୍, ହେୟାର କ୍ରିମ୍, ସାମ୍ପୁ, ଫେସ ପାଉଡର, ଆଖି ଏବଂ ଲିପ ମେକଅପ ଆସେସୋରିଜ, ପ୍ରିଣ୍ଟିଂ ଇଙ୍କ, ପ୍ୟାଣ୍ଟ ଏବଂ ବର୍ଣ୍ଣିସ ଏବଂ କିଛି ତମାଖୁ ସାମଗ୍ରୀ ସାମିଲ ରହିଛି ।

ସେହିଭଳି 2014-15 ଓ 2018-19 ମଧ୍ୟରେ ଆମଦାନୀରେ ହୋଇଥିବା ବୃଦ୍ଧି , ଏକ ପ୍ରକାର ସାମଗ୍ରୀ ଏଠାରେ ତିଆରି ନେଇ ତାର ଖର୍ଚ୍ଚ , ଘରୋଇ କ୍ଷମତା, ମୁକ୍ତ ବ୍ୟାପର ବୁଝାମଣା ଅଧିନରେ ଆମଦାନୀ ଓ ଯଦି କେଉଁଠି କଞ୍ଚାମାଲରେ ଅଧିକ କର ଥିବ ତେବେ ତାର ସମସ୍ତ ବିବରଣୀ ମଗାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.