ନୂଆଦିଲ୍ଲୀ: ଆର୍ଥିକ ସ୍ଥିରତା ପ୍ରତି ବିପଦ ସାଜିଥିବା କ୍ରିପ୍ଟୋକରେନ୍ସିର ମୂଲ୍ୟାଙ୍କନ ପାଇଁ ତତ୍ପର ସରକାର । ଗଭର୍ଣ୍ଣେସ (ଶାସନ)ରେ ସୁଧାର ପାଇଁ ସରକାର କ୍ରିପ୍ଟୋକରେନ୍ସି ସମେତ ଟେକ୍ନୋଲୋଜିର ମୂଲ୍ୟାଙ୍କନ ଏବଂ ଅନୁସନ୍ଧାନ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଶନିବାର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏ ନେଇ କହିଛନ୍ତି ।
ଅର୍ଥରାଷ୍ଟ୍ର ମନ୍ତ୍ରୀ ଉଦ୍ୟୋଗ ସଙ୍ଗଠନ ଇଓ ପଞ୍ଜାବ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିକ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଶାସନର ବିଭିନ୍ନ ପଦକ୍ଷେପରେ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ଦିଗରେ ଏକ ମଜବୁତ ସମର୍ଥକ ।
‘‘ମୁଁ ଜଣାଉଛି କି , ଆମେ ନୂତତ୍ବ ଏବଂ ନୂତନ ବୈଷୟିକ ଜ୍ଞାନକୁ ସ୍ବାଗତ କରୁଛୁ ... ବ୍ଲକ୍ ଚେନ୍ ହେଉଛି ଏକ ନୂଆ ଉଦୀୟମାନ ପ୍ରଯୁକ୍ତିବିଦ୍ୟା । କ୍ରିପ୍ଟୋକରେନ୍ସି ହେଉଛି ଭର୍ଚୁଆଲ୍ ମୁଦ୍ରାର ଏକ ରୂପ । ମୁଁ ଦୃଢ ଭାବରେ ବିଶ୍ବାସ କରେ ଯେ ଏକ ଖୋଲା ମନ ସହିତ ନୂତନ ଚିନ୍ତାଧାରାକୁ ସର୍ବଦା ମୂଲ୍ୟାଙ୍କନ କରିବା, ଅନୁସନ୍ଧାନ କରିବା ଏବଂ ଉତ୍ସାହିତ କରିବା ଉଚିତ । ’’
ଡିଜିଟାଲ ମୁଦ୍ରା ଉପରେ ଆର୍ଥିକ ବ୍ୟାପରର ସଚିବଙ୍କ ଅଧ୍ୟକ୍ଷମତାରେ ଏକ ଉଚ୍ଚ-ସ୍ତରୀୟ ଇଣ୍ଟର ମିନିଷ୍ଟ୍ରିଆଲ ସମିତି ( ଆଇଏମସି)ର ଗଠନ କରାଯାଇଥିଲା । ଆଉ ଏହା ନିଜର ରିପୋର୍ଟ ପ୍ରସ୍ତୁତ କରିଛି ।
ଆଇଏମସିର ସୁପାରିଶ ଏବଂ ପ୍ରସ୍ତାବ ଉପରେ ସରକାର ନିଷ୍ପତ୍ତି ନେବେ ଏବଂ ଏହି ପ୍ରକ୍ରିୟା ପରେ ସଂସଦରେ ଉପସ୍ଥାପନ କରାଯିବ ନୂଆ ବିଲ ।