ETV Bharat / business

300ରୁ କମି ଦେଶରେ ରହିପାରେ ମାତ୍ର 24 ସରକାରୀ କମ୍ପାନୀ

author img

By

Published : Feb 9, 2021, 11:04 PM IST

ପାଣ୍ଠି ଯୋଗାଡ ପାଇଁ ପୁଞ୍ଜି ପ୍ରତ୍ୟାହାର ଏକମାତ୍ର ବାଟ ଏଥିଯୋଗୁଁ କେନ୍ଦ୍ର ସରକାର ଅଣ ପ୍ରମୁଖ କ୍ଷେତ୍ର ଗୁଡିକରେ ରହିଥିବା ବହୁ ରାଷ୍ଟ୍ରାୟତ୍ତ କମ୍ପାନୀର ପୁଞ୍ଜି ପ୍ରତ୍ୟାହାର କରିବାକୁ ଯୋଜନା କରୁଛନ୍ତି ସରକାର । ଅଧିକ ପଢନ୍ତୁ..

300ରୁ କମି ଦେଶରେ ରହିପାରେ ମାତ୍ର 24 ସରକାରୀ କମ୍ପାନୀ
300ରୁ କମି ଦେଶରେ ରହିପାରେ ମାତ୍ର 24 ସରକାରୀ କମ୍ପାନୀ

ନୂଆଦିଲ୍ଲୀ: ଅର୍ଥନୀତିକୁ ବଳ ଦେବାକୁ ଦରକାର ପାଣ୍ଠି । ଆଉ ପାଣ୍ଠି ଯୋଗାଡ ପାଇଁ ପୁଞ୍ଜି ପ୍ରତ୍ୟାହାର ଏକମାତ୍ର ବାଟ । ଏଥିଯୋଗୁଁ କେନ୍ଦ୍ର ସରକାର ଅଣ ପ୍ରମୁଖ କ୍ଷେତ୍ର ଗୁଡିକରେ ରହିଥିବା ବହୁ ରାଷ୍ଟ୍ରାୟତ୍ତ କମ୍ପାନୀର ପୁଞ୍ଜି ପ୍ରତ୍ୟାହାର କରିବାକୁ ଯୋଜନା କରୁଛନ୍ତି ସରକାର । ଏଥିପାଇଁ ସରକାର ପ୍ରାୟ 276ରୁ ଅଧିକ କମ୍ପାନୀର ସବୁ ଅଂଶଧନ ବିକ୍ରକି କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର ।

ଦେଶରେ ପ୍ରାୟ 300ରୁ ଅଧିକ ରାଷ୍ଟ୍ରାୟତ୍ତ କମ୍ପାନୀ ରହିଛି । ଆଉ ସେଥିରୁ ମାତ୍ର 24କୁ ଛାଡି ଆଉ ସବୁର ଘରୋଇକରଣ ଯୋଜନା କରାଯାଇପାରେ । ବିଶେଷ କରି କ୍ଷତିରେ ବୁଡିରହିଥିବା କମ୍ପାନୀର ବିନିବେଶ ପାଇଁ ରଣନୀତି ପ୍ରସ୍ତୁତ ହେଉଛି । ଏ ନେଇ ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା 2020-21 ବଜେଟର ଘରୋଇକରମ ନେଇ ବଡ ଘୋଷଣା କରିଥିଲେ । ଏଥିରେ ସୀତାରମଣ 2 ଟି ସରକାରୀ ବ୍ୟାଙ୍କ ଏବଂ ଗୋଟିଏ ବୀମା କମ୍ପାନୀ ସହିତ କେତେକ ରାଷ୍ଟ୍ରାୟତ୍ତ କମ୍ପାନୀ ସହିତ କେତେକ ରାଷ୍ଟ୍ରାୟତ୍ତ ସଂସ୍ଥାର ସରକାରୀ ଅଂଶଧନ ବିକ୍ରି ପାଇଁ କହିଥିଲେ । ଆଉ ଏହା ଦ୍ବାରା 1.75 ଲକ୍ଷ କୋଟି ଟଙ୍କା ଏକତ୍ର ହେବ ବୋଲି କୁହାଯାଇଛି ।

ତେବେ କେତେ ସଂଖ୍ୟକ କମ୍ପାନୀର ବିନିବେଶ ହେବ ସେ ନେଇ ସରକାରୀ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗଙ୍କ ସୁପାରିଶ ଅନୁଯାୟୀ କେନ୍ଦ୍ର କ୍ୟାବିନେଟ ଏହି ସଂଖ୍ୟା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଏଥିପାଇଁ କମ୍ପାନୀଗୁଡିକୁ ପ୍ରମୁଖ ଓ ଅଣ ପ୍ରମୁଖ ଦୁଇଟି ବର୍ଗରେ ବିଭକ୍ତ କରିବେ । ତେବେ ପ୍ରମୁଖ କ୍ଷେତ୍ରରେ ସରକାର ନିଜର ଉପସ୍ଥିତି ଜାରି ରଖିବା ପାଇଁ 4ଟି ଗ୍ରୁପ ବିଭକ୍ତ କରିବେ । ପ୍ରଥମେ ପ୍ରତିରକ୍ଷା , ମହାକାଶ , ପରମାଣୁ ଶକ୍ତି ଦ୍ବିତୀୟରେ ଟେଲିଯୋଗାଯୋଗ ଓ ପରିବହନ ଏବଂ ତୃତୀୟରେ ପେଟ୍ରୋଲିୟମ ଏବଂ କୋଇଲା ଏବଂ ଖଣିଜ ଶିଳ୍ପ ଏବଂ ଶେଷରେ ଚତୁର୍ଥରେ ବ୍ୟାଙ୍କିଙ୍ଗ, ଇନ୍ସୁରାନ୍ସ , ଫାଇନ୍ସିଆଲ ସର୍ଭିସ ରହିଛି ।

ବାକି ପ୍ରମୁଖ ସେକ୍ଟରର ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ CPSEs ଘରୋଇକରଣ ହେବ ନଚେତ ମିଶ୍ରଣ ହେବ । ନଚେତ ବନ୍ଦ ହେବ । ଆଉ ଅଣ ପ୍ରମୁଖ ସେକ୍ଟର CPSE ଘରୋଇକରଣ ନଚେତ ବନ୍ଦ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.