ETV Bharat / business

ସଙ୍କଟରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ, ମାସକୁ ମାତ୍ର 25 ହଜାର ଉଠାଣ ଅନୁମତି - ଏବେ ଲକ୍ଷ୍ମୀ ବିଳାସ ବ୍ୟାଙ୍କରୁ ମାତ୍ର 25 ହଜାର ଉଠାଇପାରିବେ ଗ୍ରାହକ

ତାମିଲନାଡୁର ଲକ୍ଷ୍ମୀ ବିଳାସ ବ୍ୟାଙ୍କରୁ ଟଙ୍କା ଉଠାଣ ସୀମା ଉପରେ ଲାଗିଲା ରୋକ । ମାସକରେ 25 ହଜାରରୁ ଅଧିକ ଟଙ୍କା ଉଠାଇପାରିବେନି ଖାତାଧାରୀ । ଅଧିକ ପଢନ୍ତୁ..

Lakshmi Vilas Bank placed under moratorium
ଏବେ ଲକ୍ଷ୍ମୀ ବିଳାସ ବ୍ୟାଙ୍କରୁ ମାତ୍ର 25 ହଜାର ଉଠାଇପାରିବେ ଗ୍ରାହକ
author img

By

Published : Nov 17, 2020, 10:01 PM IST

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ, ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ (ପିଏମସି ବ୍ୟାଙ୍କ) ଭଳି ଆର୍ଥିକ ସଙ୍କଟଗ୍ରସ୍ତ ବ୍ୟାଙ୍କ ଦର୍ଶାଇ ଘରୋଇ ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କରୁ ଟଙ୍କା ଉଠାଣ ସୀମା ଉପରେ କଟକଣା ଲଗାଇଛି ଆରବିଆଇ । 1 ମାସ ଅବଧି ପାଇଁ 25 ହଜାର ଟଙ୍କା ଉଠାଣ ପାଇଁ ସୀମା ଧାର୍ଯ୍ୟ ହୋଇଛି । ଅର୍ଥାତ ଆସନ୍ତା 1 ମାସ ମଧ୍ୟରେ 25 ହଜାର ଟଙ୍କାରୁ ଅଧିକ ଉଠାଇପାରିବେ ନାହିଁ ଜମାକର୍ତ୍ତା ।

ତାମିଲନାଡୁର ଏହି ବ୍ୟଙ୍କ ଦୀର୍ଘ ଦିନ ଧରି ସଙ୍କଟରେ ଜୁଝୁଛି । ଗତ ବର୍ଷ ସେପ୍ଟେମ୍ବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ବ୍ୟାଡ ଲୋନ ବା ଅନାଦେୟ ଋଣ (ଏନପିଏ) ରେ ବୃଦ୍ଧି ଯୋଗୁଁ ଏହାକୁ ତୁରନ୍ତ ସଂଶୋଧନ କାର୍ଯ୍ୟନୁଷ୍ଠାନ ଅଧିନରେ ରଖାଯାଇଥିଲା । ଅର୍ଥମନ୍ତ୍ରାଳୟ ଅଧିନସ୍ଥ ଆର୍ଥିକ ସେବା ବିଭାଗର ବ୍ୟାଙ୍କିଙ୍ଗ ବିଭାଗ ଦ୍ବାରା ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତିରେ ସରକାର କହିଛନ୍ତି କି, ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଲିମିଟେଡରେ ମୋରାଟରିୟମ ମଙ୍ଗଳବାର ସନ୍ଧ୍ୟା 6 ରୁ ଲାଗୁ ହୋଇଛି । ଏହା ଆସନ୍ତା ଡିସେମ୍ବର 16 ଯାଏଁ ଲାଗୁ ରହିବ ।

ସରକାର କହିଛନ୍ତି କି, ଏହି ସ୍ଥଗିତାଦେଶ ବା ମୋରାଟୋରିୟମ ଅବଧିରେ ଲକ୍ଷ୍ମୀ ବିଳାସ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କର ଲିଖିତ ଅନୁମତି ବିନା, ବର୍ତ୍ତମାନ ସଞ୍ଚୟ କିମ୍ବା ଅନ୍ୟ ଆକାଉଣ୍ଟରୁ କୌଣସି ମଧ୍ୟ ଜମାକର୍ତ୍ତାଙ୍କୁ 25 ,000 ଟଙ୍କାରୁ ଅଧିକ ଟଙ୍କା ଦେବ ନାହିଁ ।

ଏପରିକି ଯଦି କୌଣସି ଖାତାଧାରୀଙ୍କ 1 ରୁ ଅଧିକ ଆକାଉଣ୍ଟ ଅଛି , ତେବେ ବି ସେ 25 ,000 ହଜାର ଟଙ୍କାରୁ ଅଧିକ ଉଠାଇ ପାରିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.