ETV Bharat / business

ଆହୁରି 2 ମାସ ବଢିଲା ଏୟାର ଇଣ୍ଡିଆର ବିଡ୍‌ ସମୟସୀମା

author img

By

Published : Aug 25, 2020, 9:57 PM IST

ଏୟାର ଇଣ୍ଡିଆ ପାଇଁ ବିଡ୍ ରଖିବାର ସମୟ ସୀମାକୁ ଦୁଇମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ତେବେ ଅକ୍ଟୋବର 30 ଯାଏଁ ଏହି ସମୟ ସୀମା ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

ଆହୁରି 2 ମାସ ବଢିଲା ଏୟାର ଇଣ୍ଡିଆର ବିଡ୍‌ ସମୟସୀମା
ଆହୁରି 2 ମାସ ବଢିଲା ଏୟାର ଇଣ୍ଡିଆର ବିଡ୍‌ ସମୟସୀମା

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଥିବା ଯୋଗୁଁ ଏୟାର ଇଣ୍ଡିଆ ପାଇଁ ବିଡ୍ ରଖିବାର ସମୟ ସୀମାକୁ ଦୁଇମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ତେବେ ଅକ୍ଟୋବର 30 ଯାଏଁ ଏହି ସମୟ ସୀମା ବୃଦ୍ଧି କରାଯାଇଛି ।

ଏୟାର ଇଣ୍ଡିଆର ଅଂଶଧନ ବିକ୍ରୟ ପ୍ରକ୍ରିୟା ଜାନୁଆରୀ 27 ରେ ଆରମ୍ଭ ହୋଇଥିଲା। ବିଡ୍ ଲଗାଇବାରେ ସରକାରଙ୍କ ପକ୍ଷରୁ ଚତୁର୍ଥ ଥର ଲାଗି ସମୟସୀମା ବୃଦ୍ଧି କରାଯାଇଛି ।

ଏୟାର ଇଣ୍ଡିଆର ବିକ୍ରୟ ପାଇଁ ବିଜ୍ଞପ୍ତି ଜାରି କରି ବିନିଯୋଗ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗ କହିଛି ଯେ ଆଗ୍ରହୀ ବିଡରଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ସମୟସୀମା ବୃଦ୍ଧି କରାଯାଇଛି ।

ଜାନୁଆରୀରେ ଇଓଏଲ ପ୍ରଦାନ କରିବାବେଳେ, ବିଡ୍ ପାଇଁ ଶେଷ ତାରିଖ ମାର୍ଚ୍ଚ 17 ରଖାଯାଇଥିଲା । ଏହା ପରେ ଏପ୍ରିଲ 30କୁ ପୂନର୍ବାର ସମୟ ସୀମା ବୃଦ୍ଧି କରାଯାଇଥିଲା। ପରେ ଜୁନ 30ଏବଂ ବର୍ତ୍ତମାନ ପୁନର୍ବାର ଅଗଷ୍ଟ 31 ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.